ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

ପତ୍ନୀଙ୍କୁ ବିଜୟର ଶ୍ରେୟ ଦେଲେ ହେମନ୍ତ ସୋରେନ : କହିଲେ , ମୁଁ ଏମିତି ମୁସ୍କିଲ ନିର୍ବାଚନ କେବେ ଦେଖି ନଥିଲି

ରାଞ୍ଚି : ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଦ୍ୱିତୀୟ ଥର ଫେରୁଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱରେ ଗଠବନ୍ଧନ ବିଧାନସଭାର ୮୧ଟି ସିଟ୍‌ ମଧ୍ୟରୁ ୫୭ରେ ଆଗରେ ଚାଲିଛି। ଶନିବାର ଦ୍ୱିପ୍ରହରରେ ବିଜୟ ସୁନିଶ୍ଚିତ ହେବା ପରେ ଏକ ଖବରକାଗଜକୁ ହେମନ୍ତ ସୋରେନ ଏହି ବିଜୟ ଶ୍ରେୟ ନିଜର ପତ୍ନୀ କଳ୍ପନା ସୋରେନ ଓ ତାଙ୍କର ଟିମ୍‌କୁ ଦେଇଛନ୍ତି। 

ହେମନ୍ତ ସୋରେନ କହିଛନ୍ତି , ଆମେ ନିଜର ହୋମୱାର୍କ କରି ନେଇଥିଲୁ ଏବଂ ନିଜର ଲକ୍ଷ୍ୟକୁ ସ୍ଥିର କରି ସାରିଥିଲୁ। ଆମେ ଜାଣିଥିଲୁ କି ଏହା ବହୁତ କଠିନ ମୁକାବିଲା ହେବାକୁ ଯାଉଛି। ଏଥିପାଇଁ ଆମେ ନିଜର ଟିମ୍‌ ସହ ଗ୍ରାଉଣ୍ଡରେ କାମ କରିବାକୁ ବାହାରି ପଡ଼ିଥିଲୁ। ଏହା ଏକ ସୁନ୍ଦର ଟିମ୍‌ ୱାର୍କ ଥିଲା। ଆମେ ସେହି ମେସେଜ୍‌ ଦେଲୁ ଯାହା ଆମେ ଦେବାକୁ ଚାହୁଁ ଥିଲୁ। 

ହେମନ୍ତ ସୋରେନ କହିଛନ୍ତି, ଆପଣ ମାନେ ଦେଖିଲେ କି ଲୋକସଭା ନିର୍ବାଚନରେ ଆମେ କେମିତି ପ୍ରଦର୍ଶନ କଲୁ ( ଜେଏମଏମ-କଂଗ୍ରେସ ଗଠବନ୍ଧନ ୧୪ଟି ମଧ୍ୟରୁ ୫ଟି ସିଟ୍‌ ଜିତି ଥିଲେ) । ଯଦି ମୁଁ ଜେଲ୍‌ ବାହାରେ ଥାନ୍ତି ତ ଆମେ ଆହୁରି ଭଲ ପ୍ରଦର୍ଶନ କରିଥାନ୍ତେ। ସେହି ସମୟରେ ମୋ ପତ୍ନୀ କଳ୍ପନା ସୋରେନ ୱାନ-ମ୍ୟାନ ଆର୍ମି ଭାବେ କାମ କରୁଥିଲେ।

ବିଜେପି ନିଜର  ନିର୍ବାଚନ ପ୍ରଚାରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମାମଲାକୁ  ଜୋରସୋରରେ ଉଠାଇ ଥିଲା। ଏହା ଉପରେ ହେମନ୍ତ ସୋରେନ କହିଛନ୍ତି, ମୁଖ୍ୟ କଥା ଏହା କି ଶୁଣିବା ଲୋକେ କିଏ ଏବଂ ଏଥିରୁ ସେମାନେ କଣ ପାଉଛନ୍ତି । ମତଦାତା ଓ ନେତାଙ୍କ ମଧ୍ୟରେ ସଂପର୍କ ଜଣେ ଶିକ୍ଷକ ଓ ଛାତ୍ର ଭଳି ହେବା ଉଚିତ୍‌। ଶିକ୍ଷକଙ୍କୁ ବିଦ୍ୟାର୍ଥୀଙ୍କ ଆବଶ୍ୟକତାକୁ ବୁଝିବା ଉଚିତ୍‌। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.