ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

'ଦେବରା ପାର୍ଟ- ୧' , ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଫିଲ୍ମ

ମୁମ୍ବାଇ,୨୬/୦୯: ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା ପାର୍ଟ- ୧' । ତେବେ ଏହାର ଟ୍ରେଲର ରିଲିଜ୍ ହେବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ରିଲିଜ ପୂର୍ବରୁ ଫିଲ୍ମ ଆଡଭାନ୍ସ ବୁକିଂ ରେକର୍ଡ କଲାଣି । ପ୍ରଥମ ଦିନର ଫିଲ୍ମ ଦେଖିବା ପାଇଁ ଜୋରଦାର ଟିକେଟ ବିକ୍ରି ହେଉଥିବା ବେଳେ ଫିଲ୍ମ ଆଡଭାନ୍ସ ବୁକିଂରେ ବମ୍ପର କଲେକ୍ସନ କରିସାରିଲାଣି।

ତେବେ ସାକନିଲ୍କର ରିପୋର୍ଟ ଅନୁଯାୟୀ, ଜୁନିଅର ଏନଟିଆରର ଏହି ଚଳଚ୍ଚିତ୍ରର ପ୍ରଥମ ଦିନ ପାଇଁ ସାରା ଦେଶରେ ୭ ଲକ୍ଷ ୩୪ ହଜାର ୭୬୧ ଟିକେଟ୍ ପୂର୍ବରୁ ବିକ୍ରି ହୋଇସାରିଛି । ଯେଉଁଥିରେ ଫିଲ୍ମ ରିଲିଜ୍ ପୂର୍ବରୁ ୧୮.୭୮ କୋଟି ଟଙ୍କା ରୋଜଗାର କରିସାରିଛି ଏବଂ ପ୍ରାୟ ୨୯.୧୦ କୋଟି ଟଙ୍କା ଆୟ କରିଛି । ଏଥିରେ ତେଲୁଗୁ ଭାଷାରେ ୭ ଲକ୍ଷ ୧୯ ହଜାର ୬୦୮ ଟିକେଟ୍ ର ସର୍ବାଧିକ ଆଡଭାନ୍ସ ବୁକିଂ କରାଯାଇଛି । ଏପର୍ଯ୍ୟନ୍ତ ଫିଲ୍ମର ୧୩ ହଜାର ୩ ଶହ ୨୪ ଟିକେଟ୍ ହିନ୍ଦୀରେ ପୂର୍ବରୁ ବିକ୍ରି ହୋଇସାରିଛି । କନ୍ନଡରେ 'ଦେବରା ପାର୍ଟ- ୧' ପାଇଁ ଏପର୍ଯ୍ୟନ୍ତ ୧୦୦ ଟିକେଟ୍ ଆଡଭାନ୍ସ ବୁକିଂ ହୋଇଥିବା ବେଳେ ୧୬୭୮ ଟିକେଟ୍ ତାମିଲରେ ବୁକ୍ ହୋଇଛି । ସେହିପରି ମାଲାୟାଲମରେ ପ୍ରଥମ ଦିନ ପାଇଁ ଫିଲ୍ମ ୫୬ଟି ଟିକେଟ୍ ବିକ୍ରି କରିସାରିଛି । ଏହିପରି ବୁଧବାର ସକାଳ ପର୍ଯ୍ୟନ୍ତ 'ଦେବରା ପାର୍ଟ- ୧' ର ବିଶ୍ୱରେ ମୋଟ ଆଡଭାନ୍ସ ବୁକିଂରେ ୫୦ କୋଟି ଆୟ କରିସାରିଲାଣି । ତେବେ ଫିଲ୍ମ ରିଲିଜ୍ ହେବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଫିଲ୍ମର ଟିକେଟରେ ବୃଦ୍ଧି ଦେଖିବାକୁ ମିଳିଛି । ବର୍ତ୍ତମାନ୭ ଲକ୍ଷରୁ ଅଧିକ ଟିକେଟ ବିକ୍ରି ଦେଖି ଅନୁମାନ କରାଯାଉଛି ଯେ ଆଜି ଏବଂ ଆସନ୍ତାକାଲି ଟିକେଟ୍ ବିକ୍ରିରେ ବମ୍ପର ବୃଦ୍ଧି ହେବାର ଆଶଙ୍କା ରହିଛି । ଯାହା ପରେ ଏହି ଚଳଚ୍ଚିତ୍ର ରିଲିଜର ପ୍ରଥମ ଦିନରେ ୧୦୦ କୋଟି ଆୟ କରି ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.