ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଦିଲ୍ଲୀ କ୍ୟାବିନେଟର ୬ ମନ୍ତ୍ରୀଙ୍କ ଶପଥ

Published By : Prameya | February 20, 2025 12:37 PM

ନୂଆଦିଲ୍ଲୀ, ୨୦।୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା । ଆଜିଠୁ ଦିଲ୍ଲୀରେ ରେଖାଙ୍କ ରାଜ୍ । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଶପଥ ନେଇଛନ୍ତି । ସେ ଦିଲ୍ଲୀର ସାଲିମାର ବାଗ ବିଧାନସଭାରୁ ପ୍ରଥମ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । 

ରେଖାଙ୍କ ସହ ରେଖା ଗୁପ୍ତାଙ୍କ ସହ ଦିଲ୍ଲୀ କ୍ୟାବିନେଟର ଅନ୍ୟ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବେଶ ବର୍ମା, ଆଶୀଷ ସୁଦ, ସରଦାର ମଞ୍ଜିଦର ସିଂ ସିରସା, ରବିନ୍ଦ୍ର ସିଂ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂ । ଦୀର୍ଘ ୨୬ ବର୍ଷ ପରେ ବିଜେପି ସରକାର ସତ୍ତାକୁ ଆସିଛି । ଅନ୍ୟପଟେ ଆମ୍ ଆଦମୀ ଦଳର ଦୀର୍ଘ ୧୦ ବର୍ଷର ଶାସନକୁ ଶେଷ କରିଛି । ରାମଲୀଳା ମୈଦାନରେ ଭବ୍ୟ ସମାରୋହ ଆୟୋଜନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଓ ଉପମୁଖ୍ୟମନ୍ତ୍ରୀ, ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରଙ୍କ ସମେତ ବରିଷ୍ଠ ବିଜେପି ମୁଖ୍ୟ ମଧ୍ୟ ଶପଥ ପାଠ ସମାରୋହରେ ସାମିଲ ରହିଛନ୍ତି । 

ସେ ଦିଲ୍ଲୀର ସାଲିମାର ବାଗ ବିଧାନସଭାରୁ ପ୍ରଥମ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ଶପଥଗ୍ରହଣ ପୂର୍ବରୁ ବୁଧବାର ରାତିରେ ରେଖା ଗୁପ୍ତା ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକସେନାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ । ଏହା ପୂର୍ବରୁ ସନ୍ଧ୍ୟାରେ ଦିଲ୍ଲୀ ବିଜେପି ବିଧାୟକଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାମ ଉପରେ ମୋହର ବାଜିଥିଲା । ଯାହା ପରେ ୨୦ ତାରିଖ ଅର୍ଥାତ୍ ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାବିନେଟ୍‌ରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି । ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା, ଆଶିଷ ସୁଦ, ମନଜିନ୍ଦର ସିଂ ସିରସା, ରବୀନ୍ଦ୍ର ଇନ୍ଦରାଜ ସିଂ, କପିଲ ମିଶ୍ରା, ପଙ୍କଜ ସିଂ ମନ୍ତ୍ରୀ ଭାବେ ଶପଥ ନେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.