ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନାଟୋ ଆଗରେ ଆରଆଇସି ବଡ଼ ଚ୍ୟାଲେଞ୍ଜ : ଭାରତ-ଚୀନ୍‌-ରୁଷର ବନ୍ଧୁତ୍ବ ଏବେ ୟୁରୋପ ଏବଂ ଆମେରିକାର ପାଇଁ ବିପଦ

Published By : Harapriya Biswal | July 19, 2025 2:08 PM

ନୂଆଦିଲ୍ଲୀ,୧୯।୭: ସାରା ଦୁନିଆରେ ୟୁରୋପର ରାଜତ୍ବ ଏବେ ବିପଦରେ। ଏପରିକି ଆମେରିକାର ବିସ୍ତାରବାଦୀ ନୀତି ଏବଂ ନାଟୋ ଦେଶଙ୍କ ପ୍ରାଧାନ୍ୟକୁ ମିଳିପାରେ ଚ୍ୟାଲେଞ୍ଜ। କାରଣ ରୁଷ-ଚୀନ୍ ଓ ଭାରତ ଆଗକୁ ଏକାଠି ମିଶି କାମ କରିବାକୁ ଯାଉଛନ୍ତି। ନିକଟରେ ବେଜିଂକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଗସ୍ତକୁ ନେଇ ଚିନ୍ତାରେ ପଡିଛି ନାଟୋ। ଡ୍ରାଗନର ବନ୍ଧୁତ୍ବପୂର୍ଣ୍ଣ ଆଭିମୁଖ୍ୟ ଭାରତ, ଚୀନ୍ ଓ ରୁଷ ସମ୍ପର୍କର ସୁଧାର ନେଇ ଗୁରୁତ୍ବପୂର୍ଣ୍ଣ ସଙ୍କେତ ଦେଇଛି।   

ଭାରତ, ଚୀନ୍ ଓ ରୁଷକୁ ନେଇ ଗଠିତ ତ୍ରିପାକ୍ଷିକ ସଂଗଠନ ବା ଆରଆଇସି ସକ୍ରିୟ ହେବାକୁ ଯାଉଛି । ରୁଷ ଏହି ସଂଗଠନକୁ ପୁନଃର୍ଜୀବିତ କରିବା ନେଇ ଚେଷ୍ଟା କରିଛି। ଆଉ ଚୀନ୍ ମଧ୍ୟ ଏନେଇ ସହମତି ପ୍ରକାଶ କରିଛି। ରୁଷର ଉପବୈଦେଶିକ ମନ୍ତ୍ରୀ ଆର ଦେ ରୁଡକୋ କହିଛନ୍ତି ଆରଆଇସିକୁ ପୁଣିଥରେ ଆରମ୍ଭ କରିବାକୁ ନେଇ ଭାରତ ଓ ଚୀନ୍ ସହ ଆଲୋଚନା ଚାଲିଛି। ଯଦି ଏହା ସଫଳ ହୁଏ ତେବେ ଦୁନିଆରେ ଆରଆଇସିର ପ୍ରଭାବ ବଢିବ। ୟୁରୋପ ସହ ଆମେରିକା ଓ ପାକିସ୍ତାନ ପାଇଁ ଚିନ୍ତାର ବିଷୟ ପାଲଟିବ। 

ବିଶ୍ବରେ ବ୍ରିକ୍ସ ଦେଶର ନିଜର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଯାହାର ପ୍ରତିଷ୍ଠାତା ରୁଷ, ଚୀନ୍ ଓ ଭାରତ। ଏହି ସଂଗଠନ ପ୍ରତି ଆମେରିକା ସହ ନାଟୋର ସଦସ୍ୟ ରାଷ୍ଟ୍ରଙ୍କ ସବୁବେଳେ ଅସନ୍ତୋଷ ଭାବନା ରହିଛି। ଏହା ଭିତରେ ୧୭ ତମ ବ୍ରିକ୍ସ ସମ୍ମିଳନୀ ଆୟୋଜନ ପରେ ଭାରତ,ଚୀନ୍ ଓ ରୁଷ  ସମ୍ପର୍କରେ ସୁଧାର ଏକ ନୂଆ ବାଟ ତିଆରି କରିଛି। ଚୀନ୍ ମଧ୍ୟ ସ୍ପଷ୍ଟ କରିଛି ଯେ, ଆରଆଇସି ତିନି ଦେଶ ପାଇଁ ଲାଭଦାୟକ। ତ୍ରିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଭାରତ ଓ ରୁଷ ସହ ମିଶି କାମ କରିବାକୁ ଆମେ ପ୍ରସ୍ତୁତ। ଡ୍ରାଗନର ଏହି ପରିବର୍ତ୍ତିତ ସ୍ବରକୁ ଭାରତ ସହ ଚୀନ୍‌ର ସୁସମ୍ପର୍କର ନୂତନ ଅଧ୍ୟାୟ ରୂପରେ ଦେଖାଯାଉଛି। ଏହାଦ୍ବାରା ଏସିଆ ସହ ସମ୍ପୂର୍ଣ୍ଣ ବିଶ୍ବ ଏକ ନୂଆ ରଣନୈତିକ ସନ୍ତୁଳନ ଗଠନ ହେବ, ଯାହାକି ଆମେରିକା ପାଇଁ ବଡ଼ ଝଟକା ହେବ। ସେଭଳି ନାଟୋ ମଧ୍ୟ ଟାରିଫ୍‌କୁ ନେଇ ନିଜର ସମସ୍ୟା ପ୍ରକାଶ କରିସାରିଛି। ଏଭଳି ସ୍ଥିତିରେ ଯଦି ଦୁନିଆ ନିକଟରେ ରୁଷ-ଭାରତ-ଚୀନ୍ ଏକାଠି ହୁଅନ୍ତି ତେବେ ନାଟୋ ପାଇଁ ଏହା ବଡ଼ ସମସ୍ୟା ପାଲଟିବ।

ବଦଳୁଥିବା ସମୀକରଣ ମଧ୍ୟ ପାକିସ୍ତାନର ଚିନ୍ତା ବଢାଇ ଦେବ। ଚୀନ୍‌ର ସହଯୋଗୀ ରାଷ୍ଟ୍ର ଭାବରେ ସବୁବେଳେ ପାକିସ୍ତାନର ପରିଚୟ ରହିଛି। ଅପରେସନ୍ ସିନ୍ଦୂର ବେଳେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା। ଯେତେବେଳେ କଥିତ ଭାବରେ ପାକିସ୍ତାନକୁ ଚୀନ୍‌ର ବ୍ୟାକଅପ୍ ମିଳିବା କଥା କୁହାଯାଉଥିଲା। ଏବେ ଡ୍ରାଗନର ଆଭିମୁଖ୍ୟ ବଦଳିବା ପରେ ପାକିସ୍ତାନ ନିଜର ଏକ ପ୍ରମୁଖ ସହଯୋଗୀକୁ ହରାଇପାରେ। ଏହା ସହ ଭାରତର ପକ୍ଷ ଆହୁରି ଅଧିକ ମଜବୁତ ହେବ । ଏଭଳି ସ୍ଥିତିରେ ପଡୋଶୀ ରାଷ୍ଟ୍ରର ଟେନସନ୍ ବହୁଗୁଣରେ ବଢିଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.