ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଆଜି ବିଏମ୍‌ସି କର୍ପୋରେସନ ବୈଠକ: ଉଠିବ ରାସ୍ତା ମରାମତି ପ୍ରସଙ୍ଗ, ପୂଜା ପୂର୍ବରୁ କାମ ସରିବ ତ!

ଭୁବନେଶ୍ୱର,୨୭/୦୯: ପୂଜା ପାଖେଇ ଆସିଲାଣି । ହେଲେ ରାସ୍ତା ମରାମତି ସରିଲା  ନାହିଁ । ରାସ୍ତାରେ ଖାଲ ଆଁ କରି ରହିଛି, ପାଣି ଜମୁଛି। ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣା । ଶୁକ୍ରବାର ବିଏମ୍‌ସି କର୍ପୋରେସନ  ବୈଠକରେ ଏହି ପ୍ରସଙ୍ଗ ଉଠାଇ ଘେରିବାକୁ କର୍ପୋରେଟର ସଜବାଜ ହେଲେଣି ।  

ବମିଖାଲ ଦୁର୍ଗାମଣ୍ଡପ ରାସ୍ତା ଅବସ୍ଥା  ଶୋଚନୀୟ ହୋଇପଡିଛି । ସହିଦନଗର  ପୂଜା ମଣ୍ଡପ ସାମନା ଅବସ୍ଥା ବି ଶୋଚନୀୟ ।  ବିଏମ୍‌ସିର ସବୁ ଗଳି ରାସ୍ତା ଖାଲଖମାରେ ଭର୍ତ୍ତି ।  ପୂଜା ପୂର୍ବରୁ ଏହି ସବୁ ରାସ୍ତାକୁ ମରାମତି  କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଏ  ପର୍ଯ୍ୟନ୍ତ ରାସ୍ତା କାମ ସରିଲାନାହିଁ । ସମ୍‌ ହସ୍ପିଟାଲ  ରାସ୍ତାକାମ ଦୀର୍ଘଦିନ ହେବା ଚାଲିଥିଲେ ମଧ୍ୟ  ସରିଲା ନାହିଁ । ସେହିପରି ଆଚାର୍ଯ୍ୟବିହାର ରାସ୍ତା, ବାଣୀବିହାର ରାସ୍ତା, ଝାରପଡା ଭିତର ରାସ୍ତା  ଅବସ୍ଥା ଖରାପ । ଏହି ପ୍ରସଙ୍ଗ ଶୁକ୍ରାବର ବିଏମ୍‌ସି ବୈଠକରେ ଉଠିବ ।  

ସବୁ ଷ୍ଟାଣ୍ଡିଂ କମିଟି ବୈଠକ ଶେଷ  ହୋଇଥିବାବେଳେ ଶୁକ୍ରବାର ବସୁଛି  କର୍ପୋରେସନ ବୈଠକ । ଏଥର ବୈଠକରେ  ଯନ୍ତ୍ରୀ-କର୍ପୋରେଟ ମୁହାଁମୁହିଁ ହେବାର  ସମ୍ଭାବନା ରହିଛି । ବିଏମ୍‌ସିରେ ଟେଣ୍ଡର  ବିବାଦକୁ ନେଇ ତୁତୁ ମେଁମେଁ ଚାଲିଛି ।  ମନଇଚ୍ଛା ସିଟି ଯନ୍ତ୍ରୀ ଟେଣ୍ଡର ରେଟ୍‌ କମ ବେଶି  କରୁଥିବାରୁ କର୍ପୋରେଟର ବିରୋଧ କରି  ଆସୁଛନ୍ତି । ଏହି ପ୍ରସଙ୍ଗ ଉଠାଇ କର୍ପୋରେଟର  ଆସନ୍ତାକାଲି ଯନ୍ତ୍ରୀମାନଙ୍କୁ ଘେରିବାକୁ ଯୋଜନା  କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।  

ସେହିପରି ସହରରେ ବିକାଶମୂଳକ  କାମ ଆଗେଇ ପାରୁନି । ଲୋକଙ୍କ ମୌଳିକ  ସମସ୍ୟା ଯୋଗାଇବାରେ ବିଏମ୍‌ସି ବିଫଳ  ହୋଇଛି । ଯାହାକୁ ନେଇ ବିଏମ୍‌ସି ସିଟି ଯନ୍ତ୍ରୀଙ୍କ  ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ଆସିଥିବା  ଲୋକେ ପରିସ୍ରା କରିଥିଲେ । ଏହା କ୍ରମାଗତ  ଭାବେ ବୃଦ୍ଧି ପାଉଥିବା ଲୋକଙ୍କ ଅସନ୍ତୋଷର  ପ୍ରତିଫଳନ ବୋଲି ମଧ୍ୟ କୁହାଯାଉଛି । ଏହି  ପ୍ରସଙ୍ଗ ମଧ୍ୟ କିଛି କର୍ପୋରେଟର ଉଠାଇବେ ।  ଅଧିକାରୀମାନେ ମନଇଚ୍ଛା କାମ କରୁଥିବା ନେଇ  କିଛି କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଆସନ୍ତାକାଲି କର୍ପୋରେସନ ବୈଠକରେ ୪  ବିଧାୟକ ଓ ଭୁବନେଶ୍ୱର ସାସଂଦକୁ ନିମନ୍ତ୍ରଣ  କରାଯାଇଛି । ସାଂସଦ ବର୍ତ୍ତମାନ ରାଜ୍ୟ ବାହାରେ  ଥିବାରୁ ବୈଠକରେ ତାଙ୍କ ପ୍ରତିନିଧି ଯୋଗଦେବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.