କଟକ ୦୯/୦୨:  ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ପାଇଁ ଖେଳପ୍ରେମୀମାନେ  ଉତ୍ସାହିତ । ପଡ଼ିଆରେ ଖେଳାଳିମାନଙ୍କୁ ଦେଖିବାକୁ ଉତ୍କଣ୍ଠାର  ସହ ଅପେକ୍ଷା କରିଛନ୍ତି । ଏହିସବୁ ଭିତରେ କଟକ ଯୋବ୍ରା  ନୂଆସାହିର ୧୩ ବର୍ଷର ବାଳକ ସତ୍ୟଜିତ୍‌ ବାରିକ୍‌ ଏକ  ଭିନ୍ନ ଧରଣର ହେୟାର୍‌ ଷ୍ଟାଇଲ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ।  ଗୋଟିଏ ପଟେ ଟିମ୍‌ ଇଣ୍ଡିଆର ନାମ ଓ ଅନ୍ୟ ପଟେ ଟିମ୍‌  ଇଂଲଣ୍ଡ ନାମରେ ହେୟାର୍‌ ଷ୍ଟାଇଲ୍‌ କରିଛନ୍ତି । କେବଳ ସେତିକି ନୁହେଁ ମୁଣ୍ଡର ଚାରିପଟେ ପଡ଼ିଆ ଓ ଏକ  ପିଚ୍‌ ତିଆରି କରିଛନ୍ତି । ସେ ବିରାଟ ଓ ରୋହିତ୍‌ଙ୍କର ଫ୍ୟାନ୍‌। ଇତିମଧ୍ୟରେ ବାରବାଟୀରେ ଖେଳାଯିବାକୁ ଥିବା  ମ୍ୟାଚ୍‌ ପାଇଁ ସେ ବହୁତ୍‌ ଉତ୍ସାହିତ ଥିବାବେଳେ ଟିମ୍‌  ଇଣ୍ଡିଆର ବିଜୟ କାମନା କରିଛନ୍ତି । ଷ୍ଟାଡିୟମ୍‌ ନିକଟରେ ସତ୍ୟଜିତ୍‌ଙ୍କର ଏହି ଭିନ୍ନ  ଧରଣର ହେୟାର ଷ୍ଟାଇଲ୍‌ ସସ୍ତଙ୍କର ଆକର୍ଷଣ ସାଜିଥିଲା।