ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଫୁଲୁଛି ଦୟା ଓ ରାଜୁଆ ନଦୀ, ନଦୀକୂଳିଆବାସୀ ଭୟଭୀତ

Published By : Harapriya Sethi | August 1, 2024 10:20 AM

କଣାସ,୦୧/୦୮: ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ବନ୍ୟାଜଳରେ ପୁରିଛି ମହାନଦୀ। ଏହି ଜଳ କଣାସର ଦୟା ଓ ରାଜୁଆ ନଦୀରେ ପ୍ରବାହିତ ହେଉଛି । ଫଳରେ ଧୀରେଧୀରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଯାହାକୁ ନେଇ କଣାସ ଓ ଡେଲାଙ୍ଗବାସୀଙ୍କ ମନରେ ସୃଷ୍ଟି ହେଇଛି ବନ୍ୟାର ଭୟ ।

ସୂଚନା ଅନୁଯାୟୀ, ବିଗତ କିଛି ଦିନ ଧରି ଲାଗି ରହିଛି ଲଘୁଚାପଜନିତ ବର୍ଷା । ଯାହା ଫଳରେ ମହାନଦୀ ବନ୍ୟାଜଳରେ ପୂର୍ଣ୍ଣ ହୋବାରେ ଲାଗିଛି । ଏହି କାରଣରୁ କଣାସର ଦୟା ଓ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଧୀରେଧୀରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଯାହାକୁ ନେଇ କଣାସ ଓ ଡେଲାଙ୍ଗବାସୀଙ୍କ ମନରେ ବନ୍ୟାର ଭୟ ସୃଷ୍ଟି ହେଇଛି । ବିଶେଷ କରି କଣାସର ତଳିଆ ଅଞ୍ଚଳ ଚିଲିକା ତଟବର୍ତ୍ତୀ ହୋଇଥିବାରୁ ଉପର ମୁଣ୍ଡରେ ବନ୍ୟାଜଳ ଏହି ଦୁଇଟି ନଦୀ ଦେଇ ଚିଲିକାକୁ ପ୍ରଭାବିତ ହୋଇଥାଏ । ସେଥିପାଇଁ ଏହି ଦୁଇଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି । 

କଣାସ ଓ ଡେଲାଙ୍ଗ ଅଞ୍ଚଳର ନଦୀକୂଳିଆ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି। ବନ୍ୟାଜଳ ଆସିବା ପରେ ରାଜୁଆ ଓ ଦୟା ନଦୀ କୂଳରେ ଚାଷୀଙ୍କ ଫସଲ ସବୁ ନଷ୍ଟ ହୋଇଛି । ଏହା ତାଙ୍କ ଦୁଃଖକୁ ଦୁଇଗୁଣିତ କରିଛି । ପୂର୍ବରୁ ନଦୀବନ୍ଧ କାର୍ଯ୍ୟରେ ୨୫ ଲକ୍ଷ୍ୟ ଟଙ୍କାକୁ ଠିକାଦାର ଓ ଯନ୍ତ୍ରୀ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଏପଟେ ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ନେଇ କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ରାତି ଅଧିୟା ଦୟା ଓ ରାଜୁଆ ନଦୀବନ୍ଧ ବୁଲି ଦେଖିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ।

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.