ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଉଠାଦୋକାନୀଙ୍କ ଦଶାହରେ କୁନି ଝିଅର କୋହଭରା ଲେଖା, 'ମୋ ଭଳି କେହି ଅନାଥ ନହୁଅନ୍ତୁ... ପୁଣି କିଛି ଘଟିବା ପୂର୍ବରୁ ବଡ଼ ଲୋକମାନେ କିଛି କରନ୍ତୁ’

Published By : Rasmita Pradhan | May 5, 2025 1:33 PM

ପୁରୀ, ୦୫/୦୫ : ୫ ବର୍ଷର ଝିଅ ଜ୍ୟୋତିପ୍ରଜ୍ଞା... ଅଙ୍ଗନବାଡ଼ି କେନ୍ଦ୍ର ଯାଉଛନ୍ତି । ଶନିବାର ଥିଲା ପ୍ରଜ୍ଞାଙ୍କ ବାପା ଉଠାଦୋକାନୀ ସ୍ୱର୍ଗତ ପ୍ରଦୀପ କୁମାର ସାହୁଙ୍କ ଦଶାହ । ମାର୍କଣ୍ଡରେ ଶୁଦ୍ଧି ପରେ ଘରେ ଦଶାହ କାର୍ଯ୍ୟ ଜାରି ରହିଥିଲା । ସନ୍ଧ୍ୟାରେ ପ୍ରଜ୍ଞାଙ୍କ ହାତରେ ଥିଲା ବାପାଙ୍କର ଏକ ଫଟୋ ସହ କିଛି ଲେଖା । ସେଥିରେ ବଡ଼ବଡ଼ିଆ ତଥା ପ୍ରଭାବଶାଳୀଙ୍କ ପାଇଁ ଥିଲା ଖୋଲା ଆହ୍ୱାନ । ‘କେହି ମୋ ବାପାଙ୍କୁ ଫେରାଇ ଆଣିପାରିବେ? ବାପା ପରିବାର କଥା ବୁଝୁଥିଲେ । ସେ ଚାଲିଯିବା ପରେ ବୋଉ କାନ୍ଦୁଛନ୍ତି । ରୋଗିଣା ଜେଜେ ବାପା ଓ ଜେଜେମା କେମିତି ଔଷଧ ଖାଇବେ? ତାଙ୍କ ବାପାଙ୍କ ଭଳି ଅନେକ ଉଠାଦୋକାନୀ ଅଛନ୍ତି । ସେମାନଙ୍କର ମଧ୍ୟ ପିଲାମାନେ ଓ ପରିବାର ଅଛନ୍ତି । ଏମିତି ମୋ ଭଳି କେହି ଅନାଥ ନହୁଅନ୍ତୁ । ପୁଣି କିଛି ଘଟିବା ପୂର୍ବରୁ ବଡ଼ ଲୋକମାନେ କିଛି କରନ୍ତୁ’ । ଏବେ ୫ ଦିନ ହେଲା ପ୍ରଜ୍ଞା ଅସୁସ୍ଥ । ବାପାଙ୍କୁ ଝୁରିଝୁରି ଜ୍ୱର ଛାଡ଼ୁନି । ଏଭଳି ଫଟୋ ପାଇଁ ଦେଖଣାହାରୀଙ୍କ ଆଖିରେ ଲୁହ ଅଟକୁ ନଥିଲା । ଶୁଦ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ଲୋକେ ସ୍ୱର୍ଗତ ପ୍ରଦୀପଙ୍କ ପରିବାର ପ୍ରତି ସହାନୁଭୁତି ଦେଖାଇବା ସହ ପୁରୀରେ ଉଠାଦୋକାନୀଙ୍କୁ ଉଛେଦ ନେଇ ପ୍ରଶାସନର ମନମୁଖୀ ପଦକ୍ଷେପକୁ ସମାଲୋଚନା କରୁଥିଲେ ।

ସୂଚନା ଥାଉକି, ସ୍ୱର୍ଗତ ପ୍ରଦୀପ ଜଣେ ଉଠାଦୋକାନୀ ଭାବେ ବଡ଼ଦାଣ୍ଡରେ ଅସ୍ଥାୟୀ ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ। ପ୍ରଶାସନ ଦୋକାନ ଉଛେଦ କଲାପରେ ବଡ଼ଦାଣ୍ଡରେ କିଛି ବିକ୍ରିବଟା କଲେ ବାଡ଼େଇ ଉଠାଉଥିଲେ। ସେହି ଭିତରେ କଷ୍ଟରେ ବେପାର କରି ଘର ଚଳାଉଥିବା ସ୍ଥଳେ ମାନସିକ ଚାପରେ ହଠାତ୍‌ ପ୍ରଦୀପଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା । ପ୍ରଦୀପଙ୍କ ସାନ ଭାଇ ଦିଲ୍ଲୀପ କୁମାର ସାହୁ କୁହନ୍ତି ଆମର ଆର୍ଥିକ ସମ୍ବଳ ନାହିଁ । ଭାଇଙ୍କ ସାଙ୍ଗ କିଛି ସାହାଯ୍ୟ କରିବାରେ ଶୁଦ୍ଧି କାର୍ଯ୍ୟ ତୁଲୁଛି । ସରକାର ଉଠାଦୋକାନୀଙ୍କୁ ଉଛେଦ କଲାପରେ ମୋ ଭାଇଙ୍କ ଭଳି ଜଣଙ୍କ ପରେ ଜଣେ ଦୋକାନୀଙ୍କ ଜୀବନ ଯାଉଛି । ସରକାର ଯେଉଁଠି ଜାଗା ଦେଇଛନ୍ତି ସେଠି ବେପାର ହେବନି । ସରକାର ଉଠାଦୋକାନୀଙ୍କୁ ରୋଜଗାରର ସୁଯୋଗ ଦିଅନ୍ତୁ । ଭାଇଙ୍କ ଭଳି ଅନେକ ଦୋକାନୀ ଅଛନ୍ତି । ସେମାନେ ଆପାତତଃ ଇଜ୍ଜତର ସହ ପେଟ ପୋଷନ୍ତୁ । ମୋ ଭାଇଙ୍କ ଭଳି କାହାରି ଅକାଳରେ ଜୀବନ ନଯାଉ ବୋଲି ଦିଲ୍ଲୀପ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-'ସବୁଠି ସବୁ ମନ୍ଦିର ହେଉଛି, ଦୀଘାରେ ହେଲେ କାହିଁକି ବାଧୁଛି ?' ତାତିଗଲେ ଦିଦି...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.