ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟି-ଟ୍ବେଣ୍ଟି: ସିରିଜ କବଜା ଲକ୍ଷ୍ୟରେ ସୂର୍ଯ୍ୟସେନା, କର ବା ମର ସ୍ଥିତିରେ ବଟଲରବାହିନୀ

Published By : Prameya | January 28, 2025 8:33 AM

ରାଜକୋଟ୍‌, ୨୮/୦୧: ଘରୋଇ ଭାରତ ଓ  ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ଖେଳାଯିବ ତୃତୀୟ  ଟି-ଟ୍ୱେଣ୍ଟି । ଭାରତ ପ୍ରଥମ ୨ଟି ମ୍ୟାଚ୍‌ ଜିତିସାରିଛି । ମଙ୍ଗଳବାର  ଆଉ ଏକ ବିଜୟ ସହ ସିରିଜ ଅକ୍ତିଆର କରିବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି । ଇଂଲଣ୍ଡ ପାଇଁ  ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । 

ସିରିଜକୁ ଫେରିବା ପାଇଁ ଇଂଲଣ୍ଡ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ହେଲେ ଭାରତୀୟ  ଦଳର ସ୍ପିନ୍‌ ବାହିନୀ ଇଂଲଣ୍ଡ ଖେଳାଳିଙ୍କ ନିଦ ହଜାଇ ଦେଇଛନ୍ତି । କେବଳ ଜୋସ ବଟଲରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରୁ ନାହାନ୍ତି । ବିଶେଷ କରି ବରୁଣ ଚକ୍ରବର୍ତ୍ତୀଙ୍କ କୌଶଳକୁ ପଢିବାରେ  ଦଳ ସମ୍ପୂର୍ଣ୍ଣ ବିଫଳ ହୋଇଛି । ରାଜକୋଟ ପିଚ୍‌  ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରୁଥିବାରୁ  ଇଂଲଣ୍ଡ ଦଳର ଚିନ୍ତା ବଢି ଯାଇଛି । ତଥାପି ବରୁଣଙ୍କୁ  ମୁକାବିଲା କରିବା ପାଇଁ ଇଂଲଣ୍ଡ ବ୍ୟାଟରମାନେ ମ୍ୟାଚ୍ ପାଇଁ କିଛି ନୂଆ ରଣନୀତି ପ୍ରସ୍ତୁତ କରିବେ । 

ଦକ୍ଷତା, ପ୍ରଦର୍ଶନ ଓ ରେକର୍ଡକୁ ଦେଖିଲେ  ଭାରତର ପଲା ଭାରି ରହିବ । ରାଜକୋଟ୍‌ରେ ଭାରତ  ୫ଟି ଟି-ଟ୍ୱେଣ୍ଟି ଖେଳିଛି ଓ ଏଥିରୁ ୪ଟି ମ୍ୟାଚ୍‌ରେ  ବିଜୟ ହାସଲ କରିଛି । ଶେଷ ଥର ପାଇଁ ଭାରତ  ୨୦୧୩ରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ  ଟି-ଟ୍ୱେଣ୍ଟି ଖେଳିଥିଲା ଓ ୬ ୱିକେଟ୍‌ରେ ବିଜୟ  ହାସଲ କରିଥିଲା । 

ମଙ୍ଗଳବାର ମ୍ୟାଚ୍‌ରେ ତିଳକ ବର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଚେନ୍ନାଇରେ ଅନୁଷ୍ଠିତ ମ୍ୟାଚ୍‌ରେ  ସେ ଅପରାଜିତ ୭୨ ରନ୍‌ର ଇନିଂସ ଖେଳି ଦଳକୁ  ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ସେ  ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।  ସେ ଖେଳିଥିବା ଶେଷ ୪ଟି ମ୍ୟାଚ୍‌ରେ ୩୧୮  ରନ୍‌ ସଂଗ୍ରହ କରିଛନ୍ତି ଓ ଥରେ ହେଲେ ଆଉଟ୍‌  ହୋଇନାହାନ୍ତି । ଇଂଲଣ୍ଡ ଏକାଦଶ ଅପରିବର୍ତ୍ତିତ ରଖିଛି । ଫଳରେ ଜାକବ ବେଥେଲ ଏକାଦଶକୁ ଫେରିବେ  ନାହିଁ । ତାଙ୍କ ସ୍ଥାନରେ ଦ୍ୱିତୀୟ ମ୍ୟାଚ୍‌ ଖେଳିଥିବା  ବ୍ରାଇଡନ କାର୍ସ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରି ବିଜୟ  ଆଶା ସଂଚାର କରିଥିଲେ । ହେଲେ ଅନ୍ତିମ ମୁହୂର୍ତ୍ତରେ  ତିଳକ ବିଜୟ ଛଡ଼ାଇ ନେଇଥିଲେ । 

ଭାରତ ୨ଟି ମ୍ୟାଚ୍‌ ଜିତି ସାରିଥିବାରୁ ମଙ୍ଗଳବାର ମଧ୍ୟ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେବା ନିଶ୍ଚିତ ।  ଆଗକୁ ଚାମ୍ପିଅନ୍ସ ଟ୍ରଫି ରହିଛି । ୧୫ମାସ ପରେ  ଦଳକୁ ଫେରିଥିବା ସାମିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ  ପ୍ରସ୍ତୁତ ରଖିବା ଟିମ ମ୍ୟାନେଜମେଣ୍ଟର ଗୁରୁଦାୟିତ୍ୱ । ଟସ ଜିତିଲେ 

ଫିଲ୍ଡିଂ: ପୂର୍ବ ୨ ମ୍ୟାଚ୍‌ ଭଳି  ମଙ୍ଗଳବାର ମଧ୍ୟ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ରାଜକୋଟ୍‌ ପିଚ୍‌ ପାରମ୍ପରିକ ଭାବେ  ବ୍ୟାଟିଂ ପାଇଁ ଅନୁକୂଳ । ବ୍ୟାଟିଂ ଅନୁକୂଳ ପିଚ୍‌ ଓ  ଦ୍ରୁତ ଆଉଟ୍‌ ଫିଲ୍ଡରେ ବିଶାଳ ସ୍କୋର ସଂଗୃହୀତ  ହେବା ନିଶ୍ଚିତ । ମାତ୍ର ରାତ୍ରିରେ କାକର ପଡ଼ୁଥିବାରୁ  ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଟସ୍‌ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।  ଭାରତ ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ଟସ ଜିତିଥିଲା  ଓ ଫିଲ୍ଡିଂ ନିଷ୍ପତ୍ତି ନେଇ ଉଭୟ ମ୍ୟାଚ ଜିତିଥିଲା ।

ସମ୍ଭାବ୍ୟ ଦଳ

ଭାରତ: ସଞ୍ଜୁ ସାମସନ, ଅଭିଷେକ ଶର୍ମା,  ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ),  ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ/ରମଣଦୀପ ସିଂହ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି  ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ । 

ଇଂଲଣ୍ଡ: ଫିଲ ସଲ୍ଟ, ବେନ ଡକେଟ୍‌, ଜୋସ  ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌, ଲାଏମ  ଲିଭିଙ୍ଗଷ୍ଟୋନ, ଜାମି ସ୍ମିଥ, ଜାମି ଓଭରଟନ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଆଦିଲ  ରସିଦ, ମାର୍କ ଉଡ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.