ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ସିଏମ୍‌ସିରେ ଜୈବ ବର୍ଜ୍ୟରୁ ଉତ୍ପନ୍ନ ହେବ ଇନ୍ଧନ ଗ୍ୟାସ୍‌, ଜଗତପୁରରେ ହେବ ବାୟୋ ମିଥାନେସନ୍‌ ପ୍ଲାଣ୍ଟ୍‌

Published By : Prameya | February 27, 2025 3:04 PM

କଟକ,୨୭/୦୨: କଟକ ମହାନଗର  ନିଗମ(ସିଏମ୍‌ସି)ରେ ପରିମଳ ପରିଚାଳନା  କ୍ଷେତ୍ରରେ ଆଉ ଏକ ନୂଆ ପଦକ୍ଷେପ  ଗ୍ରହଣ କରାଯାଇଛି । ବିଭିନ୍ନ ମହାନଗର  ନିଗମ ପରେ ଏବେ ସିଏମ୍‌ସିରେ ନିର୍ଗତ  ହେଉଥିବା ଜୈବ ବର୍ଜ୍ୟବସ୍ତୁରୁ ଉତ୍ପନ ହେବ  ଇନ୍ଧନ ଗ୍ୟାସ୍‌ । ସାଧାରଣ ଲୋକଙ୍କ ପାଇଁ  ଏହାକୁ ସଂରକ୍ଷିତ କରି ପ୍ରଦାନ କରାଯିବ ।  ଏଥିପାଇଁ ଜଗତପୁର ଅଞ୍ଚଳରେ ତିଆରି  କରାଯିବ ବାୟୋ ମିଥାନେସନ୍‌ ପ୍ଲାଣ୍ଟ୍‌ । ଏହି  ପ୍ଲାଣ୍ଟ୍‌ ନିର୍ମାଣ କରିବାକୁ ବଜେଟ୍‌ରେ ୩୦  କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।  ପରିମଳ ପରିଚାଳନା କ୍ଷେତ୍ରରେ ଏହା ବେଶ୍‌  ସହାୟକ ହେବ ।

ସିଏମ୍‌ସିରେ ଏବେ  ଦୈନିକ ୨୩୪.୨୫  ମେଟ୍ରିକ୍‌ ଟନ୍‌ ଆବର୍ଜନା  ବାହାରୁଛି । ସେଥିରେ  ୧୧୯.୭୪ ମେଟ୍ରିକ୍‌  ଟନ୍‌ ଓଦା ଆବର୍ଜନା ତଥା ଜୈବ ଆବର୍ଜନା ଥିବାବେଳେ  ୧୧୪.୫୧ ମେଟ୍ରିକ୍‌ ଟନ୍‌ ହେଉଛି ଶୁଖିଲା  ଅଳିଆ । ତେବେ ସିଏମ୍‌ସିରୁ ବର୍ତ୍ତମାନ  ବାହାରୁଥିବା ୨୩୪ ମେଟ୍ରିକ୍‌ ଟନ୍‌ରୁ ୧୫୦  ମେଟ୍ରିକ୍‌ ଟନ୍‌ ଆବର୍ଜନାକୁ ପ୍ରକ୍ରିୟାକରଣ  କରାଯାଉଥିଲାବେଳେ ଏବେ ଦୈନିକ  ୮୪.୨୫ ମେଟ୍ରିକ୍‌  ଟନ୍‌ ଆବର୍ଜନା  ଚକ୍ରଧରପୁରରେ ଯାଇ  ଗଦା ହେଉଛି । ଏହା  ମଧ୍ୟରେ ସହରରେ ଥିବା  ଏମ୍‌ସିସି ଓ ଏମ୍‌ଆର୍‌ଏଫ୍‌  ବନ୍ଦ ହେବା ପରିସ୍ଥିତିରେ । ତେଣୁ ସହରରେ ନିର୍ଗତ  ହେଉଥିବା ଆବର୍ଜନା  ପରିମାଣ ଦିନକୁ ଦିନ ବଢୁଥିଲାବେଳେ  ଏହାକୁ ନଷ୍ଟ କରିବା ପାଇଁ ସିଏମ୍‌ସି ପାଇଁ ବଡ  ଚିନ୍ତାର ବିଷୟ ପାଲଟିଛି । ଏଭଳି ସ୍ଥିତିରେ  ସିଏମ୍‌ସି ଦ୍ୱାରା ଜୈବ ଆବର୍ଜନାରୁ ଇନ୍ଧନ  ଗ୍ୟାସ୍‌ ଉତ୍ପାଦନ ପାଇଁ ଯୋଜନା କରାଯାଇଛି । 

 ଏଥିପାଇଁ ୩୦ କୋଟି ବ୍ୟୟରେ ଜଗତପୁର  ଅଞ୍ଚଳରେ ବାୟୋ ମିଥାନେସନ୍‌ ପ୍ଲାଣ୍ଟ୍‌ ତିଆରି  ହେବ । ସେଠାରେ ପ୍ରଥମ ପର୍ଯ୍ୟାୟରେ  ମିଥେନ୍‌ ଗ୍ୟାସ୍‌କୁ ରନ୍ଧନ କ୍ଷେତ୍ରରେ  ବ୍ୟବହାର କରାଯିବ । ତାହାପରେ ପାୱାର୍‌  ପ୍ଲାଣ୍ଟ୍‌ ସ୍ଥାପନ କରାଯାଇ ସେଥିରୁ ବିଦ୍ୟୁତ୍‌ ଶକ୍ତି  ଉତ୍ପନ କରାଯିବ ବୋଲି ସିଏମ୍‌ସି କର୍ତ୍ତୃପକ୍ଷ  ଯୋଜନା କରିଛନ୍ତି । ଯାହା ସିଏମ୍‌ସିର  ରାଜସ୍ୱ ବୃଦ୍ଧି କରିବା ସହିତ ସାଧାରଣ  ଲୋକଙ୍କ ପାଇଁ ଲାଭଦାୟକ ମଧ୍ୟ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.