ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମିଳିତ ଜାତିସଂଘରେ ପୁଣି ପାକିସ୍ତାନକୁ ତାତ୍ସଲ୍ୟ କଲା ଭାରତ;' ଆନ୍ତରାଷ୍ଟ୍ରୀୟ ସହାୟତାରେ ଚାଲୁଛି ସେହବାଜ ସରକାର....

Published By : Prameya | February 27, 2025 1:19 PM

Image source: ANI

ନୂଆଦିଲ୍ଲୀ,୨୭/୦୨: ଗୁରୁବାର ପୁଣି‌ଥରେ ମିଳିତ ଜାତିସଂଘରେ ପାକିସ୍ତାନକୁ ତାତ୍ସଲ୍ୟ କରିଛି ଭାରତ। ଭାରତ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ)ର ୫୮ତମ ଅଧିବେଶନର ସପ୍ତମ ବୈଠକରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି ଏବଂ ଏହାକୁ ଏକ ବିଫଳ ରାଷ୍ଟ୍ର ବୋଲି କହିଛି। ଭାରତ କହିଛି ଯେ, 'ପାକିସ୍ତାନ ଦେଶକୁ ଚଳାଇବା ପାଇଁ ଅନ୍ତର୍ଜାତୀୟ ସହାୟତା ଉପରେ ନିର୍ଭରଶୀଳ।' ଜେନିଭାରେ ମିଳିତ ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ କ୍ଷିତିଜ ତ୍ୟାଗୀ ପାକିସ୍ତାନୀ ନେତୃତ୍ୱଙ୍କ ଉପରେ ସେନାର ନିର୍ଦ୍ଦେଶରେ ମିଥ୍ୟା ପ୍ରଚାର କରୁଥିବାର ଅଭିଯୋଗ କରିଛନ୍ତି। ଜମ୍ମୁ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ନେଇ ପାକିସ୍ତାନୀ ଆଇନ ମନ୍ତ୍ରୀ ଆଜମ ନାଜିର ତାରାରଙ୍କ ଅଭିଯୋଗର ଜବାବରେ ତ୍ୟାଗୀଙ୍କ ଏହିପରି କିଛି ମନ୍ତବ୍ୟ ଆସିଛି।

ସ୍ୱିଜରଲ୍ୟାଣ୍ଡର ଜଷନଇଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ବୈଠକରେ ଭାରତ ପାକିସ୍ତାନକୁ ଏକ ବିଫଳ ଦେଶ ବୋଲି କହି କଡ଼ା ସମାଲୋଚନା କରିଛି। ଏହାରି ଭିତରେ ଭାରତର ପ୍ରତିନିଧି କ୍ଷିତିଜ ତ୍ୟାଗୀ କହିଥିଲେ ଯେ ଜମ୍ମୁ-କଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଅଙ୍ଗ ଏବଂ ଏବେ ପାକିସ୍ତାନକୁ ମଧ୍ୟ ଏହା ବୁଝିବା ଉଚିତ। ସେ ପାକିସ୍ତାନ ଉପରେ ବିଶ୍ୱରେ ଜମ୍ମୁ-କାଶ୍ମୀର ବିଷୟରେ ମିଥ୍ୟା ପ୍ରଚାର କରୁଥିବାର ମଧ୍ୟ ଅଭିଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଜେନିଭାରେ ଅନୁଷ୍ଠିତ ୟୁଏନ୍‌ଏଚ୍‌ଆର୍‌ସିର ୫୮ତମ ବୈଠକର ସପ୍ତମ ଅଧିବେଶନରେ, କ୍ଷିତିଜ ତ୍ୟାଗୀ କହିଥିଲେ ଯେ 'ପାକିସ୍ତାନ ଏକ ବିଫଳ ଦେଶ ଏବଂ ନିଜକୁ ଚଳାଇବା ପାଇଁ ଅନ୍ତର୍ଜାତୀୟ ସହାୟତା ଉପରେ ନିର୍ଭରଶୀଳ।' ସେ କହିଛନ୍ତି, ଏହା ଦେଖି ଦୁଃଖ ଲାଗୁଛି ଯେ ପାକିସ୍ତାନ କାଶ୍ମୀର ଏବଂ ଭାରତ ବିଷୟରେ ନିରନ୍ତର ମିଥ୍ୟା ପ୍ରଚାର କରୁଛି। ପାକିସ୍ତାନ ଓଆଇସି ଭଳି ଫୋରମର ପରିହାସ କରୁଛି ଏବଂ ଏହା ଦେଖିବା ଅତ୍ୟନ୍ତ ଦୁଃଖଦ।'

ପାକିସ୍ତାନକୁ ପରାମର୍ଶ:

ସେ କହିଛନ୍ତି, "ପାକିସ୍ତାନକୁ ଏହାର ଲୋକମାନଙ୍କୁ ପ୍ରକୃତ ଶାସନ ଏବଂ ନ୍ୟାୟ ପ୍ରଦାନ କରିବା ଉପରେ ଧ୍ୟାନ ଦେବାକୁ ହେବ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଏହି ପରିଷଦର ସମୟ ଏକ ବିଫଳ ରାଷ୍ଟ୍ର ଦ୍ୱାରା ନଷ୍ଟ କରାଯାଉଛି ଯାହାକି ଅସ୍ଥିରତା ଦେଇ ଗତିକରୁଛି ଏବଂ ଅନ୍ତର୍ଜାତୀୟ ସହାୟତାରେ ବଞ୍ଚି ରହିଛି।' ପାକିସ୍ତାନର ପ୍ରତିଟି ବକ୍ତବ୍ୟ କପଟତା, ଅମାନବିକତା ଏବଂ ଅକ୍ଷମତାରେ ପରିପୂର୍ଣ୍ଣ। ଭାରତର ଧ୍ୟାନ ତା'ର ଲୋକଙ୍କ ପାଇଁ ଗଣତନ୍ତ୍ର, ପ୍ରଗତି ଏବଂ ମର୍ଯ୍ୟାଦା ସୁନିଶ୍ଚିତ କରିବା ଉପରେ ରହିଛି, ଯାହାକି ପାକିସ୍ତାନକୁ ଶିଖିବାକୁ ପଡ଼ିବ।"



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.