ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ବାହାରେ ଅପରାଧ, ଓଡିଶାରେ ଆତ୍ମଗୋପନ: ବସ୍ତି, ହୋଟେଲରେ ମାସ ମାସ ଲୁଚି ରହୁଛନ୍ତି...

ଭୁବନେଶ୍ୱର,୨୯/୦୯: ବେଙ୍ଗାଲୁରୁରେ ପ୍ରେମିକା ମହାଲକ୍ଷ୍ମୀଙ୍କୁ ୫୯ ଖଣ୍ଡ କରି ଫ୍ରିଜ୍‌ରେ  ରଖି ମୁକ୍ତିରଞ୍ଜନ ଓଡିଶାକୁ ଆସି ଆତ୍ମହତ୍ୟା କରିଥିଲା । ଏହି ଘଟଣା ସାରା ଦେଶରେ ଚହଳ  ପକାଇଛି । ଏମିତି ବାହାର ରାଜ୍ୟରେ ଅପରାଧ  ଘଟାଇ ଓଡିଶାରେ ଲୁଚିଥିବା ଅପରାଧୀଙ୍କ ତାଲିକା  ବହୁ ଲମ୍ବା । ଅନେକ ପେସାଦାର ଅପରାଧୀ ହତ୍ୟା  କାଣ୍ଡ କରୁଛନ୍ତି । ଆତଙ୍କୀ ଆକ୍ରମଣ କରୁଛନ୍ତି । କୋଟି  କୋଟି ଟଙ୍କା ଠକୁଛନ୍ତି । ଆଉ ଧରାପଡିବା ଭୟରେ ଓଡିଶାକୁ ଖସି ଆସି ଲୁଚି ଯାଉଛନ୍ତି ।  

 ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ  ସମିତି ସଭାପତି ସୂର୍ଯ୍ୟମଣି ତ୍ରିପାଠୀଙ୍କ କହିବା  ମୁତାବକ, କୌଣସି ସହରରେ ଅପରାଧ ଘଟାଇବା  ପରେ ଅପରାଧୀ ଜଣକ ସାଧାରଣତଃ ଦୂର ଜାଗାକୁ  ପଳାନ୍ତି । ପୁଲିସ ନଜରରୁ ବର୍ତ୍ତିବା ପାଇଁ ଅନେକ  ସହର ପାର୍‌ କରନ୍ତି । ନଚେତ୍‌, ରାଜ୍ୟ ବାହାରକୁ  ପଳାନ୍ତି । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଧରାପଡିବା ଭୟ ଅପେକ୍ଷାକୃତ କମ୍‌ ରହୁଥିବାରୁ  ଅନେକ ଅପରାଧୀ ଏଠାକୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି ।  ପୂର୍ବରୁ ଓଡିଶାରୁ ଆତଙ୍କବାଦୀ ଧରାପଡି଼ଥିବା ନଜିର  ରହିଛି । ରାଜଧାନୀରେ କମିଶନରେଟ ପୁଲିସର କଡ଼ା  ପ୍ରହରାକୁ ଚ୍ୟାଲେଞ୍ଜ ଦେଇ ଅଧିକାଂଶ ଅପରାଧୀ  ବିଭିନ୍ନ ବସ୍ତିରେ ଲୁଚୁଛନ୍ତି । କିଛି ନକଲି ପରିଚୟପତ୍ର  ଆଧାରରେ ହୋଟେଲରେ ମାସ ମାସ ଧରି ରହୁଛନ୍ତି ।  

ତେଲଙ୍ଗାନାରେ ହାଣି ଭୁବନେଶ୍ୱରରେ ଲୁଚିଥିଲେ

ଗତ ଅଗଷ୍ଟ ୧୦ ତାରିଖରେ ତେଲଙ୍ଗାନା ରଙ୍ଗାରେଡ୍ଡୀ  ଜିଲ୍ଲାରେ କୁଖ୍ୟାତ ଅପରାଧୀ ଖାଜ୍ଜା ରିଆଜୁଦ୍ଦିନ  (୩୯)କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।  ହତ୍ୟାକାରୀମାନେ ରାଜକୋଣ୍ଡା କମିଶନରେଟ୍‌  ପୁଲିସକୁ ଚକ୍‌ମା ଦେଇ ଓଡି଼ଶାକୁ ପଳାଇ  ଆସିଥିଲେ । ସେଠାକାର ଡିସିପି ସୁନୀତା ରେଡ୍ଡୀ  ଏନେଇ କମିଶନରେଟ ପୁଲିସ ସହ ଯୋଗାଯୋଗ  କଲେ । ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ  ସ୍ପେଶାଲ ସ୍କ୍ୱାଡ୍‌କୁ ତୁରନ୍ତ ହତ୍ୟାକାରୀମାନଙ୍କ ଟ୍ରାକିଂ  କରି ଭୁବନେଶ୍ୱର ରେଳଷ୍ଟେସନ ନିକଟ ଏକ  ହୋଟେଲରେ ଚଢ଼ାଉ କରିଥିଲା । ହତ୍ୟାକାରୀମାନେ  ବସ୍‌ ଯୋଗେ କୋଲକାତା ଖସିବାକୁ ଚେଷ୍ଟା କରୁଥିବା  ବେଳେ କଟକସ୍ଥିତ ଚାଉଳିଆଗଞ୍ଜ ଥାନା ଅଞ୍ଚଳରୁ  କାବୁ କରିଥିଲା । ସେମାନଙ୍କ ତଥ୍ୟ ଅନୁସାରେ  ହତ୍ୟାରେ ସମ୍ପୃକ୍ତ ଆଉ ୨ଜଣଙ୍କୁ ତେଲଙ୍ଗାନା ପୁଲିସ  ସେଠାକାର ଗୋଲକୋଣ୍ଡା ଦୁର୍ଗରୁ କାବୁ କରିଥିଲା ।  

କୋଲକାତାରେ ବ୍ୟବସାୟୀ ଦମ୍ପତିଙ୍କୁ ମାରି ଯାଜପୁରରେ ଲୁଚିଥିଲା 

୨୦୨୨ ଜୁନ୍‌ ୬ରେ ପଶ୍ଚିମବଙ୍ଗ କୋଲକାତା ହରିଶ  ମୁଖାର୍ଜୀ ରୋଡ୍‌ରେ ରହୁଥିବା ମାରୱାଡି଼ ବ୍ୟବସାୟୀ  ଅଶୋକ ଶାହା ଓ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କ ହତ୍ୟା  ହୋଇଥିଲା । କୋଲକାତାର ସୁରକ୍ଷିତ ଜୋନ୍‌ରେ  ଘଟିଥିବା ଏହି ଦମ୍ପତିଙ୍କ ହତ୍ୟାକାଣ୍ଡ ସେଠାକାର  ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା । କୋଲକାତା  ପୁଲିସ ଜଣେ ହତ୍ୟା ଅଭିଯୁକ୍ତକୁ ସପ୍ତାହେ ପରେ  ଓଡି଼ଶାର ଯାଜପୁରରୁ ଉଠାଇ ନେଇଥିଲା । ଅବଶ୍ୟ,  ହତ୍ୟାରେ ସମ୍ପୃକ୍ତ ଅନ୍ୟ ୩ଜଣ କୋଲକାତାରୁ  ଗିରଫ ହୋଇଥିଲେ ।  

ଆନ୍ଧ୍ର ବିଧାୟକଙ୍କୁ ଗୁଳି କରି କୋରାପୁଟରୁ ଧରାପଡିଲା

 ମାଓନେତା ୨୦୧୮ ସେପ୍ଟେମ୍ବର ୨୩ରେ ଆନ୍ଧ୍ରପ୍ରଦେଶର  ଲିପୁଟୁପୁଟୁ ଗାଁରେ ତେଲୁଗୁ ଦେଶମ ପାର୍ଟିର  ବିଧାୟକ କିଦାରି ସର୍ବେଶ୍ୱର ରାଓ ଓ ପୂର୍ବତନ  ବିଧାୟକ ସିଭାରି ସୋମାଙ୍କୁ ମାଓବାଦୀମାନେ  ଗୁଳିକରି ହତ୍ୟା କରିଥିଲେ । ହତ୍ୟାର ୫ ମାସ  ପରେ ଜାତୀୟ ତଦନ୍ତକାରୀ ଟିମ୍‌ (ଏନ୍‌ଆଇଏ) ଟିମ୍‌  କୋରାପୁଟ ଛତୁଆ ପଞ୍ଚାୟତରୁ ମାଓବାଦୀ ନେତା  ଡମ୍ବୁରୁ ଖିଲାକୁ ଗିରଫ କରିଥିଲା ।

ଫୁଲ ବ୍ୟବସାୟ ଆଳରେ ଲୁଚିଥିଲେ ୪ ସିମି ଛାତ୍ର

୨୦୧୬ ଫେବ୍ରୁଆରୀରେ ରାଉରକେଲା ନାଲା  ରୋଡରେ ୪ଜଣ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ  ଇଣ୍ଡିଆ (ସିମି) ଛାତ୍ରଙ୍କୁ କାବୁ କରିଥିଲା ଇଣ୍ଟେଲିଜେନ୍ସ  ବ୍ୟୁରୋ (ଆଇବି) ଓ ତେଲଙ୍ଗନା ପୁଲିସ । ଏମାନେ  ୨୦୧୩ରେ ମଧ୍ୟପ୍ରଦେଶର ଖଣ୍ଡୁଆ ଜେଲରୁ ଖସି  ପଳାଇଥିଲେ । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ,  ମହାରାଷ୍ଟ୍ର, ତେଲଙ୍ଗାନା ଓ ତାମିଲନାଡୁରେ ୧୭ଟି  ଆତଙ୍କୀ ଆକ୍ରମଣ, ପୁଲିସକୁ ହତ୍ୟା ଓ ବ୍ୟାଙ୍କରେ ଡକାୟତିରେ ଏମାନଙ୍କ ସମ୍ପୃକ୍ତି ଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.