ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଟ୍ରମ୍ପଙ୍କ ଘରକୁ ଆସୁଛି ଖୁସି ଖବର, ୧୧ ଥର ପାଇଁ ହେବାକୁ ଯାଉଛନ୍ତି ଅଜା

Published By : Prameya | April 8, 2025 6:01 PM

ନୂଆଦିଲ୍ଲୀ,୮।୪:  ପୁଣି ଅଜା ହେବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆସିବାକୁ ଯାଉଛି  ୧୧ ତମ ନାତି କିମ୍ବା ନାତୁଣୀ। ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ ଏପ୍ରିଲରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ।

ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ଟିଫାନି ଟ୍ରମ୍ପଙ୍କୁ ନିକଟରେ ତାଙ୍କ ସ୍ୱାମୀ ମାଇକେଲ ବୋଲୋସଙ୍କ ସହ ମିଆମିରେ ଛୁଟି ବିତାଉଥିବାର ଦେଖାଯାଇଥିଲା। ସେ ଶନିବାର  ‘କଲ୍ ମି ଗାବି ରେଷ୍ଟୁରାଣ୍ଟ’ରେ ପହଞ୍ଚିଥିଲେ। ଏହି ସମୟରେ ଟିଫାନି ଏକ ସୁନ୍ଦର ଚକୋଲେଟ୍ ବ୍ରାଉନ୍ ରଙ୍ଗର ମ୍ୟାକ୍ସି ଡ୍ରେସ୍ ପିନ୍ଧିଥିଲେ। ଏହା ସହିତ, ସେ ଏକ ଗୋଲାପୀ ରଙ୍ଗର ପର୍ସ, ମ୍ୟାଚ୍ ଚପଲ ଏବଂ ଏକ ଗୋଲାପୀ ଫୋନ୍ କେସ୍ ମଧ୍ୟ ଧରିଥିଲେ।

ଟିଫାନି ଓ ମାଇକେଲ ବୋଲୋସ ତାଙ୍କର ପ୍ରଥମ ସନ୍ତାନକୁ ଅପେକ୍ଷାରେ ଅଛନ୍ତି। ଏହି ଦମ୍ପତି ୨୦୨୪ ଅକ୍ଟୋବରରେ ତାଙ୍କ ସନ୍ତାନ ଆସୁଥିବା ନେଇ ସୂଚନା ଦେଇଥିଲେ। ଡୋନାଲ୍ଡ ଟ୍ରମ୍ପ ନିଜେ ଏହି ଖବରକୁ ସୂନିଶ୍ଚିତ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଝିଅ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ଏହା ପରେ, ଟିଫାନି ୨୦ ଜାନୁଆରୀ ୨୦୨୫ ରେ ତାଙ୍କ ବାପା ଡୋନାଲ୍ଡେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ।

ଟିଫାନିଙ୍କ ଜନ୍ମ ୧୯୯୩ ମସିହାରେ ହୋଇଥିଲା। ସେ ଆମେରିକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ଚତୁର୍ଥ ସନ୍ତାନ ଏବଂ ସାନ ଝିଅ। ଟିଫାନି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ, ଅଭିନେତ୍ରୀ  ମାର୍ଲା ମାପଲ୍ସଙ୍କ ସନ୍ତାନ। ସେ ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ନାମ ଟିଫାନି ଆଣ୍ଡ୍ କୋ. ନାମରେ ରଖାଯାଇଥିଲା।  

ଟ୍ରମ୍ପ ଏବଂ ମାର୍ଲା ୧୯୯୯ ମସିହାରେ ଛାଡପତ୍ର ନେଇଥିଲେ। ଦୁଇ ବର୍ଷ ଅଲଗା ରହିବା ପରେ ଟିଫାନିକୁ କାଲିଫର୍ନିଆରେ ତାଙ୍କ ମାଆ ଲାଳନପାଳନ କରିଥିଲେ। ଟିଫାନୀଙ୍କ ତିନି ଜଣ ବଡ଼ ସାବତ ଭାଇଭଉଣୀ ଅଛନ୍ତି। ସେମାନେ ହେଉଛନ୍ତ ଡୋନାଲ୍ଡୋ ଜୁନିଅର, ଇଭାଙ୍କା ଏବଂ ଏରିକ୍। ଯେଉଁମାନେ କି ଟ୍ରମ୍ପଙ୍କ  ପ୍ରଥମ ପତ୍ନୀ ଇଭାନାଙ୍କ ସନ୍ତାନ। ସେଭଳି ଟିଫାନିଙ୍କ ଆଉ ଜଣେ ସାନ ଭାଇ ବେରନ୍ ମଧ୍ୟ ଅଛନ୍ତି। ସେ ହେଉଛନ୍ତି ଟ୍ରମ୍ପଙ୍କ ତୃତୀୟ ପତ୍ନୀଙ୍କ ମେଲାନିଆଙ୍କ ପୁଅ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.