ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

କ‘ଣ ଚନ୍ଦ୍ରକୁ ବି ଦଖଲ କରିବାକୁ ଯୋଜନା କରୁଛି କି ଚୀନ୍ ? ମୁନ୍‌ର ଡିଟେଲ୍ ମ୍ୟାପ୍ ତିଆରି କଲା ଡ୍ରାଗନ୍

ନୂଆଦିଲ୍ଲୀ,୩୦।୪: ଚନ୍ଦ୍ରର ସବୁଠାରୁ ଡିଟେଲ୍ ଆଟଲାସ୍ ତିଆରି କରିଛି ଚୀନ୍। ସାଧାରଣ ଭାଷାରେ ଯଦି କହିବା ତେବେ ନକସା। ଏହା ହେଉଛି ଭୌଗଳିକ ଆଟଲାସ୍, ଯେଉଁଥିରେ ଚନ୍ଦ୍ର ପୃଷ୍ଠରେ ଥିବା ସବୁ ଜିନିଷ ଅତି ସହଜରେ ଦେଖିବାକୁ ମିଳିଛି। ଏହି ଆଟଲାସ୍‌ରେ ଚନ୍ଦ୍ର ପୃଷ୍ଠରେ ଥିବା ସବ ଇମ୍ପାକ୍ଟ କ୍ରେଟର୍ସକୁ ଦେଖାଯାଇଛି। ଅର୍ଥାତ ସେହି ଖାଲ ଯାହାକି ଉଲକାପିଣ୍ଡ ସହ ମାଡ଼ ହେବା କାରଣରୁ ତିଆରି ହୋଇଛି।

ଚାଇନିଜ୍‌ ଏକାଡେମୀ ଅଫ୍ ସାଇନ୍ସର ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓକେମେଷ୍ଟ୍ରିର ସିନିୟର ରିସର୍ଚ୍ଚର ଲିୟୁ ଜିୟାନଝଙ୍ଗ କହିଛନ୍ତି, ଯେତେବେଳେ ଆପଣ ଏହି ନକ୍ସାକୁ ଦେଖନ୍ତି, ତେବେ ଏଥିରେ ଆପଣଙ୍କୁ ସେଥିରେ ଥିବା ଖାଲ ନିଜ ଆଡକୁ ଟାଣିନେବ। ଏହା ପ୍ରଶ୍ନ ସୃଷ୍ଟି କରୁଛି ଯେ, ଏହି ଛୋଟ ଛୋଟ ଖାଲ ଇମ୍ପାକ୍ଟ କ୍ରେଟର୍ସ ଅଟେ, ଯାହାକି ଉଲକାପିଣ୍ଡ ସହ ମାଡ ହେବା କାରଣରୁ ଚନ୍ଦ୍ର ପୃଷ୍ଠରେ ହୋଇଛି। ଏହା ଲଗାତାର ତିଆରି ହେବାରେ ଲାଗିଛି। ଲିୟୁ କହିଛନ୍ତି, ଏହି ନକ୍ସାରେ ପ୍ରତ୍ୟେକ ଖାଲକୁ କଭର କରାଯାଇଛି। ଏଥିରେ ସବୁଠାରୁ ବଡ ଇମ୍ପାକ୍ଟ କ୍ରେଟର ତ ପୁରା ବୋସିନ୍ ଅଟେ। ଯାହାକୁ ଇମ୍ପାକ୍ଟ ବୋସିନ୍ କୁହାଯାଏ। ଏହାର ବ୍ୟାସ ୨୦୦ କିଲୋମିଟର। ପ୍ରତି ଖାଲରକୁ ଏହାର ବୟସ ହିସାବରେ ଅଲଗା ଅଲଗା ରଙ୍ଗରେ ବଣ୍ଟା ଯାଇଛି। ଏଥିରେ ଥିବା ବାଇଗେଣୀ ରଙ୍ଗ ସବୁଠାରୁ ପୁରୁଣା ଇମ୍ପାକ୍ଟ କ୍ରେଟର୍ସ।

ଚୀନ୍ ବୈଜ୍ଞାନିକ ଓ ଫଟୋଗ୍ରାଫର ଅର୍ଥାତ ସେହି ଲୋକ ଯେଉଁମାନେ ସାଟେଲାଇଟ୍ ଇମେଜ୍ରୁ ନକ୍ସା ତିଆରି କରନ୍ତି, ଏହି ଲୋକମାନେ ୨୦୧୨ ରେ ଏହି ନକ୍ସା ଓ ଆଟଲାସ୍‌କୁ ତିଆରି କରିବା ଆରମ୍ଭ କରିଦେଇଥିଲେ। ଚୀନ୍ର ଚାଙ୍ଗଇ-୧ ଓ ଚାଙ୍ଗଇ-୨ କାରଣରୁ ବହୁ ଫଟୋ ଦେଖିବାକୁ ମିଳିଛି। ଏହାଉଡା ତାଙ୍କ ଅର୍ବିଟର ଲଗାତାର ଚନ୍ଦ୍ରର ଫଟୋ ନେବାରେ ଲାଗିଛି। ୨୦୧୩ ଓ ୨୦୧୯ ରେ ଚାଙ୍ଗଇ-୩ ଓ ୪ ପଠାଯାଇଛି। ୪ଟି ଲୁନାର ମିସନ୍ ଦ୍ବାରା ଚୀନ୍‌କୁ ଚନ୍ଦ୍ରର ପ୍ରତି ଆଙ୍ଗେଲରୁ ଫଟୋ ମିଳିଛି, ଯାହାକୁ ମିଶାଇ ଏହି ବିଶାଳକାୟ ଓ ସବୁଠାରୁ ଡିଟେଲ୍‌ ନକ୍ସା ତିଆରି କରାଯାଇଛି। ଚାଙ୍ଗଇ-୫ ନା ତ ଚନ୍ଦର ନିୟର ସାଇଡ୍ ଅର୍ଥାତ ସେହି ଅଂଶ ଯାହା ଆମକୁ ଦେଖାଯାଏ, ସେଠାରୁ ୨୦୨୦ ରେ ସାମ୍ପଲ ମଧ୍ୟ ଜମା କରାଯାଇଥିଲା। ଏହି ସାମ୍ପଲ ଏବେ ପୃଥିବୀକୁ ଫେରି ଆସିଛି। ବୈଜ୍ଞାନିକମାନେ ଏହାର ଅଲଗା ଭାବରେ ଷ୍ଟଡି କରୁଛନ୍ତି। ଚୀନ୍ ବର୍ତ୍ତମାନ ପ୍ରସ୍ତୁତି କରୁଛି ଚଳିତ ମଇ ମାସରେ ଚାଙ୍ଗଇ-୬ ଲୁନର ମିଶନ୍ ପଠାଇବ। ଏହା ମଧ୍ୟ ସାମ୍ପଲ ରିଟର୍ଣ୍ଣ ମିସନ୍ ହେବ। ଚୀନ୍‌ର ପ୍ରସିଦ୍ଧ ଲୁନର ସାଇଣ୍ଟିଷ୍ଟ ଓୟୁୟାଙ୍ଗ ଜିୟୁଆନ୍ କହିଛନ୍ତି ଚନ୍ଦ୍ରର ଏହି ଆଟଲାସ୍‌ ଚନ୍ଦ୍ରର ସବୁ ସୂଚନା ଦେଇଥାଏ। ମାନବ ଇତିହାସରେ ଚନ୍ଦ୍ରର ଏତେ ଡିଟେଲ୍ସ ନକ୍ସା କେବେ ବି ତିଆରି ହୋଇନି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.