ନୂଆଦିଲ୍ଲୀ,୨୯।୯: ବିଭାଜନ ପରେ ଭାରତ-ପାକିସ୍ତାନର ସମ୍ପର୍କ ଲଗାତାର ଖରାପ ହେଉଛି। ଦୁଇ ଦେଶ ଭିତରେ ସୀମାରେ ବିବାଦର ସ୍ଥିତି ଲଗାତାର ଜାରି ରହିଛି। ଏହାର ସବୁଠାରୁ ବଡ କାରଣ ହେଉଛି ପାକିସ୍ତାନ ଦ୍ବାରା ଆତଙ୍କବାଦକୁ ପ୍ରୋତ୍ସାହନ ଦେବା। ତେବେ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ କିଛି ମଧୁର ସମ୍ପର୍କ ମଧ୍ୟ ଦୀର୍ଘ ସମୟ ଧରି ଲାଗି ରହିଛି। ମୁମ୍ବାଇର ଏକ ଆଇ ସର୍ଜନ ଚଳିତ ମାସ ଆରମ୍ଭରୁ ଶ୍ରୀଲଙ୍କାରେ ଜଣେ ଚକ୍ଷୁ ହସ୍ପିଟାଲରେ ଲାହୋର ଜଣେ ଅନ୍ଧ ବ୍ୟକ୍ତିଙ୍କ ସଫଳ ଅପରେସନ୍ କରିଛନ୍ତି।
ଏହି ଅସାଧାରଣ ପରିସ୍ଥିତି ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ପାକିସ୍ତାନୀ ରୋଗୀଙ୍କୁ ୪ ମାସ ପର୍ଯ୍ୟନ୍ତ ଫଲୋ-ଅପ୍ କରିବା ପରେ ଭାରତୀୟ ମେଡିକାଲ ଭିସା ମିଳିନଥିଲା। ଏହାପରେ ମୁମ୍ବାଇର ଆଇ ସର୍ଜନ ଡକ୍ଟର କ୍ୟୁରେଶ ମସ୍କତି ପାକିସ୍ତାନ ନାଗରିକଙ୍କ ଚିକିତ୍ସା କରିଥିଲେ। ଡକ୍ଟର ମସ୍କତି କହିଛନ୍ତି, ମୋତେ ଏକ ସମ୍ମିଳନୀ ପାଇଁ କଲୋମ୍ବୋ ଯିବାର ଥିଲା,ତେଣୁ ମୁଁ ଶ୍ରୀଲଙ୍କା ମେଡିକାଲ କାଉନସିଲ୍ରୁ ରୋଗୀଙ୍କ ଅପରେସନ୍ କରିବା ପାଇଁ ଲାଇସେନ୍ସ ମାଗିଛି ଓ ତାକୁ ସହମତି ଦେଇଛି।’ ସେ ସ୍ଥାନୀୟ ଆଇ ସର୍ଜନ ଡକ୍ଟର କୁସୁମ ରଥନାୟକେଙ୍କ ସାହାର୍ଯ୍ୟରେ ସେ ୧୩ ସେପ୍ଟେମ୍ବରରେ କଲୋମ୍ବୋରେ ଅପରେସନ୍ କରିଛି।
ଟାଇମ୍ସ ଅଫ୍ ଇଣ୍ଡିଆ ନିଜର ଏକ ରିପୋର୍ଟରେ କହିଛି, ସେ ୪ ବର୍ଷରେ ପ୍ରଥମ ଥର ନିଜ ୭ ବର୍ଷର ଝିଅ ସହିତ ନିଜ ପରିବାରକୁ ଦେଖିବାରେ ସଫଳ ହୋଇଛନ୍ତି। ରୋଗୀ ଜଣଙ୍କର ଡାହଣ ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ବାମ ଆଖିରେ ଦୁଇ ଥର କର୍ଣ୍ଣିଆ ପ୍ରତ୍ୟାରୋପଣ କରାଯଇଛି, କିନ୍ତୁ ଦୁଇଥର ଚେଷ୍ଟା ବିଫଳ ରହିଥିଲା। ତାଙ୍କର ଏକ ମାତ୍ର ଆଶା କୃତ୍ରିମ କର୍ଣ୍ଣିଆ ଥିଲା, ତେଣୁ ତାଙ୍କର ସ୍ଥାନୀୟ ଡାକ୍ତର ମୋ ସହ ଯୋଗାଯୋଗ କରିଥିଲେ। ସେ ଏକ ସମ୍ମିଳନୀ ପାଇଁ ପାକିସ୍ତାନ ଯାଇଥିଲେ, ସେତେବେଳେ ସେ ରୋଗୀଙ୍କୁ ସାକ୍ଷାତ କରିଥିଲେ ଓ ଅନୁଭବ କରିଥିଲେ କୃତ୍ରିମ କର୍ଣ୍ଣିଆ କାମ କରିବ। ଅପରେସନ୍ର ୪୮ ଘଣ୍ଟା ଭିତରେ ରୋଗୀ ଆଶିଂକ ରୂପରେ ଦେଖିବାକୁ ସଫଳ ହୋଇଥିଲେ।