ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆମେରିକୀୟଙ୍କୁ ମିଳିବ ଆଶ୍ୱସ୍ତି, ଖୁବ୍‌ଶୀଘ୍ର ହ୍ୱାଇଟ୍‌ ହାଉସ୍‌ ଛାଡ଼ିବେ ଏଲନ୍‌ ମସ୍କ

Published By : Prameya | April 6, 2025 8:26 AM

ୱାଶିଂଟନ,୦୬/୦୪: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୂଆ  ପ୍ରଶାସନରେ ବଡ଼ ଚେହେରା ବନିଥିବା  ଏଲନ୍‌ ମସ୍କ ଖୁବ୍‌ଶୀଘ୍ର ଛାଡ଼ିବେ  ହ୍ୱାଇଟ୍‌ ହାଉସ୍‌ । କିଛି ସପ୍ତାହ ପରେ  ସେ ଟ୍ରମ୍ପ୍‌ ପ୍ରଶାସନକୁ ଅଲ୍‌ବିଦା କହି ନିଜ ବ୍ୟବସାୟିକ କାର୍ଯ୍ୟରେ  ମନୋନିବେଶ କରିପାରନ୍ତି । ଏହି  ଖବର ଆମେରିକୀୟଙ୍କ ପାଇଁ ବଡ଼  ଆଶ୍ୱସ୍ତି ଆଣିଛି । ପ୍ରାୟ ୪ ମାସ ଧରି  ସେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଯେଉଁ ମନ୍ତ୍ରଣା ଦେଉଥିଲେ, ସେଥିରେ ବିରାମ ଲାଗିବ ବୋଲି ଦେଶବାସୀ ଆଶା ବାନ୍ଧିଛନ୍ତି ।

ମସ୍କ ହ୍ୱାଇଟ୍‌ ହାଉସ୍‌ ଛାଡ଼ୁଥିବା ନେଇ ଉଭୟ ଟ୍ରମ୍ପ୍‌ ଏବଂ ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଖୋଲାଖୋଲି ଭାବେ କହିଛନ୍ତି । ମସ୍କ ଡିଓଜିଇ ବିଭାଗ ମଧ୍ୟ ଛାଡ଼ୁଛନ୍ତି ବୋଲି ଉଭୟ ନିଜ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ୍‌ ତାଙ୍କ ପ୍ରଶାସନର କିଛି ଅଧିକାରୀଙ୍କୁ ଏ ବାବଦରେ ଜଣାଇଥିଲେ । କିନ୍ତୁ ରିପୋର୍ଟକୁ ମସ୍କ  ଖଣ୍ଡନ କରିଥିଲେ । ଏହାକୁ ସେ ବିଭ୍ରାନ୍ତିକର ଖବର ଦର୍ଶାଇଥିଲେ । କୁହାଯାଉଛି ଯେ ମସ୍କଙ୍କୁ ଜଣେ ସ୍ୱତନ୍ତ୍ର କର୍ମଚାରୀ ଭାବେ ଟ୍ରମ୍ପ ନିଯୁକ୍ତ କରିଥିଲେ । ତାଙ୍କ କାର୍ଯ୍ୟକାଳ ୧୩୦ ଦିନ ପାଇଁ ଥିଲା ।  ଏବେ ସେ ସମୟ ପାଖେଇ ଆସୁଛି । ତାଙ୍କ କାର୍ଯ୍ୟକାଳ ସମ୍ଭବତଃ ମେ ମାସରେ ଶେଷ ହେବା ନେଇ ଆଶା କରାଯାଉଛି । 

ଉପରାଷ୍ଟ୍ରପତି ଭାନ୍ସ ଏକ ସାକ୍ଷାତକାରରେ କହିଛନ୍ତି,  ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ମସ୍କ ଟ୍ରମ୍ପ୍‌ ପ୍ରଶାସନର ଜଣେ  ବନ୍ଧୁ ଓ ଉପଦେଷ୍ଟା ହୋଇ ରହିବେ । ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖ ସୁଦ୍ଧା ଟ୍ରମ୍ପ୍‌ ପ୍ରଶାସନକୁ ମସ୍କ ଅଲ୍‌ବିଦା କହିବେ, ସେ ନେଇ କିଛି କୁହାଯାଇ ନାହିଁ । ତେବେ  ମସ୍କଙ୍କୁ ନେଇ ଜନତାଙ୍କ ବିରୋଧ ବଢ଼ୁଥିବା ସତ୍ତେ୍ୱ ଟ୍ରମ୍ପ୍‌  ତାଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି । ତାଙ୍କର ପ୍ରତ୍ୟେକ କାର୍ଯ୍ୟ  ଦେଶ ହିତ ଲାଗି ଉଦ୍ଦିଷ୍ଟ ବୋଲି ସେ ଦାବି କରୁଛନ୍ତି । 

ଚଳିତବର୍ଷ ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି  ଭାବେ ଶପଥ ନେବା ପରେ ଟ୍ରମ୍ପ୍‌ ଟେସ୍‌ଲା ସିଇଓ ମସ୍କଙ୍କୁ ନିଜ ପ୍ରଶାସନରେ ସାମିଲ କରିଥିଲେ । ନୂଆ ସରକାରୀ ଦକ୍ଷତା  ବିଭାଗ (ଡିଓଜିଇ)ରେ ତାଙ୍କୁ ନିଯୁକ୍ତ କରି ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ମସ୍କଙ୍କ ନେତୃତ୍ୱାଧୀନ ଡିଓଜିଇ ସରକାରୀ ଖର୍ଚ୍ଚ କାଟ୍‌ ଉପରେ ଫୋକସ୍‌ କରିଥିଲା । ଏହାଯୋଗୁ ପ୍ରତିରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ବିଭିନ୍ନ ବିଭାଗରେ ଗଣଛଟେଇ ଅଭିଯାନ ଚାଲିଥିଲା । ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଆମେରିକାବାସୀ ଅତିଷ୍ଠ ହୋଇପଡ଼ିଛନ୍ତି । ଏମିତି କି ତାଙ୍କ ନୀତିକୁ ବିରୋଧ କରି  ଆମେରିକା ସମେତ କିଛି ୟୁରୋପୀୟ ଦେଶରେ ଲୋକମାନେ  ଟେସ୍‌ଲା କାର୍‌ ପୋଡ଼ିଛନ୍ତି । ଏବେ ହ୍ୱାଇଟ୍‌ ହାଉସ୍‌ରେ ତାଙ୍କ ଦିନ ସରିଆସୁଥିବାରୁ ଜନତା ଆଶ୍ୱସ୍ତ ହୋଇଛନ୍ତି । ନିକଟରେ  ଆମେରିକାରେ ଏକ ଜନମତ ସର୍ଭେ ହୋଇଥିଲା । ଏଥିରେ ସର୍ବାଧିକ ଲୋକ ମସ୍କଙ୍କ ବିରୋଧରେ ମତ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.