ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଭୁଲ କରି ହାତୀ ପାଉଛି ଦଣ୍ଡ

ନୂଆଦିଲ୍ଲୀ ୦୨/୮: ମଣିଷ ହେଉ ବା ଜନ୍ତୁ, ସାମାଜିକ ନିୟମ ସମସ୍ତଙ୍କ ଜୀବନରେ ଲାଗୁ  ହୁଏ । ଗଜରାଜ ବି ଏଥିରୁ ବାହାରେ ନୁହେଁ । ଭୁଲ କଲେ ହାତୀଙ୍କୁ ମଧ୍ୟ ସମୂହରୁ ବିଦା କରିଦିଆଯାଏ । ହଜାରୀବାଗର ଦାରୁ ଉପଖଣ୍ଡରେ ଗତ  ୧ ସପ୍ତାହରୁ ଏକ ଅଣ୍ଡିରା ହାତୀର ଉପଦ୍ରବ ଦେଖିବାକୁ ମିଳୁଛି । ଏହା  କେତେବେଳେ ଇଚାର ଉପଖଣ୍ଡ, କେତେବେଳେ ଦାରୁ ଉପଖଣ୍ଡ ତ  ଆଉ କେତେବେଳେ ଅନ୍ୟ କୌଣସି  କ୍ଷେତ୍ରରେ ନଜର ଆସୁଛି । ବାସ୍ତବରେ ଏହା ସମୂହରୁ ବହିଷ୍କୃତ ହାତୀ ।  

ଜଙ୍ଗଲି ଜନ୍ତୁଙ୍କ ଉପରେ ଅଧ୍ୟୟନ  କରୁଥିବା ମୁରାରୀ ସିଂହ କହିଛନ୍ତି,  ବୟସ୍କ ହାତୀ କେବେ ସମୂହରୁ ହଜିଯାଆନ୍ତି ନାହିଁ । ଏବେ ଯେଉଁ ହାତୀ ହଜାରୀବାଗର କିଛି କ୍ଷେତ୍ରରେ  ଧଂସଲୀଳା ରଚୁଛି, ସେ ବୟସ୍କ । ତା’ର ଦୁଇଟି ବଡ଼ ବଡ଼ ଦାନ୍ତ ଅଛି ।  ସେ କହିଛନ୍ତି, ସାରା ବିଶ୍ୱରେ ହାତୀଙ୍କ ଜୀବନଶୈଳୀ ଉପରେ ଅନେକ  ଅଧ୍ୟୟନ କରାଯାଇଛି । ତନ୍ମଧ୍ୟରେ କିଛି କଥା ସବୁ ହାତୀଙ୍କ କ୍ଷେତ୍ରରେ  ସାଧାରଣ । ଅଧ୍ୟୟନ ଅନୁସାରେ, ହାତୀଙ୍କ ସମୂହ ସବୁଠୁ ବିକଶିତ ।  

ସେମାନେ ପରସ୍ପରକୁ ମଣିଷଙ୍କ ଭଳି ନାଁରେ ସମ୍ବୋଧନ କରନ୍ତି । ଗୋଟିଏ  ସମୂହର କୌଣସି ହାତୀ ଯଦି ନିୟମ ପାଳନ ନ କରେ, ତେବେ ଏହାର  ମୁଖ୍ୟ ତାକୁ ବହିଷ୍କାର କରନ୍ତି । ମାଈ ହାତୀ ସମସ୍ତ ହାତୀ ସମୂହର  ମୁଖିଆ ହୋଇଥାନ୍ତି । ସମୂହର ରକ୍ଷା ଲାଗି ଅଣ୍ଡିରା ହାତୀ ସେନାପତି  ହୋଇଥାଏ । ସେନାପତି ହାତୀ  ସମୂହର ମାଈ ହାତୀ ସହ ସହବାସ  କରେ । ସମୂହରେ ପ୍ରାୟତଃ ନୂଆ  ଯୁବ ହାତୀ ନିୟମ ଭଙ୍ଗ କରି ମାଈ  ହାତୀଙ୍କ ସହ ସହବାସ କରିବାକୁ  ଚେଷ୍ଟା କରନ୍ତି । ଏହି ସ୍ଥିତିରେ  ସେମାନଙ୍କୁ ନିୟମ ଉଲ୍ଲଂଘନ ଲାଗି  ଦଣ୍ଡ ଦିଆଯାଏ । ସେମାନଙ୍କୁ ସମୂହରୁ  ବହିଷ୍କୃତ କରାଯାଏ । ହାତୀର ମୁଣ୍ଡ ଓ କାନ ମଝିରେ ଏକ  ଗ୍ରନ୍ଥି ରହିଛି । ଏହା ବ୍ୟସ୍ତ ବିବ୍ରତ ହେଲେ ସେହି ଗ୍ରନ୍ଥିରୁ ଏକ ତରଳ  ପଦାର୍ଥ କ୍ଷରଣ ହୁଏ । ଏହି ସମୟରେ ହାତୀ ଚିଡ଼ିଚିଡ଼ା ଓ ବିଦ୍ରୋହୀ  ହୋଇଯାଏ । ସମୂହର ନିୟମ ପାଳନ କରେନାହିଁ । ଏହି ସ୍ଥିତିରେ ସେ  ଆହୁରି ଚିଡ଼ିଚିଡ଼ା ହୋଇ ମଣିଷ ବସବାସ କ୍ଷେତ୍ରକୁ ଚାଲିଆସେ । କୌଣସି  ବ୍ୟକ୍ତିକୁ ଯେତେବେଳେ ସମାଜରୁ ବହିଷ୍କୃତ କରିଦିଆଯାଏ, ସେ ଚିଡ଼ିଚିଡ଼ା  ଓ ଘାତକ ହୋଇଯାଏ । ଠିକ୍‌ ସେହି ସ୍ଥିତି ହାତୀର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.