ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କାନପୁରରେ ଜୋତା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

Published By : Ankita S | May 5, 2025 7:41 AM

ଲକ୍ଷ୍ନୌ,୦୫/୦୫: ଉତ୍ତରପ୍ରଦେଶ କାନପୁରର ଗାନ୍ଧୀ ନଗରରେ ଏକ ୫ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଜୋତା ଫ୍ୟାକ୍ଟ୍ରିରେ ନିଆଁ ଲାଗି ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାମୀ-ସ୍ତ୍ରୀଙ୍କ ସହ ୩ ଛୁଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସଟ୍ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ୮ ଘଣ୍ଟାର ଅପରେସନ୍ ପରେ ମୃତଦେହ ଉଦ୍ଧାର ହୋଇଛି ।

ଆହତ ହସ୍ପିଟାଲରେ ଭର୍ତ୍ତି- ଉତ୍ତରପ୍ରଦେଶ କାନପୁର ଜମନଗଞ୍ଜ ଥାନା କ୍ଷେତ୍ର ସ୍ଥିତ ପ୍ରେମନଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସେଠୁ ନିଆଁ ଅନ୍ୟ ବିଲ୍ଡିଂକୁ ବ୍ୟାପି ଥିଲା । ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାର ଖବର ପାଇଁ ୪ ଦମକଳ ଗାଡି ସହ ଉଦ୍ଧାରକାରୀ ଟିମ୍ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟରେ ଲାଗି ପଡିଥିଲେ । ପ୍ରାୟ ୮ ଘଣ୍ଟାର ଅପରେସନ ପରେ ନିଆଁକୁ ଆୟତ କରାଯାଇଥିଲା । ଆହତ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତିରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ବିଲ୍ଡିଂରେ ଚତୁର୍ଥ ମହଲାରେ ଗୋଟିଏ ପରିବାର ରହୁଥିଲେ ।

ଅଧିକ ପଢନ୍ତୁ...ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ;୧୪ ମୃତ, ଅନେକ ଆହତ

ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ସର୍ଟ ସର୍କିଟରୁ ପୁରା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା । ମୋ ଭଣଜା ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ସହ  ୩ଜଣ ପିଲା ରହିଥିଲେ । ପିଲାଙ୍କ ବୟସ ୧୪ ବର୍ଷ, ୧୧ ଓ ୭ ବର୍ଷ ହୋଇଥିଲା ।''

କହ ରଖୁଛି କି, ଗତ ଏପ୍ରିଲ ୩୦ରେ ସେଣ୍ଟ୍ରାଲ କୋଲକାତାର ଋତୁରାଜ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.