ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସର୍ଚ୍ଚ ଅପରେସନ ବେଳେ ୪ ବୋତଲ ବୋମା ଠାବ, ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

Published By : Rasmita Pradhan | April 11, 2025 8:24 AM

ଭୁବନେଶ୍ଵର, ୧୧/୦୪ : ଛତିଶଗଡ଼ ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ଭିମାରାମ ଜଙ୍ଗଲରୁ ବୋତଲ ବୋମା ଠାବ। କୋବ୍ରା ବାଟାଲିଆନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୪ଟି ବୋତଲ ବୋମା ଠାବ ହୋଇଛି। ଏହି ବୋମା ଗୁଡ଼ିକୁ ଅତି ସତର୍କତାର ସହ ସୁରକ୍ଷାବାହିନୀ ନିଷ୍କ୍ରିୟ କରିଛି। 

ସୂଚନାନୁଯାୟୀ, ମାଓଗଡ଼ରେ ଏବେ ସୁରକ୍ଷା କର୍ମୀ ଜୋରଦାର ମାଓ ବିରୋଧ ଅପରେସନ ଚଳାଇଛନ୍ତି। ତେଣୁ ଯବାନଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଜଙ୍ଗଲ ଭିତରେ ଆଇଇଡି ଖଞ୍ଜୁଛନ୍ତି। ଏହି ବୋତଲ ବୋମା ଗୁଡ଼ିକ ମଧ୍ୟ ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିଲେ। କୋବ୍ରା ବାଟାଲିଆନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୪ଟି ବୋତଲ ବୋମା ଠାବ କରିଥିଲେ। ପରେ ବୋମା ଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା।

ଏହି ଖବରଟିକୁ ପଢନ୍ତୁ-ଭାଙ୍ଗୁଛି ମାଓଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.