ଅକୋଲା : ଆପଣ ଫିଲ୍ମ ଟଏଲେଟ୍ ଏକ୍ ପ୍ରେମ୍ କଥା ଦେଖି ଥିବେ , କିନ୍ତୁ ଅକୋଲା ଜିଲ୍ଲାର ଦିଗ୍ରସ ଗାଁରେ କିଛି ଏମିତି ହିଁ ବାସ୍ତବ ଜୀବନରେ ଘଟିଛି। ବିଶାଖା ତାୟଡେ ନାମକ ଜଣେ ମହିଳା ନିଜର ଶ୍ୱଶୂର ଘରେ ଶୌଚାଳୟ ନଥିବାରୁ ସ୍ୱାମୀଙ୍କ ଘର ଛାଡ଼ି ଦେଇ ବାପାଙ୍କ ଘରକୁ ପଳାଇ ଆସିଛନ୍ତି। ସେ ସ୍ପଷ୍ଟ କରି ଦେଇଛନ୍ତି କି, ଯେବେ ଯାଏ ଘରେ ଶୌଚାଳୟ ନହୋଇଛି , ସେପର୍ଯ୍ୟନ୍ତ ଆଉ ଫେରିବେ ନାହିଁ ।
ବିଶାଖାଙ୍କର ବାହାଘର ବିକାଶ ତାୟଡେଙ୍କ ସହ ହୋଇଥିଲା। ବିବାହ ପରେ ଯେବେ ପରିବାରରେ ସଂପତ୍ତିର ବଣ୍ଟନ ହେଲା ତ, ବିକାଶଙ୍କ ବଡ଼ ଭାଇଙ୍କୁ ଶୌଚାଳୟ ସହ ଘରର ଦୁଇଟି ରୁମ୍ ମିଳିଲା। ବିକାଶଙ୍କୁ କେବଳ ଦୁଇଟି ରୁମ୍ ମିଳିଲା , ଯେଉଁଥିରେ ଶୌଚାଳୟ ନଥିଲା। ଏହି କାରଣରୁ ବିକାଶ ଓ ତାଙ୍କ ପତ୍ନୀଙ୍କୁ ଖୋଲାରେ ଶୌଚ କରିବାକୁ ପଡ଼ୁ ଥିଲା , ଯେଉଁଥିରେ ବିଶାଖା ଚିନ୍ତିତ ହୋଇଗଲେ।
ଗାଁର ଗ୍ରାମ ପଞ୍ଚାୟତ ଖୋଲାରେ ଶୌଚ କରିବାରେ ୧୦୦୦ ଟଙ୍କାର ଜୋରିମନା ଲଗେଇବାକୁ ନିର୍ଦ୍ଦେଶ ଜାରି କଲା, ଯେଉଁଥିରେ ବିଶାଖାଙ୍କୁ ଡ଼ର ଲାଗିଲା। ଏହି ସ୍ଥିତିରେ ସେ ଚିନ୍ତାରେ ପଡ଼ି ବାପା ମାଆଙ୍କ ଘରକୁ ଫେରି ଆସିଲେଏବଂ ସର୍ତ୍ତ ରଖିଲେ ଯେ, ଯେବେ ସୁଦ୍ଧା ଶୌଚାଳୟ ନହେବ , ସେ ଶ୍ୱଶୂର ଘର ଯିବେ ନାହିଁ।
ବିକାଶ ଘରେ ଶୌଚାଳୟ ତିଆରି କରିବାକୁ ଚେଷ୍ଟା କଲେ , ହେଲେ ଡ୍ରେନ୍ ନଥିବାରୁ ଦୁର୍ଗନ୍ଧ ପାଣି ଜମା ହେବାକୁ ଲାଗିଲା ଏବଂ ଦୁର୍ଗନ୍ଧ ବ୍ୟାପିବାରୁ ଆଖପାଖର ଲୋକେ ମଧ୍ୟ ଅଭିଯୋଗ କଲେ , ଯେଉଁଥିରେ ବିକାଶଙ୍କୁ ଲଜ୍ଜା ସହ୍ୟ କରିବାକୁ ପଡ଼ିଲ।।
ଏବେ ବିକାଶ ଗ୍ରାମ ପଞ୍ଚାୟତକୁ ଡ୍ରେନ୍ ତିଆରି କରିବାକୁ ସାହାଯ୍ୟ ମାଗିଲେ ଏବଂ କହିଲେ କି ଯଦି ଶୀଘ୍ର ସମାଧାନ ନହୁଏ ତ , ସେ ପଞ୍ଚାୟତ ସାମନାରେ ଅନଶନରେ ବସିବେ । ସେ କହିଲେ , ମୋ ପତ୍ନୀ ମୋତେ ଛାଡ଼ି ଚାଲିଗଲେ, ଏହା ମୋ ପାଇଁ ବହୁତ ଦୁଃଖଦ। କିନ୍ତୁ ମୁଁ ଶୌଚାଳୟ ନିଶ୍ଚୟ କରିବି। ଏହି ମାମଲା ପୂରା ଗାଁରେ ଚର୍ଚ୍ଚାର ବିଷୟ ସାଜିଛି ଏବଂ ଲୋକେ ଏହାକୁ ମହିଳାଙ୍କର ସାହସିକତା ପଦକ୍ଷେପ ଭାବେ ଦେଖୁଛନ୍ତି।