ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ୟାମିଙ୍କୁ ଚର୍ମରୋଗ, କେରାଟୋସିସ ପିଲାରିସରେ ଅଛନ୍ତି ପୀଡିତ

Published By : Harapriya Sethi | July 10, 2024 11:03 AM

ମୁମ୍ବାଇ: ବିଗତ ଦିନରେ ଆର୍ଟିକିଲ ୩୭୦ ନାମକ ଏକ ଫିଲ୍ମ ଖବ୍ ଚର୍ଚ୍ଚାରେ ରହିଥିଲା ।  ଅଭିନେତ୍ରୀ ୟାମି ଗୌତମ ଥିଲେ ନାୟିକା । ବର୍ତମାନ ୟାମି କେରାଟୋସିସ ପିଲାରିସ ନାମକ ଏକ ରୋଗରେ ପୀଡିତ । ସେ କିଛି ସମୟ ପୂର୍ବରୁ ଏହି ସୂଚନା ଦେଇଥିଲେ । ଏହା ଏକ ଚର୍ମ ସମସ୍ୟା, ଯାହା ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିଥାଏ କିମ୍ବା ଆଦୌ ଆରୋଗ୍ୟ ହୋଇନପାରେ ।  କିଛି ସମୟ ପୂର୍ବରୁ, ତାଙ୍କର ଚର୍ମ ସମସ୍ୟା ଫଟୋ ଏଡିଟିଂ ମାଧ୍ୟମରେ ଲୁଚି ଯାଉଥିଲା । ପରେ ସେ ସ୍ଥିର କଲେ ଯେ ସେ ଏହି ସମସ୍ୟାକୁ ଲୁଚାଇବେ ନାହିଁ । 

କିରାଟୋସିସ ପିଲାରିସ ରୋଗର ସମସ୍ୟାଗୁଡିକ କ’ଣ?

ଚର୍ମ ରୋଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ, କେଶରେ କିମ୍ବା ଚର୍ମର ଫୋଲିକଲ୍ସରେ କେରାଟିନ ନାମକ ଏକ ପ୍ରୋଟିନ ସୃଷ୍ଟି ହେତୁ କିରାଟୋସିସ୍ ପିଲାରିସ୍ ହୋଇଥାଏ । ଏହି କାରଣରୁ, କେରାଟିନର ସର୍ବୋଚ୍ଚ ସ୍ତର ନଷ୍ଟ ହୋଇଯାଏ, ଯାହାର ପ୍ରଭାବ ଚର୍ମ ଉପରେ ସ୍ପଷ୍ଟ ଦେଖାଯାଏ । ଏହି ସମସ୍ୟାରେ ଚର୍ମ ରୁଖ୍ୟ ହୋଇଯାଏ, ଦାଗ ଏବଂ ଛୋଟ ପିମ୍ପଲ୍ ଏହା ଉପରେ ଦେଖାଯାଏ । ଏହାର ରଙ୍ଗ ଲାଲ ହୋଇପାରେ । ଗାଲ, ହାତର ଉପର ଭାଗ କିମ୍ବା ଜଙ୍ଘରେ ଏହା ହୋଇଥାଏ ।  

କେରାଟୋସିସ ପିଲାରିସ କେତେ ଗମ୍ଭୀର?

ବିଶେଷଜ୍ଞମାନେ କହିଛନ୍ତି ଯେ କେରାଟୋସିସ ପିଲାରିସ ଏକ ଗୁରୁତର ରୋଗ ନୁହେଁ । ଏହା ଅନ୍ୟ କୌଁଣସି ଚର୍ମ ଜାତୀୟ ରୋଗକୁ ବଢାଇନଥାଏ । ଉପଯୁକ୍ତ ଚିକିତ୍ସା ସହିତ ଏହାର ଉପଚାର କରାଯାଇପାରିବ । କିରାଟୋସିସ୍ ପିଲାରାଇସର ଲକ୍ଷଣ |

ଆପଣାନ୍ତୁ ଏହି ପ୍ରତିକାର- 

୧. ଉଷୁମ ପାଣିରେ ସ୍ନାନ କରିବା ଉତିତ।

୨. ଅଧିକ ସମୟ ସ୍ନାନ କରିବା ଠାରୁ ଦୂରେଇ ରୁହନ୍ତୁ ।

୩. ଗାଧୋଇବା ସମୟରେ ଲୁଫା କିମ୍ବା ପ୍ୟୁମିସ୍ ପଥର ସାହାଯ୍ୟରେ ଶରୀରକୁ ଧୀରେ ଧୀରେ ସଫା କରନ୍ତୁ।

୪. ଗାଧୋଇବା ପରେ ଚର୍ମକୁ ମଶ୍ଚରାଇଜ୍ କରନ୍ତୁ ।

 ୫. ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ । ଏହା ଦ୍ୱାରା କୁଣ୍ଡେଇ ହେବା ଏବଂ ଘା ଇତ୍ୟାଦି ହୋଇପାରେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.