ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ବର୍ଷକୁ ୧୪% ହାରରେ ବଢୁଛି ମେଡିକାଲ ବିଲ୍‌,ଖର୍ଚ୍ଚର ୨୩% କରଜ କରି ଭରଣା କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୮/୯: ଦରଦାମ ବୃଦ୍ଧି ଭାରତୀୟଙ୍କ ନିଦ ହଜାଇଦେଲାଣି । ସବୁକିଛି ମହଙ୍ଗା । ଦରମା ସ୍ଥିର ଥିବାବେଳେ ଖର୍ଚ୍ଚ ବଢ଼ିଚାଲିଛି । ଖାଦ୍ୟସାମଗ୍ରୀ, ପନିପରିବା, ଇନ୍ଧନଠାରୁ ଆରମ୍ଭ କରି ସବୁକିଛି ପକେଟ୍‌କୁ ବାଧୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସ୍ୱାସ୍ଥ୍ୟସେବା ଖର୍ଚ୍ଚ । ଚିକିତ୍ସା ଖର୍ଚ୍ଚରେ ବ୍ୟାଙ୍କ୍‌ ବାଲାନ୍ସ ସଫା ହୋଇଯାଉଛି । ବର୍ଷକୁ ବର୍ଷ ମେଡକାଲ ବିଲ୍‌ ୧୪% ହାରରେ ବଢୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । 

ସମ୍ପ୍ରତି ଜୀବନଶୈଳୀ ଯେଉଁଭଳି ଭାବେ ବଦଳୁଛି ନୂଆ ନୂଆ ରୋଗ ମନୁଷ୍ୟ ଶରୀରକୁ ମାଡ଼ିବସୁଛି । ଚିକିତ୍ସା ବିଲ୍‌ ଚଉଡ଼ା ହୋଇଚାଲିଥିବାବେଳେ ସାଧାରଣ ଲୋକଙ୍କ ପାଇଁ ଏ ବାବଦ ଖର୍ଚ୍ଚ ଉଠାଇବା କାଠିକର ପାଠ୍‌ ପାଲଟିଛି । ଆକୋ ଇଣ୍ଡିଆ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ଇଣ୍ଡେକ୍ସ-୨୦୨୪ ଅନୁସାରେ, ଦୁଇଅଙ୍କ ମୁଦ୍ରାସ୍ଫୀତି ସ୍ୱାସ୍ଥ୍ୟସେବା ବାବଦ ଖର୍ଚ୍ଚକୁ ବହୁ ଗୁଣା କରିଛି । ରିପୋର୍ଟ ଅନୁସାରେ, ଲୋକେ କରଜ କରି ହସ୍ପିଟାଲ ଖର୍ଚ୍ଚର ୨୩% ଉଠାଉଛନ୍ତି । ଏହା ପରିବାରଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି । ୬୨% ଚିକିତ୍ସା ଖର୍ଚ୍ଚ ପକେଟରୁ ଯାଉଛି । ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟ ସଂକଟରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଉନ୍ନତ ସ୍ୱାସ୍ଥ୍ୟ କଭରେଜ୍‌ର ଆବଶ୍ୟକତା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । 

ରିପୋର୍ଟ ଅନୁସାରେ, ଭାରତରେ କିଡ୍‌ନୀ ରୋଗ ପାଇଁ ସ୍ୱାସ୍ଥ୍ୟ ବୀମା କ୍ଲେମ୍‌ ଦିଲ୍ଲୀରେ ସର୍ବାଧିକ ରହିଛି। ଏହା ପଛକୁ ରହିଛି କୋଚି । କିଡ୍‌ନୀ ରୋଗର ରାଜଧାନୀ ହେଉଛି ଦିଲ୍ଲୀ । ଏହା ପଛକୁ କୋଚି ରହିଥିବା ରିପୋର୍ଟରେ କୁହାଯାଇଛି । କିଡ୍‌ନୀ ସ୍ୱାସ୍ଥ୍ୟ ସଂକ୍ରାନ୍ତ କ୍ଲେମ୍‌ କ୍ଷେତ୍ରରେ ଦିଲ୍ଲୀ ଏନ୍‌ସିଆର୍‌ର ଭାଗ ସର୍ବାଧିକ ରହିଛି । କ୍ଲେମ୍‌ କ୍ଷେତ୍ରରେ କୋଚି, ସିକନ୍ଦରାବାଦ, ବେଙ୍ଗାଲୁରୁ ଏବଂ ଜୟପୁରର ସେୟାର ଜାତୀୟ ହାରାହାରି ତୁଳନାରେ ଅଧିକ ରହିଥିବା ଇଣ୍ଡେକ୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି । କିଡ୍‌ନୀ ସମସ୍ୟା ରହିଥିବା ରୋଗୀମାନଙ୍କ ହାରାହାରି ବୟସ ୪୭ ରହିଛି । ସେହିଭଳି କିଡ୍‌ନୀଜନିତ ସମସ୍ୟା ପାଇଁ ସର୍ବାଧିକ ବିଲ୍‌ ୨୪,୭୩,୮୯୪ ଟଙ୍କାରେ ପହଞ୍ଚିଥିବା ଏଥିରେ କୁହାଯାଇଛି । କୋଲ୍‌କାତା ଏବଂ ମୁମ୍ବାଇରେ ହୃଦରୋଗ କ୍ଲେମ୍‌ ସର୍ବାଧିକ ରହିଛି । ବିଶେଷକରି ୩୧ରୁ ୫୦ ବର୍ଷ ବୟସ ମଧ୍ୟରେ ଏ ସମସ୍ୟା ଅଧିକ ରହୁଥିବା ଜଣାପଡ଼ିଛି । ମେଟ୍ରୋ ସହରଗୁଡ଼ିକ ମଧ୍ୟରେ ଦୃଦ୍‌ଘାତ ମୁମ୍ବାଇରେ ଅଧିକ ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୦ରୁ ୨୦୨୫ ମଧ୍ୟରେ କ୍ୟାନ୍‌ସର ମାମଲା ୧୩% ବଢିଥିବା ଏଥିରେ କୁହାଯାଇଛି ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.