ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

Published By : Harapriya Sethi | March 26, 2025 11:50 AM

ବିଧାନସଭା ବଜେଟ୍‌ର ୨ୟ ପର୍ଯ୍ୟାୟ କାର୍ଯ୍ୟଦିବସ ଆରମ୍ଭ ହେଲା ଦିନଠାରୁ ଚାଲିଛି ହାଇଡ୍ରାମା । କେତେବେଳେ ବିରୋଧୀଙ୍କ ହୋହାଲ୍ଲାରେ ଗୃହ ମୁଲତବୀ ହେଉଛି ତ ଆଉ କେତେବେଳେ ବିଧାୟକଙ୍କୁ ସସ୍‌ପେଣ୍ଡ ନେଇ ଚାଲିଛି ଧାରଣା । ଏହି କ୍ରମରେ ବୁଧବାର ଦିନ ବିଧାନସଭା ପ୍ରବେଶ ଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଛି ହାଇଡ୍ରାମା । ପୋଲିସ ସହ ବିଜେଡି ଏବଂ କଂଗ୍ରେସ ବିଧାୟକ ଧସ୍ତାଧସ୍ତି ହୋଇଛନ୍ତି । ଏପିରିକି ବିଧାନସଭାର ଗେଟ୍‌ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ କରିଛନ୍ତି ସସ୍‌ପେଣ୍ଡ ବିଧାୟକ । ଭିତରକୁ ପଶି ଆମ୍ବେଦରକରଙ୍କ ପ୍ରତିମୂର୍ତ୍ତି ତଳେ ଦେଇଛନ୍ତି ଧାରଣା। 

ମଙ୍ଗଳବାର ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ଯାହାକୁ ବିରୋଧ କରି ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାତିସାରି ଧାରଣାରେ ବସିଥିଲେ କଂଗ୍ରେସ ନେତା ଓ କର୍ମୀ । ତେବେ ବୁଧବାର ବିଧାନସଭା କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ନିଲମ୍ବିତ ବିଧାୟକମାନେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ଅଟକାଇଥିଲେ ପୋଲିସ । ହେଲେ କଂଗ୍ରେସ ନେତାମାନେ କୌଣସି କଥାକୁ ମାନିନଥିଲେ । ଶେଷରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଠିକ୍‌ ଏହି ସମୟରେ ବିଜେଡ଼ି ବିଧାୟକମାନେ ଗେଟ୍‌ ଭାଙ୍ଗି ବାହାରକୁ ଆସିଥିଲେ, ଆଉ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ନେଇଥିଲେ । ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । 

କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ

ଅନ୍ୟପଟେ ନିଜ ଦଳର ବିଧାୟକମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବିରୋଧ କରି ବିଧାନସଭା ସମ୍ମୁଖରେ କଂଗ୍ରେସ ନେତା ଓ କର୍ମୀମାନେ ଧାରଣାରେ ବସିଥିଲେ । ହେଲେ ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରି ହେପାଜତକୁ ନେଇଛି । ବୁଧବାର ବିଧାନସଭା ପରିସରରେ ଏକପ୍ରକାର ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ଯାହାକୁ ନେଇ ଅନେକ କଂଗ୍ରେସ ନେତା କହିଛନ୍ତି ଯେ, ନିର୍ବାଚିତ ବିଧାୟକମାନଙ୍କର ସ୍ୱରକୁ ରାଜ୍ୟ ସରକାର ଚାପିବାକୁ ଉଦ୍ୟମ କରୁଛନ୍ତି । ଯାହାର ଜବାବ ଆଗାମୀ ଦିନରେ ଜନତା ଦେବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.