ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଗୁରୁକୃପାରୁ ଚମକିବ ୫ ରାଶିର ଭାଗ୍ୟ, ୧୩ ଜୁଲାଇରୁ ଚମକିବେ ଏହି ସବୁ ରାଶି...

Published By : Prameya | July 5, 2024 10:42 PM

ଦେବଗୁରୁ ବୃହସ୍ପତିଙ୍କୁ ଜ୍ୟୋତିଷଶାସ୍ତ୍ରରେ ସ୍ବତନ୍ତ୍ର ସ୍ଥାନ ରହିଥାଏ । ଦେବଗୁରୁ ବୃହସ୍ପତିଙ୍କ କୃପାରୁ ବ୍ୟକ୍ତିର ଭାଗ୍ୟୋଦୟ ହେବା ନିଶ୍ଚିତ । ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷକ, ସନ୍ତାନ, ବଡଭାଇ, ଶିକ୍ଷା, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥଳ, ଧନ, ଦାନ, ପୁଣ୍ୟ ଏବଂ ବଦ୍ଧିର କାରକ ଗ୍ରହ କୁହାଯାଇଥାଏ । ବୃହସ୍ପତି ଗ୍ରହ ୨୭ ନକ୍ଷତ୍ରରେ ପୁନର୍ବସୁ ବିଶାଖା ଏବଂ ପୂର୍ବ ଭାଦ୍ରପଦ ନକ୍ଷତ୍ରର ସ୍ବାମୀ ହୋଇଥାନ୍ତି । ଦେବଗୁରୁ ବୃହସ୍ପତି ୧୩ ଜୁଲାଇରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗୁରୁ ଏହି ଦିନ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଗଣନା ଅନୁସାରେ ଗୁରୁଙ୍କ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବାରେ କିଛି ରାଶିର ଭଗ୍ୟୋଦୟ ହେବା ଥୟ । ଏହି ରାଶି ଧାରକ ମାନଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଏବେ ଆସନ୍ତୁ ଜାଣିବା ଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ ଦ୍ବାରା କେଉଁ ରାଶିର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । 

ମେଷ ରାଶି : ପୋଷାକରେ ଖର୍ଚ୍ଚ ବଢିବ, ଅଧିକ ପରିଶ୍ରମ କରିବେ । ଖର୍ଚ୍ଚ ବୃଦ୍ଧି ହେବ । ଆତ୍ମବିଶ୍ବାସରେ ପାଇବ ନାହିଁ । ଶାନ୍ତ ରହିବେ । ସ୍ବାସ୍ଥ୍ୟପ୍ରତି ସଚେତନ ରହିବେ । ସଂଚିଥିବା ଧନ କମିବାରେ ଲାଗିବ । ବୌଧିକ କାର୍ଯ୍ୟରେ ଧନାର୍ଜନ କରିବେ । 

ମିଥୁନ ରାଶି : ଗଡିମୋଟର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ବଢିବ । ଉଚ୍ଚ ଅଧିକାରୀଙ୍କ ସହ ମତଭେଦ ହୋଇପାରେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ମନରେ ନିରାଶା ଏବଂ ଅସନ୍ତୋଷ ଭାବ ରହିବ । ଆତ୍ମବିଶ୍ବାସରେ ପାଇବ ନାହିଁ । ଖର୍ଚ୍ଚ ବୃଦ୍ଧି ହେବ । 

ସିଂହ ରାଶି : ମା’ଙ୍କ ସହ ବୁଝାମଣାରେ ମତଭେଦ ହୋଇପାରେ । ସ୍ଥାନ ପରିବର୍ତ୍ତନ କରିପାରନ୍ତି । ଅଧର୍ଯ୍ୟ ହେବେ । ଆତ୍ମ ସଂଜମତାରୁ ନିୟନ୍ତ୍ରଣ ବାହାରକୁ ଯିବେ । କ୍ରୋଧକୁ ନିୟନ୍ତ୍ରଣ କରିବେ । କଥାବାର୍ତ୍ତାରେ ସଂଜମତା ରକ୍ଷା କରିବେ । 

କନ୍ୟା ରାଶି : ଇଛା ବିରୋଧରେ କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ସମ୍ଭାବନା ରହିଛି । କଥାବାର୍ତ୍ତାରେ ସଂଜମତା ରକ୍ଷା କରିବେ । ଅଯଥା ଖର୍ଚ୍ଚ ବୃଦ୍ଧି ହେବ । ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେବେ । ପତି-ପତ୍ନୀଙ୍କ ଭିତରେ ମତଭେଦ ହେବ । ଆତ୍ମବିଶ୍ବାସରେ କମି ହେବ ହେଲେ ପରିବାରର ସହଯୋଗ ମିଳିବ । ଖାଦ୍ୟ-ପାନୀୟ ପ୍ରତି ସଚେତନ ରହିବେ । ସ୍ବାସ୍ଥ୍ୟରେ ଅବନତି ଘଟିବ । 

ଧନୁ ରାଶି : ଧର୍ଯ୍ୟର ସହ ଭଲ ସମୟକୁ ଅପେକ୍ଷା କରନ୍ତୁ । ରକ୍ତ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ରହିଛି । ଆଇନ୍-କାନୁନ୍ ମକଦ୍ଦମାର ସମ୍ମୁଖୀନ ହୋଇ ପାରନ୍ତି । ଏକାଗ୍ରତାର ଅଭାବ ରହିବ । ନିଜ ଭୁଲ ପାଇଁ ଅନ୍ୟକୁ ଦୋଷ ଦିଅ ନାହିଁ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.