ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ କେନ୍ଦ୍ରୀୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ରାଜ୍ୟର ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ.ବିଜୟ କୁମାର ଜୋଗଦଣ୍ଡେଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ ଆଜି (ବୁଧବାର) ତିନି ଦିନିଆ ଗସ୍ତରେ ଦୁଇ ବରିଷ୍ଠ ଅଧିକାରୀ ହେଲିକପ୍ଟର ଯୋଗେ ମିଲାମ ଅଞ୍ଚଳକୁ ଯାଉଥିଲେ ।
ରାସ୍ତାରେ ହଠାତ୍ ପାଗ ଖରାପ ହୋଇଗଲା। ଏହି କାରଣରୁ ପାଇଲଟ ମିଲାମ ଅଞ୍ଚଳର ଏକ କ୍ଷେତରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ। କେନ୍ଦ୍ରୀୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ରାଜ୍ୟ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ବିଜୟ କୁମାର ଜୋଗଦଣ୍ଡେଙ୍କ ପିଥୌରାଗଡ ମୁନସ୍ୟାରୀ ବିକାଶଖଣ୍ଡର ମିଲାମ ଅଞ୍ଚଳକୁ ତିନି ଦିନିଆ ଗସ୍ତର ପ୍ରସ୍ତାବ ଦିଆଯାଇଛି।
ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଭୁପେନ୍ଦ୍ର ସିଂ ମେହେରଙ୍କ ଅନୁଯାୟୀ, ତାଙ୍କ ହେଲିକପ୍ଟରଟି ଡେରାଡୁନରୁ ମିଲାମ ଅଞ୍ଚଳକୁ ଯାଉଥିଲା, ଯେଉଁଠାରେ ଉଭୟ ଅଧିକାରୀଙ୍କୁ ମିଲାମ ଗ୍ଲାସିଅର, ନନ୍ଦା ଦେବୀ ଅଞ୍ଚଳ ଏବଂ ଭାରତ-ତିବ୍ଦତୀୟ ସୀମାରେ ସୈନିକଙ୍କ ସହ ସ୍ଥାନୀୟ ଅଂଚଳର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା।
ଏହି ତିନି ଦିନିଆ ଯାତ୍ରା ଉତ୍ତରାଖଣ୍ଡର ସୁଦୂର ତଥା ଅପହଞ୍ଚ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ଭୌଗୋଳିକ ଅବସ୍ଥା ବୁଝିବା ଉଦ୍ଦେଶ୍ୟରେ କରାଯାଇଥିଲା । ଏହା ଅଧୀନରେ ଅଧିକାରୀ ମାନଙ୍କୁ ମିଲାମ ଆଖପାଖ ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଉପରେ ନଜର ରଖିବାକୁ ପଡିବ । ଯେତେବେଳେ ହେଲିକପ୍ଟର ମିଲାମ ନିକଟରେ ପହଞ୍ଚିଥିଲା, ହଠାତ୍ ପାଗ ଖରାପ ହୋଇଗଲା। ଆଉ ଖରାପ ପାଗରେ ଏହା ଉଡ଼ିବା ସମ୍ଭବ ହୋଇନଥିଲା । ତେଣୁ ଏକ ଚାଷ ଜମିରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ସୌଭାଗ୍ୟବଶତ ଏହି ଅବତରଣ ସମୟରେ କୌଣସି ପ୍ରକାରର ଦୁର୍ଘଟଣା ଘଟି ନଥିଲା ଏବଂ କର୍ମଚାରୀଙ୍କ ସହ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ଅଧିକାରୀଙ୍କ ସହ ହେଲିକପ୍ଟରରେ କ୍ରୁ ସଦସ୍ୟ ମାନେ ଥିଲେ ।