ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅନ୍ତ । ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ନିଯୁକ୍ତ। ଗମ୍ଭୀରଙ୍କୁ ଭାରତୀୟ ପୁରୁଷ କ୍ରିକେଟର ଟିମ୍ର ହେଡ୍ କୋଚ୍ ଭାବରେ ନିଯୁକ୍ତ କରାଯାଇଛି ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହ ଘୋଷଣା କରିଛନ୍ତି ।
ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍ର ୨୫ ତମ ମୁଖ୍ୟ କୋଚ୍ ହୋଇଛନ୍ତି । ଟି-୨୦ ବିଶ୍ବକପ ୨୦୨୪ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏବେ ଜୁଲାଇ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ଗମ୍ଭୀର ଭାରତୀୟ ଟିମ୍ର ନୂଆ ମୁଖ୍ୟ କୋଚ ହେବେ । ବର୍ତ୍ତମାନ ଜିମ୍ବାଓ୍ବେ ଗସ୍ତରେ ନ୍ୟାସନାଲ କ୍ରିକେଟ ଏକାଡେମି (ଏନସିଏ)ର ଡାଇରେକ୍ଟର ଭିଭିଏସ୍ ଲକ୍ଷ୍ମଣ ଟିମ୍ର ଅନ୍ତରୀଣ ମୁଖ୍ୟ କୋଚ୍ ରହିଛନ୍ତି ।
It is with immense pleasure that I welcome Mr @GautamGambhir as the new Head Coach of the Indian Cricket Team. Modern-day cricket has evolved rapidly, and Gautam has witnessed this changing landscape up close. Having endured the grind and excelled in various roles throughout his… pic.twitter.com/bvXyP47kqJ
— Jay Shah (@JayShah) July 9, 2024
ବିସିସିଆଇ ସଚିବ ଜୟ ଶାହ ଏକ୍ସରେ ଗମ୍ଭୀରଙ୍କୁ ହେଡ କୋଚ୍ ନିଯୁକ୍ତ କରାଯାଇଥିବା ନେଇ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ଏହା ଘୋଷଣା କରିବାକୁ ଖୁସି ଲାଗୁଛି ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍ର ପରବର୍ତ୍ତୀ ହେଡ୍ କୋଚ୍ ହେବେ ।