ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ : ଅଭିଭାଷଣ ରଖିଲେ ରାଜ୍ୟପାଳ, କହିଲେ '୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ରହିବ ପ୍ରମୁଖ ଭୂମିକା'

Published By : Prameya | February 13, 2025 11:10 AM

ଭୁବନେଶ୍ଵର, ୧୩/୦୨ : ଆସନ୍ତା ୫ ବର୍ଷ ଭିତରେ ରାଜ୍ୟରେ ପୂରଣ ହେବ ଦେଢ ଲକ୍ଷ ସରକାରୀ ଚାକିରି। ୨୦୨୭ ସୁଦ୍ଧା ୨୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ଚାଲିବ ୪୦୦ ଇ-ବସ୍। ୨୦୪୭ ସୁଦ୍ଧା ବିକଶିତ ଭାରତରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଓଡ଼ିଶା। ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନରେ ଏଭଳି ବଡ଼ ଘୋଷଣା କରିଛନ୍ତି ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି। 

ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଜୟ ଜଗନ୍ନାଥ କହି ଗୃହରେ ନୂଆ ରାଜ୍ୟପାଳ ତାଙ୍କର ପ୍ରଥମ ଅଭିଭାଷଣ ରଖିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ଖଣିଜ ସମ୍ପଦରେ ଭରପୂର ଓଡ଼ିଶା। ନିଜର ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା। ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ଆମ ସରକାରଙ୍କ ମୁଖ୍ୟ ଫୋକସ୍। ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି। ୩୧୦୦ ଟଙ୍କାରେ ଧାନ କିଣା ଆରମ୍ଭ ହୋଇଛି। ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବାକୁ ସରକାର କାମ କରୁଛନ୍ତି। ଓଡ଼ିଶାରେ ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯାଇଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୨.୮୯ ଲକ୍ଷ କୋଟିର ଏମଓୟୁ ହୋଇଛି। ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। 

୨୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ 

ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହୋଇଛନ୍ତି। ମୋ ସରକାର ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। ଭିଜନ ୨୦୩୬ ପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ଵ ପରାମର୍ଶ ଆସିଛି। ୪୬ ଲକ୍ଷ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ୨୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୪-୨୫ରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏଥିପାଇଁ ତାଲିମ ଦିଆଯିବ। ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ୪୦୦ ଇ-ବସ୍ ଚାଲିବ। 

୫ ବର୍ଷ ଭିତରେ ଦେଢ ଲକ୍ଷ ସରକାରୀ ଚାକିରି

୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ଦିଆଯିବ। ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇ ସାରିଛି। 

୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶା ନେବ ପ୍ରମୁଖ ଭୂମିକା

ଆମ କ୍ରୀଡ଼ାବିତ୍ କ୍ରୀଡ଼ା କ୍ଷେତ୍ରରେ ଅନେକ ସଫଳତା ଆଣିଛନ୍ତି। ପିଏମ୍ ଆବାସ ଯୋଜନାରେ ସରକାର ଘର ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ୨୦୨୬ ସୁଦ୍ଧା ନଳ ଯୋଗେ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୧୫ ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କରାଯିବ। ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯିବ। ଓଡ଼ିଶାରେ ଏବେ ବିଜୁଳି ବଳକା ରହିଛି, ଆଗାମୀ ବର୍ଷରେ ବଳକା ରହିବ। ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ପରିବର୍ତ୍ତନକୁ ବାଛିଲେ। ମାତ୍ର ୮ ମାସରେ ମୋ ସରକାର ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ ବୋଲି ରାଜ୍ୟପାଳ କହିଛନ୍ତି।

ଗୁରୁବାର ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ପରିସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି। ଏହାପରେ ରାଜ୍ୟପାଳ ବିଧାନସଭା ଗୃହରେ ଅଭିଭାଷଣ ରଖିଛନ୍ତି। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.