ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବଜେଟ୍ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ଅଷ୍ଟମ ବେତନ କମିଶନକୁ କ୍ୟାବିନେଟ୍‌ ମଞ୍ଜୁରୀ

Published By : Harapriya Biswal | January 16, 2025 3:53 PM

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର। ୮ ମ ବେତନ କମିଶନକୁ ମଞ୍ଜୁରୀ ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍। ଫଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନଶନଧାରୀ ପାଇବେ ଏହାର ଲାଭ। ଏଥିପାଇଁ ସରକାର ଖୁବ୍ ଶୀଘ୍ର ଏକ କମିଟି ଗଠନ କରିବେ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର କର୍ମଚାରୀ ସଂଗଠନ ଏଥିପାଇଁ କ୍ୟାବିନେଟ ସଚିବଙ୍କୁ ଭେଟି ଅଷ୍ଟମ ବେତନ କମିଶନ ଗଠନ କରିବାକୁ ଲଗାତାର ଦାବି କରୁଥିଲେ। 

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି, ଯେତେବେଳେ କେନ୍ଦ୍ରୀୟ କର୍ମଚାରୀ ଓ ପେନଶନରଙ୍କ ମହଙ୍ଗା ଭତ୍ତା ବଢାଇ ୫୩% କରି ଦିଆଯାଇଛି। କେନ୍ଦ୍ର କର୍ମଚାରୀ ଓ ପେନଶନର ଦୀର୍ଘ ସମୟ ଧରି ଏଭଳି ଆଶ୍ବସ୍ଥି ପାଇବା ନେଇ ଆଶା କରିଥିଲେ। ତେବେ ଏପର୍ଯ୍ୟନ୍ତ ସଂସଦରେ ଯେତେବେଳେ ଏ ସମ୍ପର୍କରେ ପ୍ରଶ୍ନ ପଚରାଯାଉଥିଲା, ସରକାର ଏଭଳି କୌଣସି ପ୍ରପୋଜାଲ ଆସି ନାହିଁ ବୋଲି କହୁଥିଲେ। କିନ୍ତୁ ହଠାତ ସରକାର ଏହି ଉପହାର କେନ୍ଦ୍ର କର୍ମଚାରୀଙ୍କୁ ଦେବାର ରାସ୍ତା ସଫା କରିଦେଇଛନ୍ତି।ଏଭଳି ସ୍ଥିତିରେ ଆଶା କରାଯାଉଛି କେନ୍ଦ୍ର ସରକାର ୧ ଜାନୁଆରୀ ୨୦୨୬ ରୁ ଅଷ୍ଟମ ବେତନ କମିଶନ ଲାଗୁ କରିଦେବେ। ଏହାଦ୍ବାରା ସର୍ବନିମ୍ନ ବେତନ ଓ ପେନଶନରେ ବଡ଼ ଧରଣର ପରିବର୍ତ୍ତନ ହେବାର ଆଶା ରହିଛି।

ବେତନ କମିଶନ୍‌ ସମ୍ପର୍କିତ ଇତିହାସ ଉପରେ ଯଦି ନଜର ପକାଇବା ତେବେ ଏହା ପ୍ରତି ୧୦ ବର୍ଷରେ ବଦଳିଥାଏ। ସପ୍ତମ ବେତନ କମିଶନ୍ ପୂର୍ବରୁ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ କମିଶନର କାର୍ଯ୍ୟାକାଳ ସମାନ ରୂପରେ ୧୦ ବର୍ଷ ଥିଲା। କିନ୍ତୁ ଏଭଳି ଜରୁରୀ ନୁହେଁ। ଯଦି ବର୍ତ୍ତମାନ ସପ୍ତମ ବେତନ କମିଶନ କଥା ହେବା ତେବେ, ଏହାକୁ ୨୦୧୬ ‌ରେ ଲାଗୁ କଯାଇଥିଲା। ଡିସେମ୍ବର ୨୦୨୫ ରେ ଏହା ୧୦ ବର୍ଷ ପୂରଣ କରିଥାନ୍ତା, କିନ୍ତୁ ଏହା ପୂର୍ବରୁ ସରକାର ବଡ଼  ଘୋଷଣା କରିଛନ୍ତି। ଅଷ୍ଟମ ବେତନ କମିଶନ ଲାଗୁ ହେବାପରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ବମ୍ପର ବୃଦ୍ଧି ହେବ। ରିପୋର୍ଟ ଅନୁସାରେ, ଫିଟମେଣ୍ଟ ଫାକ୍ଟର ଅତି କମ୍‌ରେ ୨.୮୬ ଧାର୍ଯ୍ୟ କରାଯାଇପାରେ। ଯଦି ଏଭଳି ହୁଏ ତେବେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍‌ ସାଲାରୀ ସେହି ହିସାବରେ ବୃଦ୍ଧି ଦେଖିବାକୁ ମିଳିବ। ଏହା ୫୧,୪୮୦ ହୋଇପାରେ। ଉଲ୍ଲେଖନୀୟ ଯେ, ବର୍ତ୍ତମାନ ମନିମମ୍ ବେସିକ୍ ସାଲାରୀ ୧୮୦୦୦ ଟଙ୍କା ରହିଛି। ଏହା ସହ ସେ ହିସାବରେ ପେନଶନରଙ୍କୁ ମଧ୍ୟ ଲାଭ ମିଳିବ। ତାଙ୍କର ସର୍ବନିମ୍ନ ପେନଶନ୍ ବର୍ତ୍ତମାନ ୯୦୦୦ ଟଙ୍କା ରହିଛି, ତାହା ବଢିକି ୨୫,୭୪୦ ଟଙ୍କା ହୋଇଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.