ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ଆଇପିଏଲର ୨୩ତମ ମ୍ୟାଚ୍ କୁ ରାଜସ୍ଥାନ ରୟାଲ୍ସକୁ ୫୮ ରନ ରେ ହରାଇ ନିଜ ନାମରେ କରିନେଇଛି। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ରମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ରାଜସ୍ଥାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜୁରାଟ ୬ ୱିକେଟ ହରାଇ ୨୧୭ ରନ ହାସଲ କରିଥିଲା। ଜବାବରେ ରାଜସ୍ଥାନ ଦଳ ମାତ୍ର ୧୫୯ ହାସଲ କରି ଅଲ୍ ଆଉଟ୍ ହୋଇଯାଇଥିଲା।
ଗୁଜରାଟର ସାଇ ସୁଦର୍ଶନ ୮୨ ରନର ଇନିଂସ ଖେଳିଥିଲେ। ଜସ୍ ବଟଲର୍ ଏବଂ ଶାହରୁଖ ଖାନ ଉଭୟେ ୩୬-୩୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ପ୍ରସାଦ କୃଷ୍ଣ ୩ ୱିକେଟ୍ ନେଇଥିଲେ। ସାଇ କିଶୋର ଏବଂ ରସିଦ ଖାନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରାଜସ୍ଥାନ ପକ୍ଷରୁ ମହେଶ ତିକ୍ଷଣ ଏବଂ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଅଧିନାୟକ ସଞ୍ଜୁ ସାମସନ ୪୧ ରନ କରିଥିଲେ।