ନୂଆଦିଲ୍ଲୀ,୧୭/୦୧: ଫେବ୍ରୁଆରୀ ପ୍ରଥମ ଭାଗରେ ପ୍ୟାରିସ୍‌ରେ ହେବାକୁ ଯାଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ସମିଟ୍‌ । ଫ୍ରାନ୍ସ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ  ସହ-ଅଧ୍ୟକ୍ଷତା କରିବ ଭାରତ । ଫ୍ରାନ୍ସ  ମନ୍ତ୍ରୀ କ୍ଲାରା ଚପାଜ ବୁଧବାର ଏ ସୂଚନା  ଦେଇଛନ୍ତି । ‘ସମିଟ୍‌ ଫର୍‌ ଆକ୍ସନ ଅନ୍‌  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଶୀର୍ଷକ  ଏହି କାର୍ଯ୍ୟକ୍ରମରେ ବିଶ୍ୱ ନେତୃବୃନ୍ଦ  ଏକତ୍ର ହୋଇ ଏଆଇ ଉପରେ ଆଲୋଚନା କରିବେ । 

ଗତ ସପ୍ତାହରେ  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ  ଘୋଷଣା କରିଥିଲେ ଯେ, ଭାରତ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ  ଗସ୍ତ କରିବେ ଏବଂ ଫେବ୍ରୁଆରୀ ୧୦  ଓ ୧୧ରେ ଆୟୋଜିତ ହେଉଥିବା ଏଆଇ  ସମିଟ୍‌ରେ ଯୋଗ ଦେବେ ।