ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାଗଣା ୟୁପିଏସ୍‌ସି କୋଚିଂରେ ସରକାର ଆଣିବେ ସଂସ୍କାର, ଶିକ୍ଷାର୍ଥୀଙ୍କ ସ୍ୱତନ୍ତ୍ର କ୍ଲାସ ନେବେ ଆଇଏଏସ୍‌

Published By : Rasmita Pradhan | April 16, 2025 11:32 AM

ଭୁବନେଶ୍ୱର,୧୬/୦୪ : ୟୁନିୟନ ପବ୍ଲିକ ସର୍ଭିସ୍‌ କମିଶନ (ୟୁପିଏସ୍‌ସି) ପରୀକ୍ଷାରେ କୃତକାର୍ଯ୍ୟ ପାଇଁ ମାଗଣା କୋଚିଂ ବ୍ୟବସ୍ଥା କରାଯାଇଛି। ମାତ୍ର କୋଚିଂ ସମୟରେ ସେମାନେ ରାଜ୍ୟ ସରକାରଙ୍କର ଯେକୌଣସି ପରୀକ୍ଷା ଦେଇ ଅଧାରୁ ଚାଲି ଯାଉଛନ୍ତି। ଯେଉଁ ଚାକିରି ପାଇଁ କୋଚିଂ ଦିଆଯାଉଛି ସେମାନେ ସେଥିରେ ଯାଉନାହାନ୍ତି। ବରଂ ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ପରିଚାଳିତ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ କୋଚିଂ ବ୍ୟବସ୍ଥାରେ ସଂସ୍କାର ଅଣାଯିବ । ଶିକ୍ଷାର୍ଥୀଙ୍କ ସ୍ୱତନ୍ତ୍ର କ୍ଲାସ ନେବେ ଆଇଏଏସ୍‌ ଅଧିକାରୀ । ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। 

ମନ୍ତ୍ରୀ କହିଛନ୍ତି, ଗତ ସରକାରଙ୍କ ସମୟରୁ ମାଗଣା ୟୁପିଏସ୍‌ସି କୋଚିଂ ଦିଆଯାଉଛି । ହେଲେ ଏଥିରେ ସମସ୍ୟା ରହିଛି । ଆମେ ଚଳିତବର୍ଷ (୨୦୨୫-୨୬) ୟୁପିଏସ୍‌ସି ମାଗଣା କୋଚିଂକୁ ପରୀକ୍ଷାମୂଳକ ଭାବେ କରିବୁ । ସମାନ ଢାଞ୍ଚାରେ କୋଚିଂ ଦିଆଯିବ । କିନ୍ତୁ ୟୁପିଏସ୍‌ସି ପ୍ରସ୍ତୁତି ପାଇଁ ଆସୁଥିବା ପିଲାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯିବ । ଆଗାମୀ ଦିନରେ ସରକାର ଆଇଏଏସ୍‌ ମାନଙ୍କୁ ସେମାନଙ୍କର ଗୋଟିଏ ଗୋଟିଏ ଦିନ କ୍ଲାସ କରିବାକୁ ପଠାଯିବ । ଆଶା କରୁଛୁ ଏଥର ନିଶ୍ଚିତ ଭାବେ ଆମ ପିଲା ୟୁପିଏସ୍‌ସି ପାଇବେ । 

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୯ରେ ମାଗଣା ସିଭିଲ ସର୍ଭିସ କୋଚିଂ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟସ୍ତରରେ ଆରମ୍ଭ କରିଥିଲେ । ଘରୋଇ ସଂସ୍ଥାକୁ କୋଚିଂ ଦାୟିତ୍ୱ ଦେଇଥିଲେ । ମାତ୍ର ଏହି ଯୋଜନା ସଫଳ ହୋଇନଥିଲା। ଏପରି ସ୍ଥିତି ହୋଇଥିଲା, ଗୋଟିଏ ବି ପିଲା ଭାରତୀୟ ପ୍ରଶାସନିକ ସେବା ପ୍ରିଲିମ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିଲେ । ଗତବର୍ଷ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ୟୁପିଏସ୍‌ସି କୋଚିଂ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିରେ ୨୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯାଇ କୋଚିଂର ସୁଯୋଗ ଦିଆଯାଇଛି । ସେଠାରେ ପାଠପଢ଼ିବା ସହ ଖାଇବା, ରହିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.