ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ ଦେଲେ ପରାମର୍ଶ

Published By : Prameya | February 27, 2025 11:21 PM

ଭୁବନେଶ୍ୱର,୨୭।୨ ;  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା (୨୦୨୪-୨୫) ସମୁଦାୟ ଖର୍ଚ୍ଚ ପରିମାଣ ଅନ୍ୟୁନ ୮୫ ପ୍ରତିଶତ କରିବାକୁ ପରାମର୍ଶ ଦେଇଛନ୍ତି । ୨୦୨୩-୨୪  ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ପରିମାଣ ମୋଟ ବଜେଟର ୮୧ ପ୍ରତିଶତ ଥିଲା ।      

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ନିର୍ବାଚନ, ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣ ଏବଂ ସଂପୂର୍ଣ୍ଣ ବଜେଟ ସେପ୍ଟେମ୍ୱର ମାସରେ ହୋଇଥିବାରୁ ଖର୍ଚ୍ଚ ହେବାରେ ସମସ୍ୟା ରହିଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗର ଖର୍ଚ୍ଚ ପରିମାଣ ସନ୍ତୋଷଜନକ ରହିଛି । ତେବେ ଆଉ ଯେଉଁ ଗୋଟିଏ ମାସ ସମୟ ରହିଲା, ତାକୁ ସଂପୂର୍ଣ୍ଣ ଉପଯୋଗ କରି ବଜେଟର ଅନ୍ୟୁନ 85 ପ୍ରତିଶତ ଖର୍ଚ୍ଚ କରିବାକୁ ସେ କହିଥିଲେ। 

ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଭାଗୀୟ ମନ୍ତ୍ରୀ ମାନେ ଯେଉଁସବୁ ଖର୍ଚ୍ଚ ପ୍ରସ୍ତାବ ଅଛି, ତାକୁ ତୁରନ୍ତ ଅନୁଧ୍ୟାନ କରି ଆବଶ୍ୟକ ଅନୁମୋଦନ କରିବା ଉଚିତ । ବିଭିନ୍ନ କଲ୍ୟାଣ ଯୋଜନାରେ ଯେଉଁସବୁ ଦେୟ ପ୍ରଦାନ ବାକି ରହିଛି, ସେଗୁଡିକୁ ମଧ୍ୟ ନିୟମାନୁଯାୟୀ ତୁରନ୍ତ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାର୍ଯ୍ୟକ୍ରମ ବ୍ୟୟ (Programme Expenditure) ଓ ପୁଞ୍ଜି ବ୍ୟୟ   (Capital Expenditure)  ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ରୋଜଗାର ସୃଷ୍ଟି ହୁଏ ଓ ଅଭିବୃଦ୍ଧିରେ ଉନ୍ନତି ଆସେ। ଓଡିଶା ନିଜ ଘରୋଇ ଉତ୍ପାଦ (GSDP)ର ୬.୧  ପ୍ରତିଶତ ପୁଞ୍ଜି ବ୍ୟୟ ବରାଦ କରିଛି । ସାରା ଦେଶରେ ଏହା ସବୁଠାରୁ ଅଧିକ।  ଆମର ଲକ୍ଷ୍ୟ ହେଉଛି, କୃଷିଭିତ୍ତିକ ଅର୍ଥନୀତି ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବା। ଏଥିପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ।

ତେଣୁ ଏ କ୍ଷେତ୍ରରେ ମଧ୍ୟ ବ୍ୟାପକ ବିନିଯୋଗ ହେବା ଜରୁରୀ। ଲୋକଙ୍କ ସରକାର, ଲୋକଙ୍କ ବଜେଟ ପ୍ରସ୍ତୁତ କରିଛି । ଏସବୁ ଲୋକଙ୍କ ପାଇଁ ଯେପରି ଖର୍ଚ୍ଚ ହେବ, ସେଥିପାଇଁ ପ୍ରଶାସନ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।        ବୈଠକରୁ ଜଣାଯାଇଥିଲା ଯେ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ, ସ୍ୱାସ୍ଥ୍ୟ, ଜଳସଂପଦ, ପୂର୍ତ୍ତ, ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ ବିଭାଗ, ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ଆଦି ବିଭାଗ ଗୁଡିକର ଖର୍ଚ୍ଚ ଅପେକ୍ଷାକୃତ ଭଲ ରହିଛି । ଅନ୍ୟ ବିଭାଗ ଗୁଡିକ ମଧ୍ୟ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି   ଓ ଜାତି  ଉନ୍ନୟନ ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ,  ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବ ମାନେ ଉପସ୍ଥିତ ଥିଲେ । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ବିଭିନ୍ନ ବିଭାଗର ଖର୍ଚ୍ଚ ସଂପର୍କରେ ଉପସ୍ଥାପନା ରଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.