ନୂଆଦିଲ୍ଲୀ,୨୭/୨ : ପ୍ରବର୍ତ୍ତନ ଦିର୍ଦେଶାଳୟ(ଇଡି) ଗୁରୁବାର ଏକ ବଡ଼ ଆକ୍ସନ ନେଇଛି । ଯାଞ୍ଚ ଏଜେନ୍ସି ଡବ୍ଲ୍ୟୁଟିସି ବିଲ୍ଡର ଏବଂ ଭୂଟାନୀ ଗ୍ରୁପ୍ ସହ ଯୋଡ଼ି ହୋଇଥିବା ୧୨ସ୍ଥାନରେ ଚଢଉ କରିଛି । ଏହି ରେଡ୍ ଦିଲ୍ଲୀ, ନୋଏଡ଼ା, ଫରୀଦାବାଦ ଏବଂ ଗୁରୁଗ୍ରାମରେ ହୋଇଛି । କୁହାଯାଉଛି କି ନିବେଶକଙ୍କଠାରୁ ଠକେଇ ମାମଲାରେ ଏହି ଆକ୍ସନ ନିଆଯାଇଛି ।
ଇଡି ଡବ୍ଲ୍ୟୁଟିସି ବିଲ୍ଡରର ଅଫିସ, ଏହାର ପ୍ରମୋଟର ଆଶିଷ ଭଲ୍ଲା ଏବଂ ଭୁଟାନୀ ଗ୍ରୁପର ୧୨ଠିକଣାରେ ସର୍ଚ୍ଚ ଜାରି ରଖିଛି। ଏହି ଠିକଣା ଦିଲ୍ଲୀ, ନୋଏଡ଼ା, ଫରୀଦାବାଦ ଏବଂ ଗୁରୁଗ୍ରାମରେ ଅଛି । ଡବ୍ଲ୍ୟୁଟିସି ଗ୍ରୁପର ଫରୀଦାବାଦ, ନୋଏଡ଼ା ଏବଂ ନିକଟ ଅଞ୍ଚଳରେ କେତେକ ପ୍ରୋଜେକ୍ଟସ ଚାଲୁ ରହିଛି । ଅଭିଯୋଗ ଅଛି କି ଗ୍ରୁପ ନିବେଶକଙ୍କଠାରୁ ୧୦୦୦କୋଟି ଟଙ୍କାରୁ ଅଧିକ ନେଇଛି ଏବଂ ଗତ ୧୦-୧୨ବର୍ଷରେ ପ୍ରୋଜେକ୍ଟ୍ସ ପୂରା ହୋଇନାହିଁ । ଏହି ମାମଲାରେ ଡବ୍ଲ୍ୟୁଟିସି ବିଲ୍ଡର, ଆଶୀଷ ଭଲ୍ଲା, ଭୂଟାନୀ ଗ୍ରୁପ ବିପକ୍ଷରେ ଫରୀଦାବାଦ ପୋଲିସ ଏବଂ ଇଓଡବ୍ଲ୍ୟୁ ଦିଲ୍ଲୀ ଦ୍ବାରା କେତେକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଏବେ ଇଡି ଏହି ଆକ୍ସନ ନେଇଛି ।