ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ସମାଜକୁ ଦେଲେ ବଡ଼ ବାର୍ତ୍ତା; ହାତ ଯୋଡ଼ି ଯୌତୁକକୁ ନା, ମାତ୍ର ୧ ଟଙ୍କାରେ ବିବାହ

Published By : Prameya | February 27, 2025 5:41 PM

ଜୟପୁର, ୨୭।୨: ବର୍ତ୍ତମାନ ସମୟରେ ବି ଯୌତୁକ ପାଇଁ ଝିଅକୁ ହତ୍ୟା କରୁଥିବା ଅନେକ ଖବର ସାମନାକୁ ଆସୁଛି । କେଉଁଠି ଯୌତୁକ ପାଇଁ କିରୋସିନ ଢାଳି ଶ୍ୱଶୁର ଘର ଲୋକ ଝିଅକୁ ହତ୍ୟା କରୁଛନ୍ତି ତ କେଉଁଠି ଝିଅ ଯୌତୁକ ନିର୍ଯ୍ୟାତନା ସହିନପାରି ଶେଷ ପନ୍ଥା ଭାବେ ଆତ୍ମହତ୍ୟାକୁ ବାଛୁଛି । ବର୍ଷ ବର୍ଷ ଧରି ଚାଲି ଆସିଥିବା ଏଭଳି ପରମ୍ପରା ପାଇଁ ଅନେକ ଝିଅ ନିଜ ଜୀବନକୁ ଜଳାଞ୍ଚଳି ଦେଉଛନ୍ତି । ସାମାନ୍ୟ ଯୌତୁକ ପାଇଁ ଝିଅକୁ ହରାନ୍ତି ବାପଘର । ଯୌତୁକ ଲାଗି କେଉଁଠି ବିବାହ ଭାଙ୍ଗିଯାଉଛି ତ କିଏ ଘରୋଇ ହିଂସାର ଶିକାର ହେଉଛି । ପ୍ରାୟତଃ ଏଭଳି ଘଟଣା ଖବର ଶିରୋନାମା ପାଲଟିଆସୁଛି । ଅନ୍ୟପଟେ ସମାଜରେ ଏଭଳି କିଛି ବ୍ୟକ୍ତି ଅଛନ୍ତି, ଯିଏ କି ଯୌତୁକକୁ ନା କହି ଉଦାହରଣ ସାଜିଥାନ୍ତି । ନିକଟରେ ରାଜସ୍ଥାନର ବର-କନ୍ୟା ଯୌତୁକ ପ୍ରଥାକୁ ଶେଷ କରିବାକୁ ଏଭଳି ପଦକ୍ଷେପ ନେଇ ସମାଜକୁ ଦେଇଛନ୍ତି ବଡ଼ ବାର୍ତ୍ତା । ରାଜସ୍ଥାନର ଦୁଇ ଜଣ IPS ଏବଂ IAS ଯୋଡ଼ି । ମାତ୍ର ୧ ଟଙ୍କାରେ ଦୁହିଁଙ୍କ ବିବାହ ଶେଷ ହୋଇଛି । 

ସୁରତପୁରର ବାସିନ୍ଦା IPS ରାଜକୁମାର ମୀନା, ଭରତପୁର ଜିଲ୍ଲାର IAS ଭାରତୀ ମୀନାଙ୍କୁ ବିବାହ କରିଛନ୍ତି । ପେସାରେ ଆଇପିଏସ୍‌ ରାଜକୁମାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ହେବା ସତ୍ତ୍ୱେ ବିବାହ ଯୌତୁକ ନେବାକୁ ସିଧାସଳଖ ମନା କରିଦେଇଥିଲେ । ଉଭୟ ପରିବାର ତାଙ୍କ ପ୍ରସ୍ତାବକୁ ସସମ୍ମାନରେ ଗ୍ରହଣ କଲେ । ଏହି ଶୁଭ ବିବାହ ପାଇଁ IPSଙ୍କ ବାପା ବିବାହ ଭଳି ଶୁଭ କାର୍ଯ୍ୟ ପାଇଁ ଝିଅ ଘରୁ ମାତ୍ର, ୧ ଟଙ୍କା ନେଇଥିଲେ । ଦାନରେ ଗୋଟିଏ ନଡ଼ିଆ ନେଇ ବିବାହ ସମ୍ପନ୍ନ କରାଇଥିଲେ ଏବଂ ଯୌତୁକମୁକ୍ତ ବିବାହକୁ ପ୍ରୋତ୍ସାହିତ କରିଥିଲେ । 

IPS ରାଜକୁମାରଙ୍କ ଦାଦା ଆଦିବାସୀ ମୀନା ସମ୍ପ୍ରଦାୟର ଜିଲ୍ଲା ଉପାଧ୍ୟକ୍ଷ । ତାଙ୍କ ନାଁ କାଞ୍ଜି ମୀନା । ତାଙ୍କ ପୁତୁରା ରାଜକୁମାରଙ୍କ ବିବାହରେ ଯୌତୁକ ନେବା ବଦଳରେ ଶୁଭ କାର୍ଯ୍ୟ ପାଇଁ କେବଳ ୧ ଟଙ୍କା ନିଆଯାଇଥିବା ସେ କହିଛନ୍ତି । ସେ କହିଥିଲେ ଯେ, ଏହି ପଦକ୍ଷେପ ସହିତ ଯୌତୁକ ପ୍ରଥା ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ଆରମ୍ଭ କରାଯାଇଛି । କାଞ୍ଜି ମୀନା କହିଛନ୍ତି, ଯେ ପ୍ରଥମେ ବୟସ୍କମାନେ ଏହାକୁ ଉଚ୍ଛେଦ କରିବା ଉଚିତ୍ । ଯାହା ଫଳରେ ମଧ୍ୟବିତ୍ତ କିମ୍ବା ଗରିବ ଲୋକଙ୍କ ଉପରେ ଏଭଳି ନିୟମ ପାଳନ କରିବାର ଚାପ ପଡ଼ିବ । ଏବେ ଯୌତୁକ ମୁକ୍ତ ବିବାହ ଆରମ୍ଭ ହୋଇଛି, ଏବେ ଧୀରେ ଧୀରେ ସମାଜରୁ ଯୌତୁକ ପ୍ରଥା ମଧ୍ୟ ଶେଷ ହେବ । ଉଭୟଙ୍କ ବିବାହରୁ ପ୍ରେରିତ ହୋଇ ଅନ୍ୟମାନେ ମଧ୍ୟ ଯୌତୁକମୁକ୍ତ ବିବାହ କରିବେ ବୋଲି IPS ରାଜକୁମାର ଓ IAS ଭାରତୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.