ପ୍ରମୂଖ ଖବର
  • ୧୦ରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି, ମଙ୍ଗଳବାର ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜରେ ଅଗ୍ନିକାଣ୍ଡ : ୧୮ ଉଦ୍ଧାର, ଏବେ ବି ୪ ନିଖୋଜ

Published By : Harapriya Biswal | June 9, 2025 4:41 PM

ନୂଆଦିଲ୍ଲୀ,୯।୬: କେରଳ ଉପକୂଳ ନିକଟରେ ସିଙ୍ଗାପୁରର ଏକ କଣ୍ଟେନର ଜାହାଜରେ ଅଗ୍ନିକାଣ୍ଡ। ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ, କଣ୍ଟେନର ଜାହାଜ ଏମଭି ୱାନ ହେ ୫୦୩ ରେ ଏକ ବଡ଼ ବିସ୍ଫୋରଣ ଘଟିଥିବା ସୂଚନା ମିଳିଥିଲା। ଏହାପରେ ଆମ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ବର୍ତ୍ତମାନ ଚାଳକ ଦଳର ୨୨ ସଦସ୍ୟଙ୍କ ଭିତରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ସେଭଳି ଅନ୍ୟ ୪ ନିଖୋଜ ଥିବା ଜଣାପଡିଛି। ସେମାନେ ଜାହାଜକୁ ଛାଡି ଦେଇଛନ୍ତି ଓ ସେ ଭାରତୀୟ ସୁରକ୍ଷାଦଳ ସହ ସୁରକ୍ଷିତ ଅଛନ୍ତି ବୋଲି ଆଶା କରାଯାଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, କେରଳର କୋଝିକୋଡା ଜିଲ୍ଲା ବେପୋରଠାରୁ ପ୍ରାୟ ୭୮ ସମୁଦ୍ର ମାଇଲ ଦୂରରେ ସିଙ୍ଗାପୁର ପତାକା ଥିବା ଜାହାଜରେ ବିସ୍ଫୋରଣ ସୂଚନା ମିଳିଥିଲା।  ଭାରତୀୟ ତଟରକ୍ଷୀ ଜାହାଜ ସଚେତ, ଅର୍ନିବେଶ, ସମୁଦ୍ର ପ୍ରହରୀ, ଅଭିନବ ରାଜଦୂତ ଓ ସି-୧୪୪ ରୁ ଏହି ଉଦ୍ଧାର ଅଭିଯାନରେ ସାମିଲ ଅଛନ୍ତି।  

ଅଧିକାରୀଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡର ଶିକାର ହୋଇଥିବା ଏହି ଜାହାଜରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ହୋଇଛି। ପ୍ରଥମେ ସୂଚନା ଆସିଥିଲା ବିସ୍ଫୋରଣରେ ଅଗ୍ନିକାଣ୍ଡ ।  ହେଲେ ଆଗ ଅଗ୍ନିକାଣ୍ଡ ତା' ପରେ ବିସ୍ଫୋରଣ ହୋଇଛି । ଆମ ପାଖକୁ ସବୁଠାରୁ ପ୍ରଥମେ ଏହି ସୂଚନା ୧୦ଟା ୩୦ ମିନିଟ୍‌ରେ ପହଁଞ୍ଚିଥିଲା। ସେବେଠାରୁ ଆମେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲୁ। ଜାହାଜ ୭ ଜୁନ୍‌ରେ କଲୋମ୍ବୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ୧୦ ଜୁନ୍‌ ସୁଦ୍ଧା ମୁମ୍ବାଇ ଉପକୂଳରେ ପହଁଞ୍ଚିବାର ଆଶା ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.