ପ୍ରମୂଖ ଖବର
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପ୍ରାର୍ଥୀବ ଶରୀରର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସୀମାରେ ଅମାନିଆ ପାକିସ୍ତାନ; ଲଗାତାର ୫ଥର ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

Published By : Ankita S | April 29, 2025 9:52 AM

ନୂଆଦିଲ୍ଲୀ,୨୯/୦୪: ସୁଧୁରିବନି ପାକିସ୍ତାନ । ସୀମାରେ ଅମାନିଆ ହୋଇ ମନ୍‌ମାନି ଚଲାଇଛି ପାକ୍ ସେନା । ପହଲଗାମ ଆତଙ୍କୀ ଆକ୍ରମଣ ପରଠୁ ସୀମାରେ ଉତ୍ତେଜନା ଲାଗି ରହିଛି । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ଗୁଳିମାଡ କରୁଛି । ଆଜି ବି ବିଭିନ୍ନ ସ୍ଥାନରେ ପାକ୍ ସେନା ଫାୟାରିଂ କରିଛି । ଲଗାତାର ୬ ଦିନ ହେବ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । କୁପୱାଡ଼ା, ବାରମୁଲ୍ଲା ଏବଂ ଅଖନୁର ସେକ୍ଟରରେ ଗୁଳି ବିନିମୟ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା ।

ଭୟଙ୍କର ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା । ଲଗାତାର  ୫ଥର ପାକ୍ ସେନା ଏଲଓସିରେ ଗୁଳିମାଡ କରିଛି । ଗତକାଲି (ସୋମବାର) ରାତିରୁ ଏଲଓସିରେ ଫାୟାରିଂ କରିଛି । ଏହାପୂର୍ବରୁ ୪ଥର ଗୁଳିମାଡ କରିଥିଲା ପାକିସ୍ତାନ ସେନା । ଆଜି ବି କୁପୱାଡ଼ା, ବାରମୁଲ୍ଲା ଏବଂ ଅଖନୁର ସେକ୍ଟରରେ ଗୁଳି ବିନିମୟ ଜାରି ରହିଛି । ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନଥିବା ଜଣେ ଅଧିକାରୀଙ୍କ କହିଛନ୍ତି । ଏଲଓସିରେ ଲଗାତାର ଗୁଳିମାଡ କରି ଉସକାଉଛି ପାକିସ୍ତାନ ସେନା ।

ଅଧିକ ପଢନ୍ତୁ...Pahalgam Attack; ଲଗାତାର ୪ ଥର ପାକ୍‌ର ଅସ୍ତ୍ରବିରତି ଉଲ୍ଲଘଂନ, LoCରେ ଫାୟାରିଂ

କହି ରଖୁଛି କି, ଗତ ୨୨ ତାରିଖରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀରର ପହଲଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୨୭ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଭାରତ ହାଇ ଆଲର୍ଟରେ ରହିଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତି କରୁଛି ଭାରତ । କୌଣସି ବି ମୂହୂର୍ତ୍ତରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ସେପଟେ କେନ୍ଦ୍ର ସରକାର ଘନ ଘନ ବୈଠକ କରୁଛନ୍ତି । ଗତକାଲି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ୪୦ ମିନିଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ କିଛି ବଡ଼ ଯୋଜନା ହୋଇଥିବା ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.