ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଯୁଦ୍ଧ ଭୟ: ଅଶାନ୍ତ ଲେବାନନ୍‌ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବାସ

Published By : Tapas Panda | August 1, 2024 7:19 PM

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିବାକୁ ଲାଗିଲାଣି । ହମାସ ଓ ହିଜବୁ୍ଲ୍ଲାର ନେତାଙ୍କୁ ଇସ୍ରାଏଲ ସେନା ହତ୍ୟା କରୁଥିବା ବେଳେ ଇରାନ୍‌ ଏବଂ ଲେବାନନ ଏବେ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି । ଲେବାନନରେ ଏବେ ସ୍ଥିତି ଅସମ୍ଭାଳ ହୋଇଛି । ଏହାକୁ ନଜରରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ଜଲଦି ଲେବାନନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ସମେତ ଅନେକ ଦେଶ ନିଜର ନାଗରିକଙ୍କୁ ଲେବାନନ ଯାତ୍ରା କରିବାକୁ ବାରଣ କରିଛନ୍ତି । 

 ସେହିଭଳି ଅଷ୍ଟ୍ରେଲିଆ ନିଜର ନାଗରିକଙ୍କୁ ଲେବାନନ ନଯିବାକୁ ଏବଂ ସେଠାରେ ଥିବା ନିଜର ଲୋକଙ୍କୁ ଶୀଘ୍ର ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଲେବାନନର ରାଜଧାନୀ ବେରୁଟରେ ହିଜବୁଲ୍ଳାର ଜଣେ ଶୀର୍ଷ କମାଣ୍ଡରକୁ ଇସ୍ରାଏଲ ସେନା ହତ୍ୟା କରିବା ପରେ ପଶ୍ଚିମ ଏସିଆ ଅଶାନ୍ତ ହୋଇଉଠିଛି । ଏହା ପରେ ବେରୁଟରେ ଥିବା ଭାରତୀୟ ଦୂତାବାସ ବିଜ୍ଞପ୍ତି ଜାରି କରି ଭାରତୀୟ ନାଗରିକଙ୍କୁ ଲେବାନନରୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି । 

 ଏହା ସହ ଲେବାନନ ଯାତ୍ରା ନକରିବାକୁ ଭାରତୀୟ ନାଗରିକଙ୍କୁ କହିଛି ଦୂତାବାସ । ଯେଉଁମାନେ ଜରୁରି କାର୍ଯ୍ୟ ପାଇଁ ଲେବାନନରେ ରହିଛନ୍ତି ସେମାନଙ୍କୁ ଦୂତାବାସ ସହ ସଂପର୍କରେ ରହିବାକୁ କୁହାଯାଇଛି । ଭାରତ ବ୍ୟତୀତ ବ୍ରିଟେନ୍ ଏବଂ ଆମେରିକା ନିଜ ନିଜର ନାଗରିକଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନେକ ଦେଶ ବୁଧବାର ଦିନ ଆଡଭାଇଜରି ଜାରି କରିସାରିଛନ୍ତି । 

ବହୁ ଏୟାର ଲାଇନ୍ସ ନିଜର ବିମାନ ଚଳାଚଳ ରଦ୍ଦ କରିଛନ୍ତି । ଅଷ୍ଟ୍ରେଲିଆ ନିଜର ନାଗରିକଙ୍କୁ ସୁରକ୍ଷିତ ଭାବରେ ଫେରାଇ ନେବାକୁ ସ୍ବତନ୍ତ୍ର ବିମାନ ପଠାଇଛି । ଲୋକଙ୍କୁ ଜଲଦି ସ୍ବଦେଶ ଫେରିବାକୁ କୁହାଯାଇଛି । କାରଣ ଆଗକୁ ବେରୁଟ ବିମାନ ବନ୍ଦର ବନ୍ଦ ହୋଇଯାଇପାରେ ଏବଂ ଲୋକମାନେ ଦୀର୍ଘ ଦିନ ଧରି ଅଶାନ୍ତ ଲେବାନନରେ ଫସିଯାଇ ପାରନ୍ତି ବୋଲି ଅଷ୍ଟ୍ରେଲିଆ ସରକାର ନିଜର ନାଗରିକଙ୍କୁ ସୂଚିତ କରିଛନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.