ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

କ୍ଷମତାକୁ ଫେରିବ ଏନ୍‌ଡିଏ ନା ମଜବୁତ ହେବ ଇଣ୍ଡି ମେଣ୍ଟ? ୭ଟି ରାଜ୍ୟର ୧୩ଟି ଆସନରେ ଭୋଟଗଣତି ଆରମ୍ଭ

Published By : Prameya | July 13, 2024 10:57 AM

Image source: Jansatta

ନୂଆଦିଲ୍ଲୀ,୧୩/୦୭: ଲୋକସଭା ନିର୍ବାଚନ ପରେ ଦେଶ ଆଉ ଏକ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି। ଶନିବାର ୭ ଟି ରାଜ୍ୟର ୧୩ ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ପୁଣିଥରେ ଏନଡିଏ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ ଦୃଢ଼ ପ୍ରତିଯୋଗିତା ହୋଇଛି, ଅନେକ ଆସନରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଛି।

ବର୍ତ୍ତମାନ ଏହି ଲୋକସଭା ନିର୍ବାଚନରେ ଅନେକ ପ୍ରାର୍ଥୀ ଏପରି ରହିଛନ୍ତି, ଯେଉଁମାନେ ପୂର୍ବରୁ ବିଧାୟକ ଥିଲେ କିନ୍ତୁ ପଦ ଛାଡି ସାଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି କାରଣରୁ ସେହି ଆସନଗୁଡ଼ିକର ବିଧାନସଭା ପଦବୀ ଖାଲି ପଡିଥିଲା। କେତେକ ଆସନରେ ବିଧାୟକଙ୍କର ମୃତ୍ୟୂ ଯୋଗୁ ଉପନିର୍ବାଚନ ମଧ୍ୟ କରାଯାଇଥିଲା। ତେବେ ଜୁଲାଇ ୧୦ ରେ ଏହି ୧୩ ଟି ବିଧାନସଭା ଆସନରେ ଭୋଟ୍ ଶେଷ ହୋଇଛି। ଶନିବାର ଏହି ସବୁ ୧୩ ଟି ଆସନର ଫଳାଫଳ ଆସିବାକୁ ଯାଉଛି।

କେଉଁ ରାଜ୍ୟରେ ହୋଇଥିଲେ ଭୋଟ:

ସୂଚନାଥାଉକି, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରାଖଣ୍ଡରେଦୁଇଟି, ଉତ୍ତରପ୍ରଦେଶରେ ଦୁଇଟି, ପଞ୍ଜାବରେ ଗୋଟିଏ, ପଶ୍ଚିମବଙ୍ଗରେ ଚାରୋଟି, ତାମିଲନାଡୁରେ ଏବଂ ହିମାଚଳ ପ୍ରଦେଶରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜୁନ୍ ୧୪ ରେ ପ୍ରକାଶ କରାଯାଇଥିଲା। ଏଥର ବିହାରର ରୁପାଲି ଆସନ, ପଶ୍ଚିମବଙ୍ଗର ରାଇଗଞ୍ଜ, ରାଣାଗତ ଦକ୍ଷିଣ, ବାଗଦାହ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ତାମିଲନାଡୁର ବିକ୍ରବନ୍ଦୀ, ମଧ୍ୟପ୍ରଦେଶର ଅମରାବଡା, ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ମାଙ୍ଗାଲୋର, ପଞ୍ଜାବର ଜଳନ୍ଧର ପଶ୍ଚିମ, ହିମାଚଳର ଦେହରା, ହମିରପୁର ଏବଂ ନାଲାଗଡ ଆସନରେ ମତଦାନ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.