ପ୍ରମୂଖ ଖବର
  • ବରଗଡ ଧନୁଯାତ୍ରା ପାଇଁ ବଢ଼ିଲା ଅନୁଦାନ ରାଶି, ମିଳିବ ଏକ କୋଟି ଟଙ୍କା
  • ||
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

ଜାନୁଆରୀ ୩ରୁ ୟୁଜିସି ନେଟ୍‌, ସିବିଟି ମୋଡ୍‌ରେ ପରୀକ୍ଷା ଦେବେ ପ୍ରାର୍ଥୀ

Published By : Prameya | December 28, 2024 8:15 AM

ଭୁବନେଶ୍ୱର,୨୮/୧୨ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୬ ତାରିଖ ଯାଏ ଚାଲିବ । ୮୫ଟି ବିଷୟରେ ଏହି ପରୀକ୍ଷା ହେବ । କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ଏହି ପରୀକ୍ଷା ହେବ । ୨ଟି ସିଫ୍ଟରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଜାନୁଆରୀ ୩ରେ ପବ୍ଲିକ ଆଡମିନିଷ୍ଟ୍ରେସନ୍‌, ଶିକ୍ଷା, ଅର୍ଥନୀତି, ଗ୍ରାମାଞ୍ଚଳ ଅର୍ଥନୀତି, ସମବାୟ, ଆପ୍ଲାଏଡ୍‌ ଅର୍ଥନୀତି, ବିକଶିତ ଅର୍ଥନୀତି, ବ୍ୟବସାୟ ଅର୍ଥନୀତି ପ୍ରମୁଖ ରହିଛି । ୬ରେ କମ୍ପ୍ୟୁଟର ସାଇନ୍ସ, ରାଜନୀତି ବିଜ୍ଞାନ । ୭ରେ ବାଣିଜ୍ୟ ଓ ଇଂରାଜୀ । ୮ରେ ହିନ୍ଦୀ, ଯୋଗ, ସୋସିଆଲ୍‌ ୱାର୍କ, ସାନ୍ତାଳୀ, ୯ରେ ଓଡ଼ିଆ, ମ୍ୟାନେଜ୍‌ମେଣ୍ଟ, ଶାରିରୀକ ଶିକ୍ଷା, ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ଯ୍ୟୟ, ୧୦ରେ ଇତିହାସ, ମନସ୍ତତ୍ୱ ବିଜ୍ଞାନ, ପପୁଲେସନ୍‌ ଷ୍ଟଡିଜ୍‌ ପରୀକ୍ଷା ଅଛି । ସେହିପରି ୧୫ରେ ସଂସ୍କୃତ, ସାମ୍ବାଦିକତା ଓ ଗଣଯୋଗାଯୋଗ, ପରିବେଶ ବିଜ୍ଞାନ ପରୀକ୍ଷା ହେବ । ୧୬ରେ ସାମାଜିକ ବିଜ୍ଞାନ, ଦର୍ଶନଶାସ୍ତ୍ର ପରୀକ୍ଷା ହେବ । ଏନେଇ ସମସ୍ତ ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www. ugcnet. nta.ac.in ରେ ରହିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.