ପ୍ରମୂଖ ଖବର
  • ମୋହନା : ମୁଡୁମୁଡ଼ିଆ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ
  • ||
  • ସମ୍ୱଲପୁର : ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା
  • ||
  • ବୌଦ୍ଧ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଓ ଡମ୍ପ ଠାବ
  • ||
  • ବର୍ଡର-ଗାଭାସ୍କର ଟ୍ରଫି; ପେସ୍ ବୋଲରଙ୍କ ଧମାଲ, ୧୦୪ରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୧୪କୁ ବୃଦ୍ଧି, ୪ ଅଟକ
  • ||
  • ଝାରସୁଗୁଡ଼ା : ରିୟାନ ପଲିଟେକ୍ନିକ ଇଣ୍ଡଷ୍ଟ୍ରିଜରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ
  • ||
  • ପ୍ରଥମାଷ୍ଟମୀ: ଏଣ୍ଡୁରୀ ପିଠାରେ ମହକୁଛି ଘର, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର କରିଛନ୍ତି ପରିଧାନ
  • ||
  • ଶନିବାର ସୃଷ୍ଟି ହେବ ଲଘୁଚାପ,ସୋମବାର ଅବପାତ ରୂପ ନେବ: ୨୮ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଗଣତି: ୪୮ ବିଧାନସଭା, ୨ ଲୋକସଭା ଉପନିର୍ବାଚନର ଆସିବ ରେଜଲ୍ଟ
  • ||

କାରଖାନା ପରିସରରୁ ନିଖୋଜ ଠିକା ଶ୍ରମିକଙ୍କ ମୃତଦେହ ଉଦ୍ଧାର, କ୍ଷତି ପୂରଣ ଦେବାକୁ ଗ୍ରାମବାସୀଙ୍କ ଦାବି

ଯାଜପୁର,୦୨/୧୧: ନୀଳାଚଳ ଇସ୍ପାତ ନିଗମ କାରଖାନାରୁ ଠିକା ଶ୍ରମିକ ନିଖୋଜ ହେବା ଘଟଣା । କାରଖାନା ପରିସରରୁ ନିଖୋଜ ଠିକା ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତକ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଣ୍ଡବନ୍ଧ ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ନିଳାଚଳ ଇସ୍ପାତ ନିଗମ କାରଖାନାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଅକ୍ଟୋବର ୩୦ ତାରିଖ ଅର୍ଥାତ ବୁଧବାର ସକାଳୁ ସିଲୁ ଘରୁ ବାହାରି କାରଖାନାକୁ ଡ୍ୟୁଟି କରିବାକୁ ଆସିଥିଲେ । ହେଲେ ସନ୍ଧ୍ୟାରେ ଆଉ ଘରକୁ ଫେରି ନଥିଲେ । ଘର ଲୋକେ କଲ୍‌ କରିବାରୁ ତାଙ୍କ ଫୋନ୍‌ ବନ୍ଦ ଆସିଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପୁଅ ସିଲୁର କୌଣସି ପତ୍ତା ମିଳି ନଥିଲା । ଏହି ଘଟଣା ଘଟିବାର ପରଦିନ ଅର୍ଥାତ ଗୁରୁବାର ପରିବାର ଲୋକେ ପୁଅ ନିଖୋଜ ହେବା ନେଇ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଅର କୌଣସି ପତ୍ତା ମିଳି ନଥିଲା । ଏହି କାରଣରୁ ଶୁକ୍ରବାର ପରିବାର ଲୋକେ ଓ ଗ୍ରାମବାସୀ ଏକତ୍ରିତ ହୋଇ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି କାରଖାନାର ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ । ଏହା ଦେଖି କାରଖାନାର କର୍ମଚାରୀ ପୋଲିଲକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ କାରଖାନାରେ ଖୋଜା ଖୋଜି ଆରମ୍ଭ ହୋଇଥିଲା । ପରେ କାରଖାନା ପରିସରରୁ ସିଲୁ ପ୍ରଧାନର ମୃତଦେହ ମିଳିଥିଲା । ପୁଅର ମୃତଦେହ ଦେଖି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିଲେ । ତାଙ୍କ ପରିବାରକୁ ନ୍ୟାୟ ସହ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.