ପ୍ରମୂଖ ଖବର

ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ ଡ଼ିଲିମିଟେସନ୍ ପ୍ରଭାବ ପକାଇପାରେ : ଭକ୍ତ ଦାସ

Published By : Prameya | March 23, 2025 8:03 PM

ଭୁବନେଶ୍ବର,୨୩।୩ :  ଯେଉଁମାନେ ଜନସଂଖ୍ୟା ବୃଦ୍ଧିକୁ ଠିକ୍ ଭାବରେ ପରିଚାଳନା କରିଛନ୍ତି ସେମାନଙ୍କ ପାଇଁ ଡ଼ିଲିମିଟେସନ ଦଣ୍ଡ ହେବ। ଆଶଙ୍କା କରାଯାଉଛି ରାଜନୈତିକ କ୍ଷେତ୍ରରେ ପ୍ରଭାବ ପଡ଼ିବ। ଡ଼ିଲିମିଟେସନ୍ ସଂପୂର୍ଣ୍ଣ ଭାବରେ ଓଡ଼ିଶା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଭୟ ସୃଷ୍ଟି କରୁଛି। ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ କ୍ଷତି ହେଇପାରେ। କେନ୍ଦ୍ରରୁ ଯେଉଁ ଗ୍ରାଣ୍ଟ ମିଳୁଛି ସେଥିରେ ମଧ୍ୟ ପ୍ରଭାବ ପକାଇପାରେ।  ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଦ୍ଵାରା ଡ଼ିଲିମିଟେସନକୁ ନେଇ ଡକାଯାଇଥିବା ବୈଠକରେ ପିସିସି ସଭାପତି ଭକ୍ତ ଦାସ ଯୋଗ  ଦେଇ ଏହା କହିଛନ୍ତି। 

ଡିଲିମିଟେସନ  ଓଡ଼ିଶା ଉପରେ ସଂପୂର୍ଣ୍ଣ ପ୍ରଭାବ ପଡ଼ିବ। ବିଭିନ୍ନ କ୍ଷେତ୍ରରେ ରାଜନୈତିକ ପ୍ରତିନିଧିତ୍ଵ ଉପରେ ପ୍ରଭାବିତ ହେବାର ଆଶଙ୍କା ଅଛି। ଆଦିବାସୀଙ୍କ ପ୍ରତିନିଧିତ୍ଵ ସଂଖ୍ୟା କମିପାରେ। ଆଦିବାସୀଙ୍କ ସଂଖ୍ୟା ଅଧିକ ଥିବା ନିବର୍ଚାନ ମଣ୍ଡଳୀ ମୁଖ୍ୟତଃ ଖଣି ଅଞ୍ଚଳରେ ରହିଛି । ଆସାମରେ ଯେଉଁ ଡ଼ିଲିମିଟେସନ୍ କଲେ ସେଥିରେ ମୁଖ୍ୟତଃ ଆଦିବାସୀ ଅଂଚଳ ପ୍ରଭାବିତ ହେଇଥିଲା। ଅଧିକାଂଶ ଖଣି ଅଞ୍ଚକରେ ଆଦିବାସୀ ଜନଜାତି ବସବାସ କରନ୍ତି ସେଥିପାଇଁ ସେମାନେ ଅନେକ ସ୍ତରରେ ପ୍ରଭାବିତ ହେଉଛନ୍ତି। ଖଣି ଅଞ୍ଚଳରେ ଆଦିବାସୀଙ୍କ ସ୍ୱର ଚାପି ଦିଆଯାଉଛି। ଓଡ଼ିଶାର ଭୌଗଳିକ ସ୍ଥିତ ତାହା ମଧ୍ୟ ପ୍ରଭାବିତ ହେଇପାରେ। ସାଂସ୍କୃତିକ ଓ ପାରମ୍ପରିକର ଏବଂ ଭାଷାଗତ ଏକତା ପ୍ରଭାବିତ ହେବ ବୋଲି ଭକ୍ତ ଦାସ କହିଛନ୍ତି। 

ସଂଘୀୟ ବ୍ୟବସ୍ଥାରେ ଯେଉଁ ସହଭାଗିତା ରହିଛି ଯେଉଁ ଅର୍ଥ ରାଜ୍ୟ ପାଉଛି ତାହା ମଧ୍ୟ ପ୍ରଭାବିତ ହୋଇପାରେ। ଏମିତି ତ ଓଡ଼ିଶା ଅର୍ଥନୀତି ଦୁର୍ବଳ ଅଛି। ଖଣି ଖାଦାନରୁ ଯେତିକି ରାଜସ୍ବ କେନ୍ଦ୍ର ପାଉଛି ତାହା ତୁଳନାରେ ଆମେ କିଛି ପାଉନାହିଁ। ଜାତିଗତ ବିଭେଦର ପ୍ରଭାବ ପଡିପାରେ। ଓଡ଼ିଶା ସଂସଦୀୟ କ୍ଷେତ୍ରରେ  ତିନିଟି ଆସନ ହରେଇପାରେ ବୋଲି ସେ କହିଛନ୍ତି।  

ଚେନ୍ନାଇରେ ଯେଉଁ ବୈଠକ ହେଲା ତାହା ଯୁକ୍ତିଯୁକ୍ତ। ଡ଼ିଲିମିଟେସନ୍ କୁ ନେଇ ଯେଉଁ ଆଶଙ୍କା ଦେଖା ଦେଇଛି ତାକୁ ନେଇ ସଠିକ୍ ଆଲୋଚନା ହେବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ରାଜ୍ୟ ହିତରେ ଆମର ବହୁବିଦ୍ଧ ସଂସ୍କୃତି ଓ ପରମ୍ପରା ରହିଛି ଦେଶରେ। ତେଣୁ ସେଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ କଂଗ୍ରେସ ଅଧିକ ତର୍କବିତର୍କ ଏବଂ ଆଲୋଚନାର ଆହ୍ଵାନ ଦେଉଛି ବୋଲି ସେ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.