କଟକ, ୨୭।୨ : ରେଭେନ୍ସାରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ।ଏଥିରେ ଜଣେ ଛାତ୍ର ଆହତ ହୋଇଛି। କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଆହତ ଛାତ୍ର ଜଣକ ଲଳିତଗିରି ହଷ୍ଟେଲରେ ରହୁଥିଲେ।
କ୍ରିକେଟ ଖେଳକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟର ଇଷ୍ଟ ହଷ୍ଟେଲ ଓ ଲଳିତଗିରି ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗୁରୁବାର ଅପରାହ୍ନରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଲଳିତଗିରି ହଷ୍ଟେଲର ଜଣେ ଛାତ୍ର ଆହତ ହୋଇଥିଲେ। ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଖବର ପାଇ ମାଲଗୋଦାମ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।