ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଖୋର୍ଦ୍ଧାରୁ HMPV ରୋଗୀ ଚିହ୍ନଟ ଖବର ମିଛ, ଭୟଭୀତ ହୁଅନ୍ତୁ ନାହିଁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Published By : Rasmita Pradhan | January 16, 2025 1:41 PM

ଭୁବନେଶ୍ଵର, ୧୬/୦୧ : ଖୋର୍ଦ୍ଧା କାଇପଦର ଅଞ୍ଚଳରୁ HMPV ରୋଗୀ ଚିହ୍ନଟ ଖବର ମିଛ। ଖୋର୍ଦ୍ଧାରୁ HMPV ରୋଗୀ ଚିହ୍ନଟ ହୋଇଥିବା ଖବର ଭାଇରାଲ୍ ହୋଇଥିଲା। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏଚଏମପିଭିର କୌଣସି ସୂଚନା ନାହିଁ। ଏବେ ସୁଦ୍ଧା ରାଜ୍ୟରୁ କେହି ସଂକ୍ରମିତ ଚିହ୍ନଟ ହେବାର ରିପୋର୍ଟ ଆସିନି। ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ୍ ଆସିଛି। ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। 

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ସାଧାରଣ ଥଣ୍ଡା ଜ୍ଵର ଭଳି ଏଚଏମପିଭିର ଲକ୍ଷଣ। ଶୀତ ଋତୁରେ ସାଧାରଣତଃ ଥଣ୍ଡା ଜ୍ଵର ହୁଏ। ରୋଗୀଙ୍କ ସଂଖ୍ୟା ସେତେ ଅଧିକ ହୋଇନାହିଁ। ତେଣୁ ଭୟ କରିବାର ଆବଶ୍ୟକତା ନାହିଁ। 

ଅଧିକ ପଢନ୍ତୁ-ଫେବ୍ରୁଆରୀ ୨୩ରେ ଓସିଏର ନୂଆ ସଭାପତି ଚୟନ, ପଙ୍କଜ ହୋଇପାରନ୍ତି ସ୍ଥାୟୀ ସଭାପତି

ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ସମ୍ମିଳନୀ କକ୍ଷରେ ଏଚ୍‌ଏମ୍‌ପିଭିର ମୁକାବିଲା ପାଇଁ ବୈଠକ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଚ୍‌ଏମପିଭିକୁ ନେଇ ଆଲୋଚନା ହୋଇଥିଲା । ଆଇଡିଏସପି, ଏନସିଡିସି ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସମସ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଏମ୍‌ସ୍‌, ଭୁବନେଶ୍ୱର, ଆର୍‌ଏମ୍‌ଆରସି, ଭୁବନେଶ୍ୱର, ଆଇଏଲ୍‌ଏସ୍‌, ଭୁବନେଶ୍ୱର ଆଦି ପ୍ରମୁଖ ଅନୁଷ୍ଠାନ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଅଯଥା ବିଚଳିତ ହେବାର କାରଣ ନାହିଁ । ବ୍ୟାପକ ଜନସଚେତନତା ଦ୍ୱାରା ସଂକ୍ରମଣକୁ ସହଜରେ ପ୍ରତିହତ କରିହେବ । ତେଣୁ ପରିସ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନଦେବା ଆବଶ୍ୟକ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.