ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଚୁଟି କାଟିବାଠାରୁ ନେଇ ଦେହରୁ ରକ୍ତ ବାହାର କରିବା ପର୍ଯ୍ୟନ୍ତ, ଓଜନ କମ୍ କରିବା ପାଇଁ ସବୁ ପ୍ରକାର କଷ୍ଟ କରିଥିଲେ ଭିନେଶ

ନୂଆଦିଲ୍ଲୀ,୭।୮: ପ୍ୟାରିସ୍ ଅଲମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ଭାଙ୍ଗି ହୋଇଯାଇଛି ଚୁରମାର। ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ମହିଳା ରେସଲର ଭିନେଶ ଫୋଗାଟ । ୫୦ କେଜି ବର୍ଗରେ ଭାରତର ଷ୍ଟାର ଭିନେଶ୍‌ଙ୍କ ଯାତ୍ରା ବୁଧବାର ଖୁବ୍ କଷ୍ଟଦାୟକ ରହିଥିଲା। ନିଜର ତିନୋଟି ମ୍ୟାଚ୍ ଜିତିବା ପରେ ଫାଇନାଲରେ ପହଁଞ୍ଚି ସାରିଥିବା ଭିନେଶ ଅତି କମ୍‌ରେ ଭାରତକୁ ରୌପ୍ୟ ପଦକ ପକ୍କା କରିପାରିଥାନ୍ତେ। ହେଲେ ତାଙ୍କୁ ଆଜି ଡିସ୍‌କ୍ବାଲିଫାଏ କରି ଦିଆଯାଇଛି। ଭିନେଶଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିଲା, ଯେଉଁ କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି ଓ ଏବେ ତାଙ୍କୁ କୌଣସି ପଦକ ମିଳିବ ନାହିଁ। ଅଲିମ୍ପିକ୍ସରେ କୁସ୍ତୀ ନିୟମ ଅନୁସାରେ ଦୁଇ ଦିନ ଭିତରେ ମୁକାବିଲା ହୋଇଥାଏ ଓ ଦୁଇ ଦିନ ଭାଗ ନେବାକୁ ଥିବା ରେସଲରଙ୍କୁ ଓଜନ କରାଯାଇଥାଏ।

ଭିନେଶଙ୍କ ଓଜନ କମ୍ କରିବା ପାଇଁ ତାଙ୍କ କୋଚ୍ ଓ ସର୍ପୋଟ ଷ୍ଟାଫ୍ ସବୁକିଛି କରିଛନ୍ତି, କିନ୍ତୁ ସେ ମାତ୍ର ୧୦୦ ଗ୍ରାମ୍ ଓଭରଓ୍ବେଟ୍ ଆସି ଡିସକ୍ବାଲିଫାଏ ହୋଇଗଲେ। ଭିନେଶଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ)ର ଅଧ୍ୟକ୍ଷ ସଞ୍ଜୟ ସିଂହ କହିଛନ୍ତି, ଭିନେଶ ଡିହାଇଡ୍ରେସନ୍ କାରଣରୁ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି।

ଭିନେଶ ଯେଉଁଭଳି ଭାବରେ ପ୍ରିକ୍ବାର୍ଟର ଫାଇନାଲ, କ୍ବାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍ ଜିତିଛନ୍ତି,ତାଙ୍କୁ ଦେଖି ଏଭଳି ଲାଗୁଛି ସେ ଏଥର ଗୋଲ୍ଡ ମେଡେଲ ଜିତିକି ଆସିବେ। ଖବର ଅନୁସାରେ, ଫାଇନାଲର ଗୋଟେ ରାତି ଆଗରୁ ଭିନେଶଙ୍କ ଓଜନ ପ୍ରାୟ ୨ କିଲୋଗ୍ରାମ୍‌ ଅଧିକ ଥିଲା। ଏହାପରେ କୋଚ୍ ଓ ସର୍ପୋଟ ଷ୍ଟାଫ୍‌ ତାଙ୍କ ଓଜନ କମ୍ କରିବାର ସବୁ ସମ୍ଭବ ଚେଷ୍ଟା କରିଥିଲେ। ନିୟମ ପରିସରରେ ତାଙ୍କ ଦେହରୁ ରକ୍ତ ବାହାରି କରିଥିଲେ ଓ ଚୁଟି କାଟିଥିଲେ। ଏସବୁ ପରେ ମଧ୍ୟ ୧୦୦ ଗ୍ରାମ୍‌ ଓଜନ ଅଧିକ ହେବା କାରଣରୁ ତାଙ୍କର ମେଡାଲ ଜିତିଆାର ସ୍ବପ୍ନ ଭାଙ୍ଗି ଯାଇଛି। 

 

  • prameyanews
  • PrameyaOdia
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.