ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ମୃତ୍ୟୁ ଦଣ୍ଡ ସଜା କାଟୁଥିଲେ ପୂର୍ବତନ ବକ୍ସର, ୪୬ ବର୍ଷ ପରେ ନିର୍ଦ୍ଦୋଷରେ ନିର୍ଦ୍ଦୋଷରେ ମୁକ୍ତ ହେଲେ

ନୂଆଦିଲ୍ଲୀ ୨୯/୦୯: ମୃତ୍ୟୁ ଦଣ୍ଡରେ ଦଣ୍ଡିତ ଜାପାନର ଜଣେ ପୂର୍ବତନ ବକ୍ସର ଦୀର୍ଘ ୪୬ ବର୍ଷ ଜେଲଦଣ୍ଡ କାଟିବା ପରେ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି । ୮୮ ବର୍ଷୀୟ ଇୱାଓ ହାକାମାଡା ନିଜର ବସ୍‌, ବସ୍‌ଙ୍କ ପତ୍ନୀ ଓ ସେମାନଙ୍କ ପିଲାଙ୍କ ହତ୍ୟା ଅପରାଧରେ ୧୯୬୮ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହି ଅପରାଧ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଲୋମଟାଙ୍କୁରା ଘଟଣା ସେଣ୍ଟ୍ରାଲ ଜାପାନର ଶିଜୁକାଠାରେ ଘଟିଥିଲା । ହତ୍ୟା ପରେ ପୀଡ଼ିତଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା । ଆଇନଗତ ପ୍ରତିନିଧିତ୍ୱ ବିନା ମାରାଥନ୍‌ ଜେରା କରି ଦୋଷ ମାନିବାକୁ ହାକାମାଡାଙ୍କୁ ବାଧ୍ୟ କରାଯାଇଥିଲା । ଏହି ଆଧାରରେ ସେ ଦୋଷୀ ପ୍ରମାଣିତ ହୋଇଥିଲେ ।

ହାକାମାଡାଙ୍କ ମାମଲା ଆଜି ବି ଜାପାନର ସବୁଠୁ ବିବାଦୀୟ ନ୍ୟାୟିକ ଲଢ଼େଇ ହୋଇଛି । ଦୋଷ ସ୍ୱୀକାର ପ୍ରତ୍ୟାହାର ସହିତ ନିଜକୁ ନିର୍ଦ୍ଦୋଷ ବୋଲି ସେ ବାରମ୍ବାର ଦାବି କରୁଥିଲେ ମଧ୍ୟ ୧୯୮୦ ମସିହାରେ ଜାପାନର ସୁପ୍ରିମ୍‌କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏ ମାମଲାରେ ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବାର ଗୁରୁତ୍ୱପୂର୍ଣ୍ଣ ସୁରାକ ଅନେକ ବର୍ଷ ଧରି ସାମ୍ନାକୁ ଆସିଥିଲା । ୨୦୦୮ ମସିହାରେ, ହାକାମାଡାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିବା ଅନ୍ୟତମ ବିଚାରକ ମୋରିମିଚି କୁମାମୋଟୋ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ, ତାଙ୍କର ବିଶ୍ୱାସ ଯେ ହାକାମାଡା ନିର୍ଦ୍ଦୋଷ । ମାମଲାର ପୁନଃ ବିଚାର ଦାବି ମଧ୍ୟ ସେ କରିଥିଲେ । 

୨୦୧୪ ମସିହାରେ ଏକ କୋର୍ଟ ହାକାମାଡାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ମାମଲାର ପୁନଃ ବିଚାର ଅନୁମତି ମଧ୍ୟ ପ୍ରଦାନ କଲେ । ହାକାମାଡାଙ୍କ ବିରୋଧରେ ଦିଆଯାଇଥିବା ପ୍ରମାଣ ମନଗଢ଼ା ବୋଲି କୋର୍ଟ ଦର୍ଶାଇଲେ । ଡିଏନ୍‌ଏ ଟେଷ୍ଟ୍‌ ଆଧାରରେ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ । ପ୍ରମାଣ ସ୍ୱରୂପ ପ୍ରଦାନ କରାଯାଇଥିବା ରକ୍ତ ଦାଗ ହାକାମାଡାଙ୍କ ରକ୍ତ ସହ ମ୍ୟାଚ୍‌ କରିନଥିଲା । ହାକାମାଡା ଜେଲରୁ ମୁକ୍ତ ହେବା ପରେ ମଧ୍ୟ ପୁନଃ ବିଚାରରେ ପୁର୍ଣ୍ଣଚ୍ଛେଦ ପଡ଼ିବା ପାଇଁ ଆହୁରି ୧୦ ବର୍ଷ ଚାଲିଗଲା । ଏହି ଅବଧିରେ ହାକାମାଡା ନିଜର ଭଉଣୀ ହିଡେକୋଙ୍କ ପାଖରେ ଥିଲେ । ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ହିଡେକୋ ଅବିଶ୍ରାନ୍ତ ଅଭିଯାନ ଚଳାଇଥିଲେ ।

ଗତ ୨୬ ତାରିଖରେ ଶିଜୁକା ଜିଲ୍ଲା କୋର୍ଟ ଶେଷରେ ହାକାମାଡାଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ । ମୂଳ ଶୁଣାଣି ସମୟରେ ତାଙ୍କ ବିରୋଧରେ ଏକାଧିକ ସଂଖ୍ୟକ ମନଗଢ଼ା ପ୍ରମାଣ ଉପସ୍ଥାପନ କରାଯାଇଥିଲା ବୋଲି କୋର୍ଟ ସ୍ପଷ୍ଟ କଲେ । ଚୂଡ଼ାନ୍ତ ଶୁଣାଣି ସମୟରେ କୋର୍ଟରୁମ୍‌ରେ ୫୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ତନ୍ମଧ୍ୟରୁ ଅନେକ ଦେଖଣାହାରୀଙ୍କ ନଜର ଦୀର୍ଘ ବର୍ଷ ଧରି ହାକାମାଡାଙ୍କ ମାମଲା ଉପରେ ଥିଲା । ବିଚାରପତି ମାମଲାର ଚୂଡ଼ାନ୍ତ ରାୟ ପଢ଼ିବା ସମୟରେ ମାହୋଲଟି ବେଶ ଭାବପୂର୍ଣ୍ଣ ହୋଇପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.