ନୂଆଦିଲ୍ଲୀ୦୮/୦୯: କେନ୍ଦ୍ର ସରକାର ବରିଷ୍ଠ ଆଇଏଏସ୍ ଅଫିସର ତୁହିନ କାନ୍ତ ପାଣ୍ଡେଙ୍କୁ ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ପାଣ୍ଡେଙ୍କ ନାମକୁ ଅନୁମୋଦନ କରାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଟି.ଭି ସୋମନାଥନଙ୍କ ସ୍ଥାନରେ ପାଣ୍ଡେଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ସୋମନାଥନଙ୍କୁ ଗତମାସରେ ରାଜୀବ ଗୌବାଙ୍କ ସ୍ଥାନରେ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ପାଣ୍ଡେ ଏବେ ଡିଆଇପିଏଏମ୍ (ଡିପାର୍ଟମେଣ୍ଟ ଅଫ୍ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ) ର ସଚିବ ଅଛନ୍ତି । ୨୦୧୯ ଅକ୍ଟୋବରରେ ସେ ଏହି ପଦରେ ନିଯୁକ୍ତ ହୋଇଥିଲେ ।
ମୋଦୀ କଂଗ୍ରେସକୁ ‘ଅର୍ବାନ ନକ୍ସଲ’ କହୁଛନ୍ତି, ତାଙ୍କ...