ଭୁବନେଶ୍ବର,୨୯/୦୪:ସରକାରୀ OSRTC ବସ୍ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ରାତି ଅଧିଆ ଚଢାଉ କଲେ SDPO ଲାରେନ୍ ରାଉତରାୟ । ବସଟି ବ୍ରହ୍ମପୁରରୁ ଝାରସୁଗୁଡ଼ା ଯାଉଥିବା ବୌଦ୍ଧର ମେଡିକାଲ ଛକରେ ଚଢାଉ କରିଛି ପୋଲିସ । ବସ୍ ତନଖି ପରେ ୪ ଟି କପଡ଼ା ବ୍ୟାଗରୁ ଗଞ୍ଜେଇ ଜବତ ହୋଇଛି । ତେବେ କେତେ ପରିମାଣର ଗଞ୍ଜେଇ ରହିଥିଲା ଏନେଇ କୌଣସି ସୂଚନା ନାହିଁ। ବସ୍ ଷ୍ଟାଫ୍ ସମେତ ସନ୍ଧିଗ୍ଧଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଝାରସୁଗୁଡ଼ା ଯାଉଥିବା OSRTC ବସ୍ ରେ ଫୁଲବାଣୀରୁ ବୌଦ୍ଧ ଦେଇ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ SDPO କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ରାତି ଅଧିଆ ଏକ ଟିମ୍ ଗଠନ କରି ମେଡିକାଲ ଛକରେ ଚଢାଉ କରିଥିଲେ । OSRTC ବସ୍ କୁ ଅଟକାଇ ତନଖି କରିଥିବା ବେଳେ ବସ୍ ରୁ ୪ ଟି କପଡ଼ା ବ୍ୟାଗ୍ ରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ବ୍ୟାଗ୍ ଗୁଡିକରେ ଛୋଟ ଛୋଟ ପ୍ୟାକେଟ କରି ଗଞ୍ଜେଇ ଥିବା ବେଳେ ଗଞ୍ଜେଇ ବ୍ୟାଗ୍ ଗୁଡ଼ିକ କାହାର ବୋଲି ପଚରାଉଚରା କରିବାରୁ ଜଣାପଡିନଥିଲା । ତେବେ ପୋଲିସ ସନ୍ଦେହରେ କିଛି ଯୁବକଙ୍କୁ ଏବଂ ବସ ଷ୍ଟାଫ୍ ଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତଦନ୍ତ ପରେ ହିଁ କିଏ ଗଞ୍ଜେଇ ଚାଲାଣ କରୁଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିବ । ତେବେ ସରକାରୀ ବସ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବସ୍ ଷ୍ଟାଫ୍ ଙ୍କ ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି।