ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଏଲନ ମସ୍କଙ୍କ 'ଏକ୍ସ' ୬ ମାସରେ ୫୩ ଲକ୍ଷ ଆକାଉଣ୍ଟରେ ପକାଇଲା ତାଲା, ସାମ୍ନାକୁ ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ଏଲନ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ' ନିଜର ଏକ ରିପୋର୍ଟକୁ କରିଛି ସାର୍ବଜନିକ। ଏଥିରେ ଦର୍ଶାଇଛି, ପ୍ଲାଟଫର୍ମ ୨୦୨୪ର ପ୍ରାରମ୍ଭିକ ୬ ମାସ ଭିତରେ ପାଖାପାଖି ୫୩ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ( ଟ୍ୱିଟର) ବୁଧବାର ନିଜର ଏକ ଟ୍ରାନ୍ସପାରେନ୍ସ ରିପୋର୍ଟ ଜାରି କରିଛି। କୋଟିପତି ଏଲନ ମସ୍କ ଅକ୍ଟୋବର ୨୦୨୨ରେ ସୋସିଆଲ ମିଡ଼ିଆ କମ୍ପାନୀ ଟ୍ୱିଟରର ଅଧିଗ୍ରହଣ କରିଥିଲା, ଏହାପରେ କମ୍ପାନୀର ଅନେକ ପଲିସିରେ ପରିବର୍ତ୍ତନ କରାଯାଇଛି। ଏଲନ ମସ୍କ ସିଇଓ ଥିବା ବେଳେ ଏହି ରିପୋର୍ଟ ପ୍ରଥମଥର ସାର୍ବଜନିକ କରାଯାଇଛି। 

୨୦୨୪ର ପ୍ରାରମ୍ଭିକ ୬ମାସ ପାଇଁ ଜାରି କରାଯାଇଛି। ଏହି ରିପୋର୍ଟରେ ୫୩ ଲକ୍ଷ ଖାତାରେ ତାଲା ଲଗେଇବାର କଥା କୁହାଯାଇଛି, ମସ୍କଙ୍କ କମ୍ପାନୀକୁ ଅଧିଗ୍ରହଣ କରିବାର ଠିକ୍‌ ପୂର୍ବରୁ ଆସିଥିବା ରିପୋର୍ଟ ମୁତାବିକ ,୨୦୨୨ରେ ଏହି ସବୁ ମାସ ମଧ୍ୟରେ କେବଳ ୧୬ ଲକ୍ଷ ଆକାଉଣ୍ଟକୁ ହିଁ ବନ୍ଦ କରାଯାଇ ଥିଲା। ଏହା ବ୍ୟତୀତ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ସମୟରେ ପାଖାପାଖି ୧.୦୬ କୋଟି ପୋଷ୍ଟକୁ ମଧ୍ୟ ହଟେଇ ଦିଆଯାଇଛି। 

ଉଲ୍ଲେଖନୀୟ ଯେ, ଏକ୍ସ ଆଇନ ମୁତାବିକ ପ୍ଲାଟଫର୍ମରେ ହେଉଥିବା କୌଣସି ପ୍ରକାରର ଚାଇଲ୍ଡ ଆବ୍ୟୁସର ସଂପର୍କୀତ ସୂଚନା ସରକାରଙ୍କୁ ସେୟାର କରିଥାଏ। ଏହି ଅନୁସାରେ , ସେ ୨୦୨୪ର ପ୍ରାରମ୍ଭିକ ୬ ମାସରେ ପାଖାପାଖି ୪ଲକ୍ଷ ମାମଲା ନ୍ୟାସନାଲ ସେଣ୍ଟର ଫର୍‌ ମିସିଂ ଆଣ୍ଡ ଏକ୍ସପ୍ଲାଇଟେଡ୍‌ ଚିଲଡ୍ରେନ୍‌କୁ କହିଛି , ଯାହାକି ଏହି ପ୍ରକାରର ପୋଷ୍ଟ ସଂପର୍କିତ ପାଖାପାଖି ୨୦ ଲକ୍ଷ ଆକାଉଣ୍ଟକୁ ବନ୍ଦ କରି ଦେଇଛି।

ଏକ୍ସ ନିଜର ରିପୋର୍ଟରେ ନିଜର ପଲିସି ବିଷୟରେ ସୂଚନା ଦେଇ କହିଛି ଯେ, ଆମର ନୀତି ଓ ସିଦ୍ଧାନ୍ତ ମାନବାଧିକାରର ସୁରକ୍ଷା ଉପରେ ଆଧାରିତ। ଆମେ ଶିକ୍ଷା , ପୁନର୍ବାସ ଓ ସମସ୍ୟାର ନିବାରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଏହାର ସମାଧାନ ଖୋଜିବାରେ ଧ୍ୟାନ ଦେଇଥାଉ। ଆମେ ଲୋକଙ୍କ ବାକ୍‌ ସ୍ୱାଧିନତାର ଏକ ବ୍ୟାପକ ଓ ସାମଗ୍ରିକ ଦୃଷ୍ଟିକୋଣ ଆପଣାଉଛୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.