ତେଲକୋଇ, ୧୬।୬ : ବୋହୂର ଟାଙ୍ଗିଆ ଚୋଟରେ ଶଶୁର ଗୁରୁତର।ଗୁଣିଗାରେଡି ସନ୍ଦେହ ରେ ଗତକାଲି ବିଳମ୍ବିତ ରାତିରେ ଶଶୁର ଶୋଇଥିବା ବେଳେ ଟାଙ୍ଗିଆ ରେ ବେକକୁ ଚୋଟ ମାରିଛି ବୋହୂ କୁନି ବେହେରା।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବେଣାମୁଣ୍ଡା କୁମ୍ଭାର ସାହିରେ।
ଗତକାଲି ବିଳମ୍ବିତ ରାତିରେ ଖାଇସାରି ଶୋଇଥିବା ବେଳେ ବୋହୂ କୁନି ବେହେରା ଶଶୁର ଆନନ୍ଦ ବେହେରାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା।ଟାଙ୍ଗିଆରେ ଆନନ୍ଦ ଙ୍କ ବେକରେ ଚୋଟ ପକାଇ ଥିଲା।ଏଥିରେ ଆନନ୍ଦ ଚିତ୍କାର କରିବାରୁ ବୋହୂ ସେଠାରୁ ପଳାଇ ଯାଇଥିଲା।ପରିବାର ଲୋକେ ଆନନ୍ଦ ଙ୍କୁ ଉଦ୍ଧାର କରି ପ୍ରଥମେ ତେଲକୋଇ ମେଡିକାଲ ରେ ଭର୍ତ୍ତି କରିଥିଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ଆଗରୁ ମଧ୍ୟ ଶଶୁର ଆନନ୍ଦଙ୍କୁ ବୋହୂ ବିଷ ଦେଇ ମାରିବା ପାଇଁ ଚେଷ୍ଟା କରିଥିବା କୁହାଯାଉଛି। ବୋହୂକୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି।