ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍

Published By : Prameya | February 27, 2025 9:59 AM

ଭୁବନେଶ୍ୱର,୨୭/୦୨: ସ୍ନାତକୋତ୍ତର  (ପିଜି) ନାମଲେଖା ପାଇଁ ଆସନ୍ତା ମାର୍ଚ୍ଚ ୧୩ରୁ ଆରମ୍ଭ ହେବ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା  (ସିୟୁଇଟି) । ଏପ୍ରିଲ୍‌ ୧ ଯାଏ ଏହି ପରୀକ୍ଷା ଚାଲିବ ।  ୧୫୭ ବିଷୟରେ ପରୀକ୍ଷା ହେବ । ମୋଟ୍‌ ୪୩ଟି  ସିଫ୍ଟରେ ପରୀକ୍ଷା ହେବ । ଗୋଟିଏ ସିଫ୍ଟ ପରୀକ୍ଷା ୯୦  ମିନିଟ୍‌ର ହେବ । ଏନେଇ ନ୍ୟାସନାଲ ଟେଷ୍ଟିଂ  ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । 

ଏନ୍‌ଟିଏ ପକ୍ଷରୁ କୁହାଯାଇଛି, ସିୟୁଇଟି ପିଜି  ପାଇଁ ମୋଟ ୪ ଲକ୍ଷ ୧୨ ହଜାର ୨୪ ଜଣ ଶିକ୍ଷାର୍ଥୀ  ପଞ୍ଜୀକରଣ କରିଛନ୍ତି । ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ  (ସିବିଟି) ମୋଡ୍‌ରେ କରାଯିବ । ପ୍ରଶ୍ନ ଉଭୟ ଇଂରାଜୀ  ଓ ହିନ୍ଦୀ ଭାଷାରେ ଆସିବ । ୪୧ଟି ଭାଷା ପରୀକ୍ଷା ସେହି  ଭାଷାରେ କରାଯିବ । ସେହିପରି ଏମ୍‌ଟେକ୍‌ ଓ ହାୟର  ସାଇନ୍ସର ପରୀକ୍ଷା ପାଇଁ ପ୍ରଶ୍ନ କେବଳ ଇଂରାଜୀରେ  ଆସିବ । ଆଚାର୍ଯ୍ୟ ପରୀକ୍ଷାର ସଂସ୍କୃତ ପେପରର  ପ୍ରଶ୍ନ ସଂସ୍କୃତରେ ଆସିବ । ଭାରତୀୟ ଜ୍ଞାନ ସିଷ୍ଟମ୍‌  ଓ ବୌଦ୍ଧ ଦର୍ଶନର ପ୍ରଶ୍ନ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ  ଭାଷାରେ ଆସିବ । ହିନ୍ଦୁ ଷ୍ଟଡିଜ୍‌ ପେପରର ପ୍ରଶ୍ନ ହିନ୍ଦୀ ଓ  ଇଂରାଜୀରେ ଆସିବ । ଏସଂପର୍କିତ ସମସ୍ତ ସୂଚନା ଏନ୍‌ଟିଏ  ୱେବ୍‌ସାଇଟ୍‌ www.nta.ac.inରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.